ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
କାଳିନ୍ଦି ଚରଣ ପାଣିଗ୍ରାହୀ
ଗୋପାଳ ଚନ୍ଦ୍ର ପ୍ରହରାଜ
ଆଶିଷ କୁମାର କର
ଶୈଳେନ୍ଦ୍ର କୁମାର ଜେନା
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତୁମ ଗାଁ
  ବିପିନ୍‌ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା
 
 
ତା: ମେ ୨୬, ୨୦୧୧  
 

ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା,
ମୋ ଗାଁର ଯେତେ ମଧୁମକ୍ଷୀଙ୍କର
ସରାଗ ସେଥିରେ ଭରା୤

ସଂଜ ଗଲେ ନଇଁ ତୁମ ଗାଁ କଇଁ
ଆମ ଗାଁ ଚାନ୍ଦକୁ ଦେଖେ,
ଆମ ଗାଁ ଚାନ୍ଦ ଭୁଲି ଅପବାଦ
ଉଏଁ ତୁମ ଗାଁ ପାଖେ୤

ତୁମ ଗାଁ ଲଳନା କାଖରେ କଳସ
ଅଳସ ଭାଙ୍ଗଇ ଗରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା୤

ତୁମ ଗାଁ ମୟୁରୀ ଅଭିମାନୀ ଭାରି
ଦେଖି ଆମ ଗାଁ ମେଘ,
ଆମ ଗାଁ ମେଘ ବାଟ ଭୁଲି, ତୁମ
ଗାଆଁରେ ବରଷେ ଆଗ୤

ମୋ ଗାଁର ଯେତେ ପ୍ରଜାପତି ଆଉ
ହାତେ ନ ଦିଅନ୍ତି ଧରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପିନ୍‌ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା
author photo
 

ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?

  • ୧. Aryabrat |  ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ

    Nice One !!

  • ୨. Aryabrat |  ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ

    Excellent !!!

  • ୩. Prasanta |  ଜୁନ୍ ୧୮, ୨୦୧୧ - ୮:୫୭ ପୂର୍ବାହ୍ନ

    Excellent poem!!!!!!!!!!

  • ୪. ସୁଦର୍ଶନ ସାହୁ |  ଜୁନ୍ ୨୨, ୨୦୧୧ - ୧୨:୪୧ ଅପରାହ୍ନ

    ଗୀତି କବିତା ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ… ଭଲ ଲାଗିଲା…

  • ୫. Sudarshan Das |  ଜୁନ୍ ୩୦, ୨୦୧୧ - ୧୧:୩୪ ଅପରାହ୍ନ

    It is outstanding.

  • ୬. ବେଣୁଧର୍ ସାହୁ |  ଅଗଷ୍ଟ୍ ୨, ୨୦୧୧ - ୪:୪୯ ପୂର୍ବାହ୍ନ

    ଆପଣଙ୍କ ଗୀତ ବହୁତ ସୁନ୍ଦର୍ ହୋଇଛି୤

  • ୭. ଶୁଭେନ୍ଦୁକୁମାର ମୁଖୀ |  ଅଗଷ୍ଟ୍ ୨୨, ୨୦୧୧ - ୧୨:୪୭ ଅପରାହ୍ନ

    କବିତା ଟି ବହୁତ ସୁନ୍ଦର ହୋଇଛି ୤ସତେକି ମୋ ‘ଗାଁ’ କଥା ଆପଣ ଲେଖିଛନ୍ତି ୤

  • ୮. ଶୁଭେନ୍ଦୁ |  ସେପ୍ଟେମ୍ବର୍ ୮, ୨୦୧୧ - ୫:୩୮ ପୂର୍ବାହ୍ନ

    ଏକ ସୁନ୍ଦର ଅନୁଭୂତି…ବହୁତ ଭଲ ଲାଗିଲା…

  • ୯. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୪, ୨୦୧୧ - ୪:୩୫ ପୂର୍ବାହ୍ନ

    ଭଲ ଲାଗିଲା , ଆପଣ ବହୁତ ଭଲ ଲେଖିଛନ୍ତି ୤

  • ୧୦. parth |  ଅକ୍ଟୋବର୍ ୧୮, ୨୦୧୧ - ୬:୨୫ ପୂର୍ବାହ୍ନ

    se pausa sakala asu
    mo gaon mayuri
    to gaon megha
    nirjane nistabdhe mishu

  • ୧୧. ଦିଲ୍ଲିପ୍ |  ନଭେମ୍ବର୍ ୩, ୨୦୧୧ - ୧୧:୧୭ ପୂର୍ବାହ୍ନ

    ବହୁତ୍ ଖୁବ୍ ଲେଖିଚ

  • ୧୨. aurobinda dalai |  ନଭେମ୍ବର୍ ୧୮, ୨୦୧୧ - ୯:୪୮ ପୂର୍ବାହ୍ନ

    good one..expecting more stanza..

  • ୧୩. ସୁମିତ୍ ସୁମନ୍ କର |  ଡିସେମ୍ବର୍ ୨୩, ୨୦୧୧ - ୧:୪୮ ପୂର୍ବାହ୍ନ

    ବୋହୁତ୍ ଭଲ କବି….

  • ୧୪. rakesh |  ମାର୍ଚ୍ଚ୍ ୭, ୨୦୧୨ - ୧୦:୦୮ ପୂର୍ବାହ୍ନ

    wow excellent

  • ୧୫. ଆଶାରାଣୀ ବେଉରା |  ଫେବୃଆରୀ ୧୯, ୨୦୧୩ - ୬:୩୫ ପୂର୍ବାହ୍ନ

    so nice. so romantic.

  • ୧୬. ଲ୍ଲଲାଟେନ୍ଦୁ କବି, ଭୁବନେଶ୍ବର୍ |  ଜୁନ୍ ୨୯, ୨୦୧୪ - ୧୦:୦୬ ଅପରାହ୍ନ

    ଉଚ୍ଚକୋଟିର ଲେଖାଗୁଡିକୁ ଏକତ୍ର ଇନ୍ଟର୍ନେତ୍ରେ ସାଧାରଣଙ୍କୁ ଉପଲବ୍ଧ୍ କରେଇବାର ସାଧୁ ଉଦ୍ୟମକୁ ଅନେକ ତାରିଫ୍ ନ କରି ରହି ହେଉ ନାହି ୤

  • ୧୭. ମଣିନାଥ ସାହୁ |  ଅଗଷ୍ଟ୍ ୬, ୨୦୧୬ - ୯:୩୯ ପୂର୍ବାହ୍ନ

    ଓଡିଆ ସାହିତ୍ୟ ପାଇଁ ଏକ ଉତ୍ତମ ପ୍ରୟାସ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤