ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ଗୋପୀନାଥ ମହାନ୍ତି
ଡ.ହରେକୃଷ୍ଣ ମହତାବ
ମନମୋହନ ମିଶ୍ର
ରାଜକିଶୋର ରାୟ
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝରକା ବାହାରେ
 |- ଅଶୋକ ଚନ୍ଦ୍ର ମହାପାତ୍ର
 
 
ତା: ମେ ୧୩, ୨୦୧୦  
 

ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ର
ଗଛଟା ସାରା ଚଢେଇରେ ଭର୍ତ୍ତି୤

ଯେତିକି ପତ୍ର ଗଛରେ
ସେତିକି ହିଁ ପକ୍ଷୀ
ପ୍ରତିଟି ପକ୍ଷୀର କିଚିରିମିଚିରିରେ
ଦୋହଲୁଥାଏ ନିକଟତମ ପତ୍ର
ଗଛଟାଯାକ ପବନରେ ଭରପୁର୤

ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ରର ମୁହଁକୁ
ଲକ୍ଷ୍ୟ କରି ଫିଙ୍ଗିଲି ମୁଁ
ଗିଲାସରୁ ବାକିତକ ମଦ୤

ଝରକା ରେଲିଂରେ ବାଜି ସଶଦ୍ଦରେ
ଖସିପଡ଼ିଲା ମଦର ଟୁକୁଡ଼ା
ସେ ଶଦ୍ଦ, ମନେ ହେଲା,
ଆସୁଥିବା ଭଳି ଅନେକ ଦୂରରୁ
ଏମିତି କି ହୋଇପାରେ ବି, ଚନ୍ଦ୍ରରୁ୤

ସବୁଆଡେ କିଛି କିଛି ଶବ୍ଦ ସବୁବେଳେ
କେଉଁଠି କାନ୍ଥ ଭାଙ୍ଗୁଥିବା ଶବ୍ଦ, ଡୋଜର୍‌ର
ତ କେଉଁଠି କାନ୍ଥ ଗଢୁଥିବା
କିଶୋରୀ ରେଜାର ଗୀତ୤

ସବୁଠାରୁ କିଛି କିଛି ଶବ୍ଦ ଶୁଣିହୁଏ
ଚେତନାକୁ ନୀରବ ରଖିଲେ

ଝରକା ଏପାଖେ ମୁଁ ଏକୁଟିଆ
ଚଉକି ଉପରେ ଚୁପ୍‌ଚାପ୍
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ଚନ୍ଦ୍ର ମହାପାତ୍ର, ରାଉରକେଲା
ଅଶୋକ ଚନ୍ଦ୍ର ମହାପାତ୍ର
କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି୤ ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ୤ ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ... [ କ୍ରମେ ସବିଶେଷ ]
ଅଶୋକ ଚନ୍ଦ୍ର ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. dilu |  ଅଗଷ୍ଟ୍ ୭, ୨୦୧୦ - ୬:୧୫ ପୂର୍ବାହ୍ନ

    ବହୁତ ମନ ଛୁଆଁ ହୋଇଛି

  • ୨. dilu |  ଅଗଷ୍ଟ୍ ୮, ୨୦୧୦ - ୩:୩୨ ପୂର୍ବାହ୍ନ

    ବହୁତ ମନଛୁଆଁ ହୋଇଛି | କବିଙ୍କୁ ବହୁତ ଧନ୍ୟବାଦ | ଆପଣଙ୍କ “ଦର୍ପଣ” କବିତା ଟି ପଢିଲି, ବହୁତ ହୃଦୟ ସ୍ପର୍ଶି ହୋଇଛି |

  • ୩. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୩, ୨୦୧୧ - ୯:୨୫ ପୂର୍ବାହ୍ନ

    କବିତାଟି ଭଲ ଲାଗିଲା, ଏଇ ନିରୋଳା ସମୟର ଚୁପଚାପ୍ ନିର୍ଜନତା ଭିତରେ୤

  • ୪. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୫, ୨୦୧୬ - ୬:୩୯ ପୂର୍ବାହ୍ନ

    ଅତି ସୁନ୍ଦର କବିତା । ପଢି ଭଲ ଲାଗିଲା । କବିତାଟି ଆମୂଳଚୂଳ ଭଲ ହେଇଛି । ପୁରା ୧୦ ରୁ ୧୦ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )