ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ଆଶିଷ କୁମାର କର
କାଳିନ୍ଦି ଚରଣ ପାଣିଗ୍ରାହୀ
ଦୟାନିଧି ମିଶ୍ର
ନନ୍ଦ କିଶୋର ବଳ
କାହ୍ନୁଚରଣ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାହାର ମନେ ନ ଥିବ
  ଡ. ପ୍ରସନ୍ନ କୁମାର ମହାନ୍ତି, ଭୁବନେଶ୍ବର
 
 
ତା: ମେ ୨୫, ୨୦୧୦  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

କାଲି ରାତି ଅନ୍ଧାରରେ
ମୁଁ ତୁମ ଉପରେ
ସନ୍ତର୍ପଣରେ ହାତ ରଖିଲି
କାଳେ ଚମକିପଡି
ତୁମ ନିଦ ଭାଙ୍ଗିଯିବ ବୋଲି୤
ତୁମେ କିନ୍ତୁ ନିଘୋଡ ନିଦରେ
ଅଚେତ ଥିଲ
ଦିନଯାକର ଖେଳକୁଦ ପରେ
କ୍ଲାନ୍ତ ଶିଶୁଟିଏ ପରି୤

ତୁମ ଶ୍ବାସ ପ୍ରଶ୍ବାସର
ଗଳିକନ୍ଦିରେ
ତୁମ ସ୍ପନ୍ଦନର ଗିରି କାନ୍ତାରରେ
ମୁଁ ବୋଧହୁଏ ଖୋଜିଲି
ତୁମ ଆତ୍ମାକୁ୤
ଜାଣେ, କାଲି ସକାଳକୁ
କାହାରି ହେଲେ
ମନେ ନ ଥିବ
ଯେ ଆମେ କାଲି ପୂରା ଦିନଟା
ସାଙ୍ଗ ହୋଇ ବିତାଇଥିଲେ,
ଘର ସଜାଡି, ପରସ୍ପରର
ଝାଳ ପୋଛି, ଗୀତ ବୋଲି
ହସି କାନ୍ଦି ଗପି ଖେଳି

ପୃଥିବୀର
କାହାରି ମନେ ନ ଥିବ
ଯେ ଆମେ କାଲି
ଏଇ ଘରେ
ସାଙ୍ଗ ହୋଇ ଥିଲେ !

ଏପରିକି ତୁମର ବି ମନେ ନ ଥିବ
ଯେ ତୁମ ପାଖରେ ସାରାରାତି
କାଲି ମୁଁ ଶୋଇଥିଲି

ଓ ତୁମ ଆତ୍ମାକୁ
କେତେଥର ଛୁଇଁଥିଲି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ. ପ୍ରସନ୍ନ କୁମାର ମହାନ୍ତି, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୩, ୨୦୧୧ - ୯:୧୧ ପୂର୍ବାହ୍ନ

    ସୁନ୍ଦର କବିତା, ମନକୁ ଛୁଇଁଯାଏ, ଭିଜାଭିଜା ହାଲୁକାଏ ପବନ ପରି୤

  • ୨. ରଞ୍ଜନ କୁମାର ପାଣିଗ୍ରାହୀ |  ଜୁଲାଇ ୧୮, ୨୦୧୨ - ୨:୫୮ ପୂର୍ବାହ୍ନ

    ଅତି ସୁନ୍ଦର କବିତା, େବଶ ମନଛୁଅ‍ାଁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )