ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୁନ୍ତଳା କୁମାରୀ ସାବତ
ଶୈଳେନ୍ଦ୍ର କୁମାର ଜେନା
ଡ.ହରେକୃଷ୍ଣ ମହତାବ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଗନ୍ତାୟତ ଶିବପ୍ରସାଦ
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କବିତା:ବନିତା:ଲତା
  ଜେନାମଣୀ ଲକ୍ଷ୍ମୀକାନ୍ତ, ରାଜାରାଣୀ ଅଞ୍ଚଳ, ଭୁବନେଶ୍ବର-୧୪
 
 
ତା: ମାର୍ଚ୍ଚ୍ ୨୯, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତା
 

ସେଦିନ ଏକ ବାଳିକା ନଦୀ ପାଖକୁ ଯାଇ
କହିଲି ଅୟୀ ଇଚ୍ଛାବତୀ ବାଳିକା ନଈ୤
ମୋ ଦେଖିବାରେ ତମ ଇଚ୍ଛାର ପଟ୍ଟାନ୍ତର ନାହିଁ
କେବେ ଶାନ୍ତ ନୀରା, କେବେ କାନ୍ତ ତାରା ଓ ପୂର୍ଣ୍ଣଗର୍ଭା
କେବେ ଖରସ୍ରୋତା ଓ ପୁଣି କେବେ ଶୁଷ୍କ ଗର୍ଭା
ଅୟୀ ଇଚ୍ଛାମୟୀ-ପ୍ରୀତିଗନ୍ଧା ବାଳିକା ନଈ୤

ତମେ ଅନୁପମା, ତମର ଉପା ଓ ଉପମେୟ ନାହିଁ
ତମେ ମୋ ବୁକୁରେ ମିଶିଯାଅ, ବହିଯାଅ ଆଜିଠୁ
ଆଉ ହଜି ଯାଅ କବିତାର ଉତ୍ତାଳ ସ୍ରୋତରେ
ଯେଭଳି ସ୍ରୋତସ୍ବତୀ ମିଶିଯାଏ ନୀଳ ସମୁଦ୍ରରେ
ଯେଭଳି ପ୍ରଭାତୀ ତାରା ହଜିଯାଏ ଉଦୟ ରଶ୍ମୀରେ
ତମେ ପାଲଟି ଯାଅ କାବ୍ୟ, ମାନସୀ ଏ କବି ପାଇଁ
କିଏ କାହାକୁ ଛାଡି ବଞ୍ଚିପାରେ ତମେ କବି
ଯାଣି ନାହିଁ ଏଇ କଥା-
ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା
ଚତୁରିକା ବାଳିକା ନଦୀଟି ଇଷି ହସି କିନ୍ତୁ ସର୍ପଟିଏ
ବାଢିଥିଲା-ପ୍ରୀୟ କବି ଏଥିରେ ଆପତ୍ତି ନାହିଁ
ହେଲେ ଛୋଟ ଏକ ସର୍ତ୍ତଟିଏ ରଖିବାକୁ ହେବ
ସର୍ବକାଳୀନ କାବ୍ୟ ପ୍ରବାହକୁ ଅପ୍ରତିହତ ରଖିବା ପାଇଁ୤

ସବୁ ଋତୁରେ ମୋତେ ତମେ ଋତୁପର୍ଣ୍ଣା
ଓ ଚିରସ୍ରୋତା ରଖିପାରିବ କି ନାଁ, ମୁଁ ସନ୍ଦେହୀ
ଯଦି ସମର୍ଥ ତେବେ କଥା ଦିଅ ମୁଁ ରାଜି ମୋ ପାଇଁ
ଏଭଳି ଅସମ୍ଭବ ସର୍ତ୍ତ ସାକାର କରିବାର ନୁହଁ ଯେଣୁ
ଧନ୍ୟବାଦ ଅୟୀ ଚତୁରିକା ବାଳିକା ନଦୀ କହି
ମୁଁ ବିମୁଖ ହୋଇ ମୋ ବାଟରେ ଆଗେଇ ଆସିଲି ଏଣୁ
କିଛିବାଟ ଆଗେଇ ଆସିଲାବେଳେ ମୋ ଆଖିରେ

ପଡିଲା ପୁରାଣ ବିଦିତ, ପୁଷ୍ପାଛାଦିତ ଏକ କଦମ୍ବ ବୃକ୍ଷ
ଭାବିଲି ବାଳିକା ନଦୀ ସିନା ସର୍ତ୍ତ ବାଢିଲା
ଏଥର କଦମ୍ବ ଗଛକୁ ଆପଣେଇବାର ପ୍ରୟାସ କରାଯାଉ
ଓ କହିଲି ତମେ ଯମୁନା ତଟ, ନଟନାଗର ଷୋଳ ସହସ୍ର
ଗୋପନାରୀଙ୍କୁ ପ୍ରଣୟ ଚେତନାରେ ସତତଃ ଉଦ୍‌ବେଳିତ
କରି ଆସିଛି ହେ ବରେଣୀ କଦମ୍ବ ବୃକ୍ଷ୤

ତମକୁ ନେଇ ମୁଖର ହୋଇ ଉଠିଛନ୍ତି ବହୁରସ ବିଦୃଧ
ପ୍ରଣୟ କବି ରସୀକତା ଓ ସୌଦର୍ଯ୍ୟ ଭରା କାବ୍ୟ କୃତୀରେ
ତମ ପାଖରେ ମୁଁ ଆଜି ନତଜାନୁ, ଯଦିପାର
ବିଦଗ୍ଧ କାବ୍ୟ ଚେତନାର ଚଉବର୍ଗ କିଛି ଏ ଶୁନ୍ୟ ହାତରେ
ଭରି ଦିଅ ମୁଁ ଅନୁଋଣୀ ରହିବି ଜନ୍ମ ଜନ୍ମାନ୍ତରରେ
କଦମ୍ବ ଗଛ କହିଲା ଦିଆନିଆ ହେଉଛି ସୃଷ୍ଟିର ରୀତୀ
ତମର ଅଭିଳାଷା ସାକାର କରିବାରେ ଆପତ୍ତି ନାହିଁ ମୋର
କିନ୍ତୁ ଗୋଟିଏ ପ୍ରତ୍ୟାଶା ମୋ ପାଇଁ ନୁହେଁ; ଧରା ପାଇଁ
କଥା ଦିଅ ଗିରି ଶୃଙ୍ଗରେ ବିରଚିତ ମୋର ଘର ସଂଚାର ସବୁ କାଳ ପାଇଁ
ପ୍ରଶମିତ କରୁଥିବା ସବୁ ପ୍ରୋଷିତ ଉର୍ତ୍ତୁକା ନାୟୀକାଙ୍କ
-ଉଚ୍ଚାଟିତ ଶୀତଳ ଦହନ
ସେଇଥିଲେ ମୁଁ ଭାବିବି ପ୍ରତିଦାନେ ମୁଁ ପାଇଲି ଅମୂଲ୍ୟ ରତନ ୤

ଏଥର କିଂକର୍ତ୍ତବ୍ୟ ବିମୂଢ ହୋଇ ସାଧୁବାଦ ଜଣାଇ
କଦମ୍ବ ବୃକ୍ଷ ଠାରୁ ବଦାୟ ନେଲାବେଳେ କହିବି କହିବିନାହିଁ
ଅନେକ ହଁ ଓ ନାହିଁକି ନିତି କହିଥିଲି
“କବିତା ବନିତା ଲତା” କାହାଠାରୁ ବିଦଗ୍ଧ କବିର
-କିଛି ପାଇବାର ନାହିଁ
କବିତା ଭିତରୁ ଆସେ: ବାହାରର ଆଶ୍ରୟର ପ୍ରୟୋଜନ ନାହିଁ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଜେନାମଣୀ ଲକ୍ଷ୍ମୀକାନ୍ତ, ରାଜାରାଣୀ ଅଞ୍ଚଳ, ଭୁବନେଶ୍ବର-୧୪
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. SUBODH DAS |  ଜୁଲାଇ ୩, ୨୦୧୧ - ୭:୫୮ ପୂର୍ବାହ୍ନ

    this poem is enriched with raw odia words hardly used by today’s poet.

  • ୨. ସୁଧୀର କୁମାର ମହାପାତ୍ର |  ଜୁଲାଇ ୧୫, ୨୦୧୧ - ୬:୨୦ ପୂର୍ବାହ୍ନ

    ଅତି ଚମତ୍କାର ହେଇଛି ଭାଷା ଓ ଭଙ୍ଗୀ ଓ ଭାବ ପ୍ରକାଶ.

  • ୩. Bijan Ray |  ସେପ୍ଟେମ୍ବର୍ ୮, ୨୦୧୧ - ୫:୫୮ ପୂର୍ବାହ୍ନ

    ଭଲ ଲାଗିଲା.

  • ୪. ଦେବଦତ୍ତ ସାହୁ |  ଏପ୍ରିଲ୍ ୯, ୨୦୧୨ - ୬:୦୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ହୋଇଛି

  • ୫. ଛିନ୍ମୟ ସାହୁ, ରାଉରକେଲା |  ମେ ୧୮, ୨୦୧୫ - ୧୨:୫୬ ପୂର୍ବାହ୍ନ

    ଏଇ ବ୍ୟଙ୍ଗ ଲେଖା ଟୀ ବେଶ୍ ଚମତ୍କାର୍ ହେଇଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )