ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ତୁମ ଗାଁ
  ବିପିନ୍‌ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା
 
 
ତା: ମେ ୨୬, ୨୦୧୧  
 

ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା,
ମୋ ଗାଁର ଯେତେ ମଧୁମକ୍ଷୀଙ୍କର
ସରାଗ ସେଥିରେ ଭରା୤

ସଂଜ ଗଲେ ନଇଁ ତୁମ ଗାଁ କଇଁ
ଆମ ଗାଁ ଚାନ୍ଦକୁ ଦେଖେ,
ଆମ ଗାଁ ଚାନ୍ଦ ଭୁଲି ଅପବାଦ
ଉଏଁ ତୁମ ଗାଁ ପାଖେ୤

ତୁମ ଗାଁ ଲଳନା କାଖରେ କଳସ
ଅଳସ ଭାଙ୍ଗଇ ଗରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା୤

ତୁମ ଗାଁ ମୟୁରୀ ଅଭିମାନୀ ଭାରି
ଦେଖି ଆମ ଗାଁ ମେଘ,
ଆମ ଗାଁ ମେଘ ବାଟ ଭୁଲି, ତୁମ
ଗାଆଁରେ ବରଷେ ଆଗ୤

ମୋ ଗାଁର ଯେତେ ପ୍ରଜାପତି ଆଉ
ହାତେ ନ ଦିଅନ୍ତି ଧରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପିନ୍‌ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା
author photo
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. Aryabrat  |  ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ

    Nice One !!

  • ୨. Aryabrat  |  ଜୁନ୍ ୧୮, ୨୦୧୧ - ୭:୪୧ ପୂର୍ବାହ୍ନ

    Excellent !!!

  • ୩. Prasanta  |  ଜୁନ୍ ୧୮, ୨୦୧୧ - ୮:୫୭ ପୂର୍ବାହ୍ନ

    Excellent poem!!!!!!!!!!

  • ୪. ସୁଦର୍ଶନ ସାହୁ  |  ଜୁନ୍ ୨୨, ୨୦୧୧ - ୧୨:୪୧ ଅପରାହ୍ନ

    ଗୀତି କବିତା ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ… ଭଲ ଲାଗିଲା…

  • ୫. Sudarshan Das  |  ଜୁନ୍ ୩୦, ୨୦୧୧ - ୧୧:୩୪ ଅପରାହ୍ନ

    It is outstanding.

  • ୬. ବେଣୁଧର୍ ସାହୁ  |  ଅଗଷ୍ଟ୍ ୨, ୨୦୧୧ - ୪:୪୯ ପୂର୍ବାହ୍ନ

    ଆପଣଙ୍କ ଗୀତ ବହୁତ ସୁନ୍ଦର୍ ହୋଇଛି୤

  • ୭. ଶୁଭେନ୍ଦୁକୁମାର ମୁଖୀ  |  ଅଗଷ୍ଟ୍ ୨୨, ୨୦୧୧ - ୧୨:୪୭ ଅପରାହ୍ନ

    କବିତା ଟି ବହୁତ ସୁନ୍ଦର ହୋଇଛି ୤ସତେକି ମୋ ‘ଗାଁ’ କଥା ଆପଣ ଲେଖିଛନ୍ତି ୤

  • ୮. ଶୁଭେନ୍ଦୁ  |  ସେପ୍ଟେମ୍ବର୍ ୮, ୨୦୧୧ - ୫:୩୮ ପୂର୍ବାହ୍ନ

    ଏକ ସୁନ୍ଦର ଅନୁଭୂତି…ବହୁତ ଭଲ ଲାଗିଲା…

  • ୯. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା  |  ଅକ୍ଟୋବର୍ ୪, ୨୦୧୧ - ୪:୩୫ ପୂର୍ବାହ୍ନ

    ଭଲ ଲାଗିଲା , ଆପଣ ବହୁତ ଭଲ ଲେଖିଛନ୍ତି ୤

  • ୧୦. parth  |  ଅକ୍ଟୋବର୍ ୧୮, ୨୦୧୧ - ୬:୨୫ ପୂର୍ବାହ୍ନ

    se pausa sakala asu
    mo gaon mayuri
    to gaon megha
    nirjane nistabdhe mishu

  • ୧୧. ଦିଲ୍ଲିପ୍  |  ନଭେମ୍ବର୍ ୩, ୨୦୧୧ - ୧୧:୧୭ ପୂର୍ବାହ୍ନ

    ବହୁତ୍ ଖୁବ୍ ଲେଖିଚ

  • ୧୨. aurobinda dalai  |  ନଭେମ୍ବର୍ ୧୮, ୨୦୧୧ - ୯:୪୮ ପୂର୍ବାହ୍ନ

    good one..expecting more stanza..

  • ୧୩. ସୁମିତ୍ ସୁମନ୍ କର  |  ଡିସେମ୍ବର୍ ୨୩, ୨୦୧୧ - ୧:୪୮ ପୂର୍ବାହ୍ନ

    ବୋହୁତ୍ ଭଲ କବି….

  • ୧୪. rakesh  |  ମାର୍ଚ୍ଚ୍ ୭, ୨୦୧୨ - ୧୦:୦୮ ପୂର୍ବାହ୍ନ

    wow excellent

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤