ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା
କାଲିର ସକାଳ
ଠିକ୍ କେଉଁ ଦିଗକୁ ଫିଟିବ ଝର୍କା
ଜଣାନାହିଁ
ଆଖିବୁଜି ଡେଇଁ ପଡ଼ିଲେ ବି
ସଠିକ୍ କୋଳକୁ ଖସିବ ଜହ୍ନ !
ବଳକା ରାତିକୁ ଆଖିରେ ଶୋଷିଦେଇ
ଦିଶୁଥିବି ମୁଁ ପରିପୂର୍ଣ୍ଣ
କାଲି ଫିଟିପାରେ ହୁଏତ ମହୁର ଝଣ୍ଡାଟିଏ !
ଅଳସ ମୁଦ୍ରାରେ ମୋର ଦେହ,
ଆତ୍ମା ମୋର ପତ୍ର ଶଯ୍ୟାରେ !
କାଲି ହୁଏତ ଆସିପାରେ ସବୁଠୁ ଦାରୁଣ
ଅଥଚ଼ ମଧୁରତମ ଶୀତ
କିଏ ସେ କହୁଛି ହାତ ମେଲାଅ, ଛାତି ପସାର,
ଆତ୍ମାକୁ କର ଉନ୍ମୁକ୍ତ !
ମୁଁ ଫେରୁଛି ବାରମ୍ବାର
ସେଇ ଚଳନ୍ତି ପାହାଚ଼ର ସ୍ଥିର ଚିତ୍ରକୁ,
ମୋ ହାତରୁ କାଢ଼ୁଛି ତୁମର ପାପୁଲି
ଓ ମୁଠାଇ ଧରୁଛି
କାଲି ସକାଳୁ ପୁଣି ଏ ସମୟ ଦୌଡ଼ିବ
ମୁଁ ଲୁଚାଇ ଦେବି ତୁମର ପାପୁଲି
ମୋର ଶୂନ୍ୟ ଅସହାୟ ଆଙ୍ଗୁଳି
ଫାଙ୍କ ଦେଇ
ଅନାୟାସେ ପବନ ବହିବ
କାଲି ସକାଳକୁ ହୁଏତ
ମୋର ଅସ୍ତିତ୍ବଠାରୁ ବଡ଼ହୋଇ ଦିଶୁଥିବ
ମୋର ଏକାକୀତ୍ବ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ଉତ୍କଳ କେଶରି ବେହେରା | ଏପ୍ରିଲ୍ ୩, ୨୦୧୨ - ୧:୦୨ ପୂର୍ବାହ୍ନ
ବହୁତ ଭଲ ପ୍ରଣାଳି
୨. ଶୁଭ୍ରାଂଶୁ ଭୂଷଣ ପାଟଯୋଷୀ | ଏପ୍ରିଲ୍ ୩, ୨୦୧୨ - ୬:୩୩ ପୂର୍ବାହ୍ନ
ଚମତ୍କାର୍ କବିତା ଓ କବିତାର ଯାଦୁକରୀ ଶବ୍ଦ ସଂଯୋଜନା..
ଅନେକ ଅନେକ ଅଭିନନ୍ଦନ..
୩. ବିଜନ ରାୟ୍ | ଜୁନ୍ ୨, ୨୦୧୨ - ୧:୫୩ ପୂର୍ବାହ୍ନ
ଏଇମିତି ସୁନ୍ଦର କବିତା ପଢିଲେ ଭଲଲାଗେ. ଆପ଼ଣଙ୍କ ମିନି…… କବିତା ଟି ବି ଭଲ ଲାଗିଲା.