ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜୀବନ ଚିନ୍ତା
 |- ଭକ୍ତକବି ମଧୁସୂଦନ ରାଓ
 
 
ତା: ଅକ୍ଟୋବର୍ ୧୭, ୨୦୧୧  
 

ଯହିଁ ତେବେ ଭୁଞ୍ଜନ୍ତି ଅମୃତ
ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ
ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,
ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ୤୨୦୤

ଏ ପିପାସା ନୁହଇ ନିବାରି
ଅସାର ସଂସାର ଜଳେ, ରିପୁଚୟ କୋଳାହଳେ
ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି
ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି୤୨୧୤

ତେବେ ଆରେ ଅସ୍ଥିର ହୃଦୟ,
ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା
ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,
ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ୤୨୨୤

ପରିହରି ପାପ ପ୍ରଲୋଭନ
ଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ,
କର ରେ ହୃଦୟାକାଶ ନିର୍ମଳ ବହନ,
ତେବେରେ ଲଭିବୁ ଧର୍ମରସ ଆସ୍ବାଦନ୤୨୩୤

ପ୍ରୀତିମୟ ଜୀବନରତନ
ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ
ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ,
ଜଗତର ହିତ ଅର୍ଥେ ଦିଅରେ ଜୀବନ୤୨୪୤

ହେ ଇଶ୍ବର ପରିତତାରଣ,
ପ୍ରାଣାରାମ ନିରନନ, ଭୟ ବିଘ୍ନବିନାଶନ,
ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,
ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ୤୨୫୤

ଆସ ନାଥ ଅଗତିର ଗତି,
ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ
ତାର ମୋତେ ମହାପ୍ରଭୁ ଦେଇଣ ସୁମତି,
ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି୤୨୬୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓ
ବିଶେଷତଃ ଭକ୍ତିରସାତ୍ମକ ରଚନାରେ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ମଧୁସୂଦନ ରାଓଙ୍କୁ ଭକ୍ତ କବି ଭାବେ ମାନ୍ୟତା ପ୍ରଦାନ କରାଯାଇଛି୤ ଜଣେ ଋଷିପ୍ରତିମ ସାହିତ୍ୟିକ ଭାବେ ପରିଚିତ ମଧୁସୂଦନଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ଓଡ଼ିଆ ଭାଷାର ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଆଜି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି୤ ଏହା ବ୍ୟତୀତ ତାଙ୍କ ଦ୍ବାରା ଲିଖିତ କବିତା, ଛାନ୍ଦ, ସ୍ତୁତି ସମେତ ପିଲାମାନଙ୍କ ପାଇଁ ଛୋଟ ଛୋଟ ଗପ ସମେତ ମନୁଷ୍ୟର ବିଭିନ୍ନ ଅବସ୍ଥା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ ଲେଖାଗୁଡ଼ିକ ଆଜି... [ କ୍ରମେ ସବିଶେଷ ]
ଭକ୍ତକବି ମଧୁସୂଦନ ରାଓଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଉପାସନା ମହାନ୍ତି |  ଅକ୍ଟୋବର୍ ୧୯, ୨୦୧୧ - ୧:୩୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ଆଜି ଏତେ ସୁନ୍ଦର କବିତା ଦେଖି ଓ ଏତେ ଭଲ ସାଇଟ୍ ଅଛି ଜାଣି୤

  • ୨. Sasmita Mishra |  ଅକ୍ଟୋବର୍ ୨୧, ୨୦୧୧ - ୯:୫୨ ପୂର୍ବାହ୍ନ

    kabita ti bhawapurna abong sampurna bhave adhunika jugara samagra manab samaj pain’e eka birat sachetana bhara snadsesha

  • ୩. bibhuti |  ଅକ୍ଟୋବର୍ ୨୩, ୨୦୧୧ - ୮:୫୧ ଅପରାହ୍ନ

    Odia bhasa surakhyare eha eka yugantakari padakhyepa. Bahut sundar heichhi.

  • ୪. Rasmi Ranjan Parida |  ନଭେମ୍ବର୍ ୪, ୨୦୧୧ - ୧୦:୨୪ ପୂର୍ବାହ୍ନ

    ବହୁତ ଧନ୍ୟବାଦ, ମୋର ଅନୁରୋଧ ରକ୍ଷା କରି ଏହି ଗୀତ ଟିକୁ ପ୍ରକାଶ କରିଥିବାରୁ ୤

    ମୁର୍ମୁଷୁ ଓଡିଆ ଭାଷାକୁ ବଞ୍ଚାଇ ରଖିବାକୁ ଆପଣଙ୍କ ପ୍ରଚେଷ୍ଟା ସଫଳ ହେଉ, ଏହା ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ୤

  • ୫. ସୁଦାମ |  ଏପ୍ରିଲ୍ ୧୨, ୨୦୧୬ - ୧୧:୪୪ ପୂର୍ବାହ୍ନ

    ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାମଚଣ୍ଡୀରେ ସଂଧ୍ୟା କବିତାଟି ପ୍ରକାଶ କଲେ ଭଲ ହୁଅନ୍ତା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )
  • ଓଡ଼ିଆ ସାହିତ୍ୟ ଭାଷାର ଏକ ପ୍ରେମିକର ନମସ୍କାର l ଓଡ଼ିଆ ସାହିତ୍ୟ ଚକ୍ରରେ ମୋତେ ସାମିଲ କରନ୍ତୁ l ଧନ୍ୟବାଦ l
    ( ବନଜl ମହାନ୍ତି )