ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ବରେନ୍ଦ୍ର କୃଷ୍ଣ ଧଳ
ଅନନ୍ତ ପଟ୍ଟନାୟକ
ଅଶୋକ ଚନ୍ଦ୍ର ମହାପାତ୍ର
କାମାକ୍ଷୀ ପ୍ରସାଦ ଦାଶ
ମହାପାତ୍ର ନୀଳମଣି ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୁଇଟି କବିତା
  ବିପିନ୍ ନାୟକ, ଭୁବନେଶ୍ବର
 
 
ତା: ମେ ୧୨, ୨୦୧୧  
 

ଯୀଶୁ

ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ
କେମିତି ଫିଙ୍ଗିବି ?
ଯୁଆଡ଼େ ଫିଙ୍ଗିଲେ ବି
କେହି ନା କେହି ତ
ରକ୍ତାକ୍ତ ହେବ୥

କିମ୍ଭୀରିଣୀ

ମୁଁ ମୂର୍ଖ ମାଙ୍କଡ଼
ଲୁଚେଇପାରିନି କଲିଜାକୁ
ଗଛ କୋରଡ଼ରେ
ଏଡ଼େଇପାରିନି ଆମନ୍ତ୍ରଣକୁ
ବନ୍ଧୁତାର ନିଘୋଡ଼ ମୋହରେ
ଏବେ ମୋର ଚାରିଆଡ଼େ
ଅସହାୟତାର ଅକାତକାତ ପାଣି
ମଝି ନଈରେ କଲିଜା ମାଗୁଛି
କିମ୍ଭୀରିଣୀ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପିନ୍ ନାୟକ, ଭୁବନେଶ୍ବର
author photo
ଗଞ୍ଜାମ ଜିଲ୍ଲାର ଭୀମପୁରଠାରେ ୧୯୫୦ ମସିହାରେ ଜନ୍ମିତ କବି ବିପିନ୍ ନାୟକ ସାମ୍ପ୍ରତିକ ଓଡ଼ିଆ କାବ୍ୟଧାରାର ଏକ ପ୍ରମୁଖ ସ୍ବର୤ ମଣିଷର ସ୍ଥିତି ଓ ସଙ୍କଟ ପ୍ରତି ମାନବୀୟ ଅନ୍ତର୍ଦୃଷ୍ଟିରେ ସମ୍ବେଦନଶୀଳ କବି ଶ୍ରୀ ନାୟକଙ୍କର କବିତାର ଭାଷା ଗୁଢ଼ ରହସ୍ୟବାଦୀ ହୋଇଥିବା ବେଳେ ପାରମ୍ପରିକ ଶୃଙ୍ଖଳରୁ ମୁକ୍ତ୤ ସହଜ ସରଳ ଶୈଳୀରେ ନିଜର ଭାବାବେଗକୁ ପ୍ରକାଶ କରିବାରେ ସିଦ୍ଧହସ୍ତ ଏହି କବିଙ୍କର ଉଲ୍ଲେଖନୀୟ କୃତିଗୁଡ଼ିକ ମଧ୍ୟରେ ପାଦଶବ୍ଦ, ନଈର ନକ୍‌ସା, ପବନର ଝୋଟି, ବନ୍ଦ ଘରର ବାସ୍ନା, ଆଲୁଅର ଆତ୍ମଲିପି, ସ୍ବରଚିତ୍ର ଆଦି ଅନ୍ୟତମ୤ ନିଜର କାବ୍ୟ ସାଧନା ପାଇଁ ବିଷୁବ ଝଙ୍କାର ପୁରସ୍କାର, ଚନ୍ଦ୍ରଭାଗା କବିତା ସମ୍ମାନ, ବିରଜା ସମ୍ମାନ ଓ ଉତ୍କଳ ଯୁବ ପରିଷଦ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ବର୍ଦ୍ଧିତ କବି ଶ୍ରୀ ନାୟକ ରେଭେନ୍‌ଶା ମହାବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଉପାଧି ପରେ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ବିଭିନ୍ନ ଅଗ୍ରଣୀ ମହାବିଦ୍ୟାଳୟଗୁଡିକରେ ଅଧ୍ୟାପନା ପୂର୍ବକ ୨୦୦୮ରେ ଅବସରପ୍ରାପ୍ତ୤ ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିରେ ପ୍ରଫେସର ଓ ଡିନ୍ ଭାବେ କାର୍ଯ୍ୟ କରିଥିବା କବି ସମ୍ପ୍ରତି ସାହିତ୍ୟ ଏକାଡେମୀର ଜଣେ ମାନ୍ୟବର ସଦସ୍ୟ ତଥା ସିସୋର୍ ସାହିତ୍ୟ ଏକାଡେମୀର ଉପସଭାପତି ଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ବାଗଦେବୀ ମିଶ୍ର |  ମେ ୨୦, ୨୦୧୧ - ୧:୦୪ ଅପରାହ୍ନ

    ମୁଁ ବିପିନ୍ ନାୟକ ନ୍କ ଏକ ବଡ fan | ଏ ଦୁଇ ଟି କବିତା ମତେ ଭାରି ପସନ୍ଦ | ତାଂକର ବାକି ସବୁ କବିତା online କେଉଁଠି ମିଳିବ ?

  • ୨. partha |  ଜୁନ୍ ୩୦, ୨୦୧୧ - ୨:୩୧ ପୂର୍ବାହ୍ନ

    Bipin Babu mo mata re eha Itihash,Kahani Ebam Bartaman Ra shamishrita pratidwani
    Thanks For Good Job

  • ୩. ପ୍ରଶାନ୍ତ କୁମାର ନାୟକ |  ଜୁଲାଇ ୧, ୨୦୧୧ - ୬:୧୭ ପୂର୍ବାହ୍ନ

    ସୁନ୍ଦର ଶବ୍ଦର ସମ୍ଭାର ଆଉ ଅପୂର୍ବ ଦୀପ୍ତି ନେଇ କବିତା ଦୁଇଟି ଖୁବ୍ ଭାବୋଦ୍ଦିପକ ହୋଇଚ୍ଛି ୤

    କବିଙ୍କୁ ହୃଦୟ ଭରା ଅଭିନନ୍ଦନ

  • ୪. ରଜେନ୍ଦ୍ର |  ଜୁଲାଇ ୧୮, ୨୦୧୧ - ୭:୪୩ ପୂର୍ବାହ୍ନ

    ଯୀଶୁ କବିତା ପସନ୍ଦ ହୋଇଚ୍ଛି

  • ୫. ପ୍ରଦିପ୍ ବିଶ୍ବାଳ୍ |  ଅଗଷ୍ଟ୍ ୬, ୨୦୧୧ - ୮:୩୧ ପୂର୍ବାହ୍ନ

    ଭଲ ଲାଗିଲା

  • ୬. Nrusingha ch. Das |  ଅଗଷ୍ଟ୍ ୧୭, ୨୦୧୧ - ୮:୪୬ ପୂର୍ବାହ୍ନ

    Shree jagannathnka pakhare Mora etiki prarthana sabu lekhaka o lekhika mananku emiti lekhiba paain ashirbad karantu. Jay jagannath.

  • ୭. ASWINI DASH |  ଅକ୍ଟୋବର୍ ୩, ୨୦୧୧ - ୯:୧୧ ପୂର୍ବାହ୍ନ

    badhia

  • ୮. ନମିତା ଦାଶ, ବ୍ରହ୍ମପୁର,ଗଞ୍ଜମ୍.ଓଡିଶା |  ମାର୍ଚ୍ଚ୍ ୭, ୨୦୧୩ - ୮:୪୬ ପୂର୍ବାହ୍ନ

    ସାର୍.ଆପଣଙ୍କ କବିତା ଦୁଇଟି ପଢିବାର୍ ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଛି…………..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )