ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୮

ଲେଖକ ଓ ଲେଖିକା

ରମାକାନ୍ତ ରଥ
ରାଜକିଶୋର ରାୟ
ଡକ୍ଟର ମାୟାଧର ମାନସିଂହ
କନକଲତା ସାହୁ
ସନ୍ଥକବି ଭୀମ ଭୋଇ
ଭଗବତୀ ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଲମ ଚାଳକ
 |- ଶଶିଭୂଷଣ ରଥ
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଏ କି ସମୟ ଆସିଗଲା ?
କଲମ ଚାଳକ ତ କେବେବି କହୁ ନଥିଲେ
ମୁଁ ଫର୍‌ୱାର୍ଡ଼ ମୁଁ ବେକ୍‌ୱାର୍ଡ଼ ୤
ଆଗୁଆ ପଛୁଆ ବର୍ଗ ବର୍ଣ୍ଣ ବୈଷମ୍ୟ ନଥିଲା
କଲମ ଚାଳକଙ୍କର !
କିନ୍ତୁ କୁମ୍ଭୀର କାନ୍ଦଣା ଶୁଭୁଛି ଆଜି
ପୁରସ୍କାର ନ ପାଇଲେ ଶୁଭୁଛି ବର୍ଣ୍ଣଖେଳ୤

କବିଟିଏ ସରଳ ଥିଲା, ନିଷ୍କପଟ ଥିଲା
ଜିଇଥିଲା ଗୀତ ଲେଖୁଥିଲା ସବୁରି ପାଇଁ ୤
ସେଇ କବି ନ ଥିଲା ଜାତିର ବା ପାର୍ଟିର
ଆଜି ନତମସ୍ତକ ହୋଇ ମାଗିଆଣିଥିବା ସାର୍ଟିଫିକେଟ୍‌୤
ଭଡ଼ାରେ ମିଳୁଛନ୍ତି କଲମ ଚାଳକ
ଯାହା କହିବେ ତା’ ଲେଖିବେ ୤
କବିଗୋଷ୍ଠୀ ଗାଉଛନ୍ତି ଗୀତ
କରୁଛନ୍ତି ଅଯୋଗ୍ୟ ରାଜାର ବନ୍ଦନା୤
କେହିକେହି ସ୍ବଅର୍ଜିତ ବସ୍ତ୍ର ପରିହରି
ପିନ୍ଧିଛନ୍ତି ଖବରକାଗଜ ଆମୂଳଚୂଳ୤

ଅବଶ୍ୟ….
ସମସ୍ତ କଲମ ଚାଳକ କବି ନୁହଁନ୍ତି
ସବୁ କବି କଲମ ଚାଳକ ନୁହଁନ୍ତି୤
ଭଣ୍ଡ କଲମଚାଳକ କଲମ ଚଳାନ୍ତି
ଅର୍ଥ ବିନିମୟରେ ଡକ୍ଟରେଟ୍‌ ସନ୍ଦର୍ଭ ଲେଖନ୍ତି୤
ଆଉ କେହି କେହି ଅନୁବାଦ ବିକ୍ରି କରନ୍ତି
ଦାରିଦ୍ୟ୍ରର କଷାଘାତରୁ ନିସ୍ତାର ପାଇଁ୤

ପୁରସ୍କାର ପ୍ରେକ୍ଷାଳୟରେ ଉପସ୍ଥିତ ରହି
ଅନାହତର ପୁରସ୍କାର ଦେଖି ବ୍ୟଥିତ ହୁଏନା୤
କାରଣ ସେ ବିକ୍ରି କରିଦେଇଛି ତା’କଲମ ଶ୍ରମ
ରକ୍ତଶିକୁଳିରେ ମରିଯାଇଥିବା ଝିଅର ରକ୍ତ କିଣିବା ପାଇଁ୤
କଲମ ଚାଳକ ଚିନ୍ତା କରେନା ଏସବୁ
ପ୍ରତ୍ୟେକ ଜିନିଷ ପାଇଁ ତ ପୁଣି ମୂଲ୍ୟ ଦେବାକୁ ହୁଏ !
ବିଖଣ୍ଡିତ ମନସ୍କ କବି କି ଲେଖିବ କବିତା
ଖାଲି କଲମ ଚାଳନାରେ କି ଜନ୍ମେ କବିତା ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶଶିଭୂଷଣ ରଥ, ରାଉରକେଲା
ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା ଲେଖିବାରେ ଶଶିଭୂଷଣ ରଥ ସିଦ୍ଧହସ୍ତ୤ ବିଭିନ୍ନ ସାମ୍ପ୍ରତିକ ସମସ୍ୟା ଓ ପରିବେଶ ଉପରେ ତାଙ୍କର ଅନେକ କବିତା ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଶ୍ରୀ ରଥ ରାଉରକେଲା ଇସ୍ପାତ କାରଖାନା ଶିକ୍ଷାବିଭାଗ ମୁଖ୍ୟଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. sannyasi nayak, ମନମୁଣ୍ଦା |  ଏପ୍ରିଲ୍ ୧୮, ୨୦୧୩ - ୧୧:୩୫ ଅପରାହ୍ନ

    କଲମ ପୋସିବ ବଦ କଷ୍ଟ କମ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )