ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
କାଲି ରାତି ଅଂଧାରରେ
ମୁଁ ତୁମ ଉପରେ
ସଂତର୍ପଣରେ ହାତ ରଖିଲି
କାଳେ ଚମକିପଡି
ତୁମ ନିଦ ଭାଂଗିଯିବ ବୋଲି
ତୁମେ କିନ୍ତୁ ନିଘୋଡ ନିଦରେ
ଅଚେତ ଥିଲ
ଦିନଯାକର ଖେଳକୁଦ ପରେ
କ୍ଲାଂତ ଶିଶୁଟିଏ ପରି
ତୁମ ଶ୍ବାସ ପ୍ରଶ୍ବାସର
ଗଳିକଂଦିରେ
ତୁମ ସ୍ପଂଦନର ଗିରି କାଂତାରରେ
ମୁଁ ବୋଧହୁଏ ଖୋଜିଲି
ତୁମ ଆତ୍ମାକୁ
ଜାଣେ, କାଲି ସକାଳକୁ
କାହାରି ହେଲେ
ମନେ ନ ଥିବ
ଯେ ଆମେ କାଲି ପୂରା ଦିନଟା
ସାଂଗ ହୋଇ ବିତାଇଥିଲେ,
ଘର ସଜାଡି, ପରସ୍ପରର
ଝାଳ ପୋଛି, ଗୀତ ବୋଲି
ହସି କାଂଦି ଗପି ଖେଳି
ପୃଥିବୀର
କାହାରି ମନେ ନ ଥିବ
ଯେ ଆମେ କାଲି
ଏଇ ଘରେ
ସାଂଗ ହୋଇ ଥିଲେ !
ଏପରିକି ତୁମର ବି ମନେ ନ ଥିବ
ଯେ ତୁମ ପାଖରେ ସାରାରାତି
କାଲି ମୁଁ ଶୋଇଥିଲି
ଓ ତୁମ ଆତ୍ମାକୁ
କେତେଥର ଛୁଇଁଥିଲି
●
bhalo lekha ti.
( kiran kumar lenka ) →
people admire your social critics,
Thank you sir, Jarirahu
( ମୁରଲିଧର କବି ) →
khub sundar
( ମୁରଲିଧର କବି ) →
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ତରୁଣକାନ୍ତି ମିଶ୍ର | ଅକ୍ଟୋବର୍ ୩, ୨୦୧୧ - ୯:୧୧ ପୂର୍ବାହ୍ନ
ସୁନ୍ଦର କବିତା, ମନକୁ ଛୁଇଁଯାଏ, ଭିଜାଭିଜା ହାଲୁକାଏ ପବନ ପରି