ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା,
ମୋ ଗାଁର ଯେତେ ମଧୁମକ୍ଷୀଙ୍କର
ସରାଗ ସେଥିରେ ଭରା
ସଂଜ ଗଲେ ନଇଁ ତୁମ ଗାଁ କଇଁ
ଆମ ଗାଁ ଚାନ୍ଦକୁ ଦେଖେ,
ଆମ ଗାଁ ଚାନ୍ଦ ଭୁଲି ଅପବାଦ
ଉଏଁ ତୁମ ଗାଁ ପାଖେ
ତୁମ ଗାଁ ଲଳନା କାଖରେ କଳସ
ଅଳସ ଭାଙ୍ଗଇ ଗରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା
ତୁମ ଗାଁ ମୟୁରୀ ଅଭିମାନୀ ଭାରି
ଦେଖି ଆମ ଗାଁ ମେଘ,
ଆମ ଗାଁ ମେଘ ବାଟ ଭୁଲି, ତୁମ
ଗାଆଁରେ ବରଷେ ଆଗ
ମୋ ଗାଁର ଯେତେ ପ୍ରଜାପତି ଆଉ
ହାତେ ନ ଦିଅନ୍ତି ଧରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା
ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?
୧. Aryabrat | ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ
Nice One !!
୨. Aryabrat | ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ
Excellent !!!
୩. Prasanta | ଜୁନ୍ ୧୮, ୨୦୧୧ - ୮:୫୭ ପୂର୍ବାହ୍ନ
Excellent poem!!!!!!!!!!
୪. ସୁଦର୍ଶନ ସାହୁ | ଜୁନ୍ ୨୨, ୨୦୧୧ - ୧୨:୪୧ ଅପରାହ୍ନ
ଗୀତି କବିତା ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ… ଭଲ ଲାଗିଲା…
୫. Sudarshan Das | ଜୁନ୍ ୩୦, ୨୦୧୧ - ୧୧:୩୪ ଅପରାହ୍ନ
It is outstanding.
୬. ବେଣୁଧର୍ ସାହୁ | ଅଗଷ୍ଟ୍ ୨, ୨୦୧୧ - ୪:୪୯ ପୂର୍ବାହ୍ନ
ଆପଣଙ୍କ ଗୀତ ବହୁତ ସୁନ୍ଦର୍ ହୋଇଛି
୭. ଶୁଭେନ୍ଦୁକୁମାର ମୁଖୀ | ଅଗଷ୍ଟ୍ ୨୨, ୨୦୧୧ - ୧୨:୪୭ ଅପରାହ୍ନ
କବିତା ଟି ବହୁତ ସୁନ୍ଦର ହୋଇଛି ସତେକି ମୋ ‘ଗାଁ’ କଥା ଆପଣ ଲେଖିଛନ୍ତି
୮. ଶୁଭେନ୍ଦୁ | ସେପ୍ଟେମ୍ବର୍ ୮, ୨୦୧୧ - ୫:୩୮ ପୂର୍ବାହ୍ନ
ଏକ ସୁନ୍ଦର ଅନୁଭୂତି…ବହୁତ ଭଲ ଲାଗିଲା…
୯. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୪, ୨୦୧୧ - ୪:୩୫ ପୂର୍ବାହ୍ନ
ଭଲ ଲାଗିଲା , ଆପଣ ବହୁତ ଭଲ ଲେଖିଛନ୍ତି
୧୦. parth | ଅକ୍ଟୋବର୍ ୧୮, ୨୦୧୧ - ୬:୨୫ ପୂର୍ବାହ୍ନ
se pausa sakala asu
mo gaon mayuri
to gaon megha
nirjane nistabdhe mishu
୧୧. ଦିଲ୍ଲିପ୍ | ନଭେମ୍ବର୍ ୩, ୨୦୧୧ - ୧୧:୧୭ ପୂର୍ବାହ୍ନ
ବହୁତ୍ ଖୁବ୍ ଲେଖିଚ
୧୨. aurobinda dalai | ନଭେମ୍ବର୍ ୧୮, ୨୦୧୧ - ୯:୪୮ ପୂର୍ବାହ୍ନ
good one..expecting more stanza..
୧୩. ସୁମିତ୍ ସୁମନ୍ କର | ଡିସେମ୍ବର୍ ୨୩, ୨୦୧୧ - ୧:୪୮ ପୂର୍ବାହ୍ନ
ବୋହୁତ୍ ଭଲ କବି….
୧୪. rakesh | ମାର୍ଚ୍ଚ୍ ୭, ୨୦୧୨ - ୧୦:୦୮ ପୂର୍ବାହ୍ନ
wow excellent
୧୫. ଆଶାରାଣୀ ବେଉରା | ଫେବୃଆରୀ ୧୯, ୨୦୧୩ - ୬:୩୫ ପୂର୍ବାହ୍ନ
so nice. so romantic.
୧୬. ଲ୍ଲଲାଟେନ୍ଦୁ କବି, ଭୁବନେଶ୍ବର୍ | ଜୁନ୍ ୨୯, ୨୦୧୪ - ୧୦:୦୬ ଅପରାହ୍ନ
ଉଚ୍ଚକୋଟିର ଲେଖାଗୁଡିକୁ ଏକତ୍ର ଇନ୍ଟର୍ନେତ୍ରେ ସାଧାରଣଙ୍କୁ ଉପଲବ୍ଧ୍ କରେଇବାର ସାଧୁ ଉଦ୍ୟମକୁ ଅନେକ ତାରିଫ୍ ନ କରି ରହି ହେଉ ନାହି
୧୭. ମଣିନାଥ ସାହୁ | ଅଗଷ୍ଟ୍ ୬, ୨୦୧୬ - ୯:୩୯ ପୂର୍ବାହ୍ନ
ଓଡିଆ ସାହିତ୍ୟ ପାଇଁ ଏକ ଉତ୍ତମ ପ୍ରୟାସ।