ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଲିର ସକାଳ
 |- ଶର୍ମିଷ୍ଠା ସାହୁ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା
କାଲିର ସକାଳ୤

ଠିକ୍‌ କେଉଁ ଦିଗକୁ ଫିଟିବ ଝର୍କା
ଜଣାନାହିଁ୤
ଆଖିବୁଜି ଡେଇଁ ପଡ଼ିଲେ ବି
ସଠିକ୍‌ କୋଳକୁ ଖସିବ ଜହ୍ନ !
ବଳକା ରାତିକୁ ଆଖିରେ ଶୋଷିଦେଇ
ଦିଶୁଥିବି ମୁଁ ପରିପୂର୍ଣ୍ଣ୤

କାଲି ଫିଟିପାରେ ହୁଏତ ମହୁର ଝଣ୍ଡାଟିଏ !
ଅଳସ ମୁଦ୍ରାରେ ମୋର ଦେହ,
ଆତ୍ମା ମୋର ପତ୍ର ଶଯ୍ୟାରେ !

କାଲି ହୁଏତ ଆସିପାରେ ସବୁଠୁ ଦାରୁଣ
ଅଥଚ଼ ମଧୁରତମ ଶୀତ୤
କିଏ ସେ କହୁଛି ହାତ ମେଲାଅ, ଛାତି ପସାର,
ଆତ୍ମାକୁ କର ଉନ୍ମୁକ୍ତ !

ମୁଁ ଫେରୁଛି ବାରମ୍ବାର
ସେଇ ଚଳନ୍ତି ପାହାଚ଼ର ସ୍ଥିର ଚିତ୍ରକୁ,
ମୋ ହାତରୁ କାଢ଼ୁଛି ତୁମର ପାପୁଲି
ଓ ମୁଠାଇ ଧରୁଛି୤

କାଲି ସକାଳୁ ପୁଣି ଏ ସମୟ ଦୌଡ଼ିବ୤
ମୁଁ ଲୁଚାଇ ଦେବି ତୁମର ପାପୁଲି
ମୋର ଶୂନ୍ୟ ଅସହାୟ ଆଙ୍ଗୁଳି
ଫାଙ୍କ ଦେଇ
ଅନାୟାସେ ପବନ ବହିବ୤

କାଲି ସକାଳକୁ ହୁଏତ
ମୋର ଅସ୍ତିତ୍ବଠାରୁ ବଡ଼ହୋଇ ଦିଶୁଥିବ
ମୋର ଏକାକୀତ୍ବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶର୍ମିଷ୍ଠା ସାହୁ
ବର୍ତ୍ତମାନ ସମୟରେ ଶର୍ମିଷ୍ଠା ସାହୁ ଓଡ଼ିଆ କବିତାର ଏକ ପରିଚିତ ନାମ୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କ ଲେଖାଗୁଡ଼ିକରେ ମୁଖ୍ୟତଃ ମନୁଷ୍ୟ ଜୀବନର ଆବେଗ ଓ ପ୍ରକୃତି ଉପରେ ଆଧାରିତ୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ଉତ୍କଳ କେଶରି ବେହେରା |  ଏପ୍ରିଲ୍ ୩, ୨୦୧୨ - ୧:୦୨ ପୂର୍ବାହ୍ନ

    ବହୁତ ଭଲ ପ୍ରଣାଳି୤

  • ୨. ଶୁଭ୍ରାଂଶୁ ଭୂଷଣ ପାଟଯୋଷୀ |  ଏପ୍ରିଲ୍ ୩, ୨୦୧୨ - ୬:୩୩ ପୂର୍ବାହ୍ନ

    ଚମତ୍କାର୍ କବିତା ଓ କବିତାର ଯାଦୁକରୀ ଶବ୍ଦ ସଂଯୋଜନା..
    ଅନେକ ଅନେକ ଅଭିନନ୍ଦନ..

  • ୩. ବିଜନ ରାୟ୍ |  ଜୁନ୍ ୨, ୨୦୧୨ - ୧:୫୩ ପୂର୍ବାହ୍ନ

    ଏଇମିତି ସୁନ୍ଦର କବିତା ପଢିଲେ ଭଲଲାଗେ. ଆପ଼ଣଙ୍କ ମିନି…… କବିତା ଟି ବି ଭଲ ଲାଗିଲା.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ