ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କନକଲତା ସାହୁ
ଉତ୍କଳମଣି ଗୋପବନ୍ଧୁ ଦାସ
ଗନ୍ତାୟତ ଶିବପ୍ରସାଦ
ସ୍ବଭାବ କବି ଗଙ୍ଗାଧର ମେହେର
ଅକ୍ଷୟ ମହାନ୍ତି
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜୟନ୍ତ ଯାହା ଜାଣେ ନାଇଁ
 |- ଜୟନ୍ତ ମହାପାତ୍ର
 
 
ତା: ମେ ୫, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ଅନେକ ଦିନ ତଳର କଥା:
ମାଆ ପଚାରିଥିଲା ସେଦିନ-
କିଏରେ ସେ ?
କାହା ସଙ୍ଗେ କଥା ହଉଥିଲୁ ?
ଉତ୍ତର ଦେଲି, କଲେଜର ପୁରୁଣା ସାଙ୍ଗଟିଏ
ଅନେକ ଦିନ ହବ ଦେଖା ହେଇ ନାଇଁ ତ !
ଖ୍ରୀଷ୍ଟାନ ?
ନାଇଁ, ହିନ୍ଦୁ ପିଲାଟି୤

କାହିଁକି କେଜାଣି
ମାଆ ମୁହଁ ମୋଡ଼ିଦେଇଥିଲା୤
ମାଆର ସେ ମୁହଁ ମନେ ରହିଚି ସବୁବେଳେ୤
ହାଣ୍ଡିରେ ଫୁଟନ୍ତା ପାଣିରେ
ଜିଅନ୍ତା କଙ୍କଡ଼ା ଛାଡ଼ିଦେଲେ ଯେମିତି ଲାଗେ,
ସେମିତି: ହଠାତ୍‌ କଙ୍କଡ଼ା ଖୋଳ ନାଲି ହେଇଯାଏ୤

ନୀତିକଥାର ବୁଲାକୁକୁରଟିଏ
ଲାଞ୍ଜ ହଲାଉଥିଲା
ମୋ’ ପିଲାଦିନ ଭିତରେ୤
ଆଜି ବି ସେଇ କଥା ହୁଏ୤
ଆଉ ଚୁପ୍‌ଚାପ୍‌ ହେଇଗଲି ଛୁଞ୍ଚି ମୁନ ପରି
ସେ କ୍ଷତ କରିବାର ନୀରବତା
ଯାଉଥିଲା, ନା ବାଁକୁ, ନା ଡାହାଣକୁ
ନା ତଳକୁ ନା ଉପରକୁ୤
କ’ଣ ବୁଝୁଥିଲି ମୁଁ ସେବେ କେଜାଣି
କିନ୍ତୁ ଧୀରେ ଧୀରେ ଆରମ୍ଭ ହେଲା ମନରେ ମୋ’ର
ନିଜ ଉପରେ ଏକ ଅଜଣା ସନ୍ଦେହ
ଆକାର ନଥିଲା ତା’ର
ଆଉ ବ୍ୟାପିବାକୁ ଚାଲିଲା ଝାପ୍‌ସା ଦୋଷ କେମିତି ଗୋଟିଏ୤

ଆଜି ଲାଗେ
ସେଦିନ ଗୋଟିଏ ମୁହୂର୍ତ୍ତରେ ଦେଖା ଦେଲା
ମାଆର ନିନ୍ଦିତ ଅଗଣା
ଆଉ ସେଇ ଧ୍ବଂସ ହେଇ ପଡ଼ିଥିବା ଦୁର୍ଗ
ଆଉ ମୋ’ ପରି କେତେଜଣ
ବଡ଼ ହେଲୁ ଦୁନିଆରେ ବୟସରେ ଅନୁଭୂତିରେ
କେମିତି ଦୋଷୀ ମନୋଭାବ ଧରି-

ଆଜି ମୋ’ ପରି ମୁଁ
ଘରେ ବସି ଗପବହି ଖବରକାଗଜ ପଢ଼ିଲି
ଗୀତ ଗାଇ ଧର୍ମ କଥା କିଛି ନ ଭାବି
ସୁନ୍ଦର ଝିଅଙ୍କ ଆଖିର ଧର୍ମରେ ଭାସିଲି୤
କିନ୍ତୁ ଜୁଆଖେଳ ପରି
ଜୀବନ ମୋ’ର ନଥିଲା ଭୟାବହ,
ନିରାପଦ ଥିଲା ଜୀବନ
ଧର୍ମକୁ ନେଇ ଜୁଆ କେବେ ଖେଳୁନଥିଲି,
ଧର୍ମ ଥିଲା ମୋ’ ମନରେ
ଅବୁଝା ଜହ୍ନରାତିଟି ପରି
ବୁଝୁନଥିଲି କାହିଁକି
ସେଇ ଜହ୍ନରାତିରେ କେତେ ଲୋକ
ଧର୍ମଗ୍ରନ୍ଥ ପୋଡ଼ି ନାଚିଚାଲିଥିଲେ୤

କାହିଁକି କେଜାଣି
ସେଦିନ ମାଆ ମୁହଁ ମୋଡ଼ିଦେଇଥିଲା,
କାହିଁକି କେଜାଣି
ଆଜି ବନ୍ଧୁ ଜଣେ ମୁହଁ ମୋଡ଼ିଦେଲେ
ମତେ ପଚାରି:
ଆପଣ କ’ଣ ଖ୍ରୀଷ୍ଟାନ୍?
ଜୟନ୍ତ ଜାଣେ ନାଇଁ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଜୟନ୍ତ ମହାପାତ୍ର, ତିନିକୋଣିଆ ବଗିଚା, କଟକ
ଜୟନ୍ତ ମହାପାତ୍ର
୧୯୨୮ ମସିହାରେ କଟକଠାରେ ଜନ୍ମିତ ବିଶ୍ବପ୍ରସିଦ୍ଧ କବି ଜୟନ୍ତ ମହାପାତ୍ର ଭାରତୀୟ ଇଂଲିଶ୍ କବିତା ପରମ୍ପରାର ଜଣେ ପ୍ରତିଷ୍ଠାତା କବି ଭାବେ ପରିଗଣିତ୤ ତାଙ୍କର ଅନନ୍ୟ ସାବଲୀଳ ଶବ୍ଦବିନ୍ୟାସ ସାଙ୍ଗକୁ କବିତାରେ ନିଜ ମାଟିର ଅନିବାର୍ଯ୍ୟ ବାସ୍ନା ବିଶ୍ବ ସାହିତ୍ୟରେ ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ସ୍ଥାନ୤ ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାର୍କ ପୁରସ୍କାର, ଆଲାନ୍ ଟେଟେ ପୁରସ୍କାର, ଜେକବ୍ ଗ୍ଲାଡଷ୍ଟେନ୍ ପୁରସ୍କାର (ଚିକାଗୋ), କଲ୍‌ଚରାଲ୍ ଆୱାର୍ଡ (ଅଷ୍ଟ୍ରେଲିଆ), ଜାପାନ୍ ଫାଉଣ୍ଡେସନ୍ ଆୱାର୍ଡ ତଥା ଆମେରିକା,... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. ବାଗଦେବୀ |  ମେ ୨୬, ୨୦୧୧ - ୩:୫୩ ଅପରାହ୍ନ

    ଖୁବ୍ ସୁନ୍ଦର୍ expression …

  • ୨. partha |  ଜୁଲାଇ ୧, ୨୦୧୧ - ୪:୪୨ ପୂର୍ବାହ୍ନ

    Parisankyan pare Amimansita Anushanka pari mane hela ehi kabita “Jayanta Jane Nahi”.Bodh Hue Kabi Pratibha Kichi Nutnata ra Anusandhan re Lipta thila bele bhuli jaichanti samajik dhonsabasesa ku ,tathapi kabita hrudaysparsi

  • ୩. ସମ୍ବିତ୍ ମିଶ୍ର |  ଜୁଲାଇ ୧୮, ୨୦୧୧ - ୯:୩୨ ପୂର୍ବାହ୍ନ

    ‍‍ଜାଣିଗଲାପରେ ସବୁ ବୋଧହୁଏ ଅଜଣା ଲାଗେ!

  • ୪. kamal marndi |  ଜୁଲାଇ ୨୦, ୨୦୧୧ - ୧୦:୫୨ ପୂର୍ବାହ୍ନ

    bahut bholo

  • ୫. ଶୁଭେନ୍ଦୁ |  ସେପ୍ଟେମ୍ବର୍ ୮, ୨୦୧୧ - ୫:୩୨ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା…

  • ୬. Mr. Santosh Kumar Panda(M.Pharm) |  ଫେବୃଆରୀ ୨୩, ୨୦୧୨ - ୫:୫୫ ପୂର୍ବାହ୍ନ

    apana nka kabita ra hrudaya bahut gambhira aau
    sambedanashila….kicchi anubhuti ra bali aau godi re apana bahut badhia ghara tie toli parichhanti….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )