ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
କାମାକ୍ଷୀ ପ୍ରସାଦ ଦାଶ
ବାମାଚରଣ ମିତ୍ର
ଦେବେନ୍ଦ୍ର ମହାନ୍ତି
ଭାନୁଜୀ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜୀବନ ଯୋଗ
 |- କେ.ଶ୍ୟାମବାବୁ ଦୋରା
 
 
ତା: ଅକ୍ଟୋବର୍ ୧୮, ୨୦୧୨  
 

ମୁଁ ସବୁକଥା କହିବି ନାହିଁ
କାରଣ ଜୀବନ ମୋତେ ମନା କରିଚି
କହିଚି-ମଞ୍ଚ ଉପରେ ଠିଆ ହ’
ହେଲେ ମଞ୍ଜକଥା କହିବୁ ନାଇଁ ଜମ୍ମାରୁ
ଖୋଲିବୁ ନାଇଁ କେବେ ବି
ରହସ୍ୟର ଦ୍ବାର, ଗୁମର୤

କୋଉ ଅନନ୍ତ କାଳରୁ
ନଈ ବି ଏମିତି ଦୁଇ ଭାଗ,
ଭାଗେ ଆଲୁଅ ତ’ ଭାଗେ ଅନ୍ଧାର୤
ଜୀବନ କହିଚି-ଅନ୍ଧାରରେ ପହଁରିବୁ
ହେଲେ ଆଲୁଅରେ ବୁଡ଼ିବୁ ନାହିଁ
ଅନ୍ତତଃ ଗଛ-ବୃଚ୍ଛ ସ୍ଥିର ହେବା ଯାଏଁ
ପବନରୁ ଆର୍ଦ୍ରତା କି,
ଆକାଶରୁ ନୀଳିମା ହଜିବା ଯାଏଁ ୤

କେଜାଣି, କେମିତି ଥିଲି ମୁଁ
ଜୀବନ ମୋତେ ଛୁଇଁଲା ତ’ ଜାଣିଲି
ମୁଁ ଅଛି,
ତେଣିକି ପକ୍ଷୀର ହଳେ ଡେଣା ପରି
ସକ୍ରିୟ ହେଲା ମୋର ପାଦ
ପବନ ପରି ଇତସ୍ତତଃ ହେଲା ମୋର ମନ
ଜୀବନ ମୋତେ ଅନେକ କଥା ବୁଝେଇଲା
ହାତ ଧରି ଚାଲି ଶିଖେଇଲା
କହିଲା-ଚାଲୁଥା …

ସିଏ ମୋତେ ଘୂରା-ଫେରା କଲା ମନଇଚ୍ଛା
ଖୁବ୍‌ ଦୂରରେ ଦିକ୍‌ ଦିକ୍‌ କରୁଥିବା
ଗୋଟେ ନକ୍ଷତ୍ର ଆଡ଼େ ଦେଖେଇ କହିଲା
ତୁ’ ସେଇ ତାର
ତା’ପରେ ମୁଁ ନିଜ ଭିତରେ ଜଳିବା ଆରମ୍ଭକଲି,
ଦିଗନ୍ତ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା
ଝାପ୍‌ସା ଦିଶୁଥିବା ତୁ’ ସେଇ ବରଫର ପାହାଡ଼
ଏବଂ ମୁଁ ନିଜ ଭିତରେ ଜମାଟ ବାନ୍ଧିଗଲି ୤

ଖରାର ଦିଶୁ ନଥିବା ଛାଇରେ
ଠିଆହେଲି ଅଣ୍ଟା ସଳଖି,
ଛାଇର ଅଜଣା ଭତ୍ତାପର ଆକ୍ରୋଶରେ
ସିଝିଲି ସାରୁ କି’ କନ୍ଦମୂଳ ପରି୤

ଯୁଗ ଯୁଗର ଅପେକ୍ଷା ପରେ
ଜୀବନ ମୋତେ ସେଇ ସୀମାରେଖା ଯାଏଁ ନେଲା
ଯାହାର ସେପଟେ ଜୀବନ ହିଁ
ମୃତ୍ୟୁର ଅଲିଭା ଦୀପଟିଏ ହେଇ ଜଳୁଥିଲା ..

ହେଲେ ତା’ର ନିଷ୍କପଟ ଆଲୁଅରେ ଭିଜିବା
ହୁଏତ ମୋ କପାଳେ ନଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କେ.ଶ୍ୟାମବାବୁ ଦୋରା, ବ୍ରହ୍ମପୁର
କେ.ଶ୍ୟାମବାବୁ ଦୋରା
ଜଣେ ଯୁବ ବ୍ୟବସାୟୀ ହୋଇ ମଧ୍ୟ କବି ଭାବେ କେ.ଶ୍ୟାମବାବୁ ଦୋରା ବେଶ୍‌ ପରିଚିତ୤ ତୀରତରଙ୍ଗ ପୁରସ୍କାର ଓ ଓଡ଼ିଶା ଯୁବ କବି ପୁରସ୍କାର ଆଦିରେ ସମ୍ମାନିତ ହୋଇଥିବା ଶ୍ରୀ ଦୋରାଙ୍କ ଅଦ୍ୟାବଧି ‘ଆତ୍ମାଭୋଗ’ ନାମରେ ଏକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦର ଲାଭ କରିଛି୤
କେ.ଶ୍ୟାମବାବୁ ଦୋରାଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅରୁନ୍ଧତି ମିଶ୍ର ପଟନାୟକ |  ନଭେମ୍ବର୍ ୪, ୨୦୧୨ - ୮:୫୭ ଅପରାହ୍ନ

    ବହୁତ୍ ଭଲ ହେଇଛି ଲେଖା, ଖୁବ୍ ମନ ଛୁଆ..

  • ୨. ନମିତା ଦାଶ, ବ୍ରହ୍ମପୁର..ଗଞ୍ଜମ୍..ଓଡିଶା |  ମାର୍ଚ୍ଚ୍ ୧୧, ୨୦୧୩ - ୮:୩୧ ପୂର୍ବାହ୍ନ

    କେଜାଣି, କେମିତି ଥିଲି ମୁଁ……….ଜୀବନ ମୋତେ ଛୁଇଁଲ ତ ଜାଣିଲି….ମୁଁ ଅଛି…….ଚିନ୍ତା,ଚେତନାକୁ ଦୋହଲଇ ଦେଉଚି……….ଖୁବ୍ ସୁନ୍ଦର୍ କବିତା ସାର୍…….ଧନ୍ୟବାଦ

  • ୩. ପ୍ରକାଶ କୁମାର ପଣ୍ଡା, କୋଣାର୍କ, ଓଡିଶା |  ମାର୍ଚ୍ଚ୍ ୨୧, ୨୦୧୫ - ୯:୫୨ ଅପରାହ୍ନ

    ବହୁତ ଭଲ ଲେଖିଛନ୍ତି ….

  • ୪. କେ.ରବିକିରନ୍ ଦୋରା, ବ୍ରହ୍ମପୁର |  ମାର୍ଚ୍ଚ୍ ୩୧, ୨୦୧୫ - ୬:୩୨ ପୂର୍ବାହ୍ନ

    ଡାଡି ତମର କବିତାଟି ଖୁବ୍ ଭଲଲାଗୁଛି,

  • ୫. ମଦନ ମୋହନ ପଣ୍ଡା, ରାୟପୁର,ଛତ୍ତିଶଗଡ  |  ଜୁନ୍ ୮, ୨୦୧୫ - ୧୦:୪୫ ଅପରାହ୍ନ

    ମଣିଷ ବିଷୟରେ ସୁନ୍ଦର କବିତା ଟିଏ !
    “କେଜାଣି, କେମିତି ଥିଲି ମୁଁ
    ଜୀବନ ମୋତେ ଛୁଇଁଲା ତ’ ଜାଣିଲି
    ମୁଁ ଅଛି,
    ତେଣିକି ପକ୍ଷୀର ହଳେ ଡେଣା ପରି
    ସକ୍ରିୟ ହେଲା ମୋର ପାଦ
    ପବନ ପରି ଇତସ୍ତତଃ ହେଲା ମୋର ମନ
    ଜୀବନ ମୋତେ ଅନେକ କଥା ବୁଝେଇଲା
    ହାତ ଧରି ଚାଲି ଶିଖେଇଲା
    କହିଲା-ଚାଲୁଥା …”
    ଅତି ସୁନ୍ଦର !

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )