ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ମେ ୧୩, ୨୦୧୦  
 

ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ର
ଗଛଟା ସାରା ଚଢେଇରେ ଭର୍ତ୍ତି୤

ଯେତିକି ପତ୍ର ଗଛରେ
ସେତିକି ହିଁ ପକ୍ଷୀ
ପ୍ରତିଟି ପକ୍ଷୀର କିଚିରିମିଚିରିରେ
ଦୋହଲୁଥାଏ ନିକଟତମ ପତ୍ର
ଗଛଟାଯାକ ପବନରେ ଭରପୁର୤

ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ରର ମୁହଁକୁ
ଲକ୍ଷ୍ୟ କରି ଫିଙ୍ଗିଲି ମୁଁ
ଗିଲାସରୁ ବାକିତକ ମଦ୤

ଝରକା ରେଲିଂରେ ବାଜି ସଶଦ୍ଦରେ
ଖସିପଡ଼ିଲା ମଦର ଟୁକୁଡ଼ା
ସେ ଶଦ୍ଦ, ମନେ ହେଲା,
ଆସୁଥିବା ଭଳି ଅନେକ ଦୂରରୁ
ଏମିତି କି ହୋଇପାରେ ବି, ଚନ୍ଦ୍ରରୁ୤

ସବୁଆଡେ କିଛି କିଛି ଶବ୍ଦ ସବୁବେଳେ
କେଉଁଠି କାନ୍ଥ ଭାଙ୍ଗୁଥିବା ଶବ୍ଦ, ଡୋଜର୍‌ର
ତ କେଉଁଠି କାନ୍ଥ ଗଢୁଥିବା
କିଶୋରୀ ରେଜାର ଗୀତ୤

ସବୁଠାରୁ କିଛି କିଛି ଶବ୍ଦ ଶୁଣିହୁଏ
ଚେତନାକୁ ନୀରବ ରଖିଲେ

ଝରକା ଏପାଖେ ମୁଁ ଏକୁଟିଆ
ଚଉକି ଉପରେ ଚୁପ୍‌ଚାପ୍
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ୤

ତୁଣ୍ଡ ବାଇଦ :
 
ଅଶୋକ ଚନ୍ଦ୍ର ମହାପାତ୍ର, ରାଉରକେଲା
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. dilu  |  ଅଗଷ୍ଟ୍ ୭, ୨୦୧୦ - ୬:୧୫ ପୂର୍ବାହ୍ନ

    ବହୁତ ମନ ଛୁଆଁ ହୋଇଛି
  • ୨. dilu  |  ଅଗଷ୍ଟ୍ ୮, ୨୦୧୦ - ୩:୩୨ ପୂର୍ବାହ୍ନ

    ବହୁତ ମନଛୁଆଁ ହୋଇଛି | କବିଙ୍କୁ ବହୁତ ଧନ୍ୟବାଦ | ଆପଣଙ୍କ "ଦର୍ପଣ" କବିତା ଟି ପଢିଲି, ବହୁତ ହୃଦୟ ସ୍ପର୍ଶି ହୋଇଛି |
  • ୩. ତରୁଣକାନ୍ତି ମିଶ୍ର  |  ଅକ୍ଟୋବର୍ ୩, ୨୦୧୧ - ୯:୨୫ ପୂର୍ବାହ୍ନ

    କବିତାଟି ଭଲ ଲାଗିଲା, ଏଇ ନିରୋଳା ସମୟର ଚୁପଚାପ୍ ନିର୍ଜନତା ଭିତରେ୤
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤