ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
ଚନ୍ଦ୍ରଶେଖର ରଥ
ନୀଳକଣ୍ଠ ଦାସ
ଲକ୍ଷ୍ମୀଧର ନାୟକ
ବିଦ୍ୟୁତପ୍ରଭା ଦେବୀ
ବ୍ରଜନାଥ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୋଳ
 |- ଅଶୋକ ଜେନା
 
 
ତା: ମାର୍ଚ୍ଚ୍ ୧୧, ୨୦୧୩  
 

ଚାହୁଁ ଚାହୁଁ ଝରିଗଲା
ଋତୁ ଫୁଲର ରଙ୍ଗ
ଶୀତ ଛାଡ଼ି ଉଷୁମେଇ ଗଲା ଦିନ
ପକ୍ଷାଘାତ ପବନର ହାଲୁକା
ହାତ ଗୋଡ଼ ହଲା ଝୁଲା ଭିତରେ
କେମିତି ବଦଳି ଗଲା ଋତୁ;
ବଉଳେଇ ଗଲା ଗଛ
ଦେଖ ! ଦେଖ ! ଦାଣ୍ଡରେ ଦିଶିଲେଣି
ରାଧାମାଧବଙ୍କ ବେଶ..

ଧର ଧର ହାତରେ ମୁଠେ ଫଗୁ ଧର
ନାଲି, ହଳଦୀ, ନାରଙ୍ଗୀ ଓ ସବୁଜ ବର୍ଣ୍ଣର
ଆଖିବୁଜି ଫୋପାଡ଼ି ଶୂନ୍ୟକୁ
ଆହୁରି ଉଚ୍ଚକୁ….. ଉଚ୍ଚକୁ

ଘୃଣାର କଳା ବାଦଲ ଚିରି
ପୁଣିଥରେ ଆତ୍ମିୟତାର ରଙ୍ଗରେ
ପଖାଳି ଯାଉ ଏ ସହର
ହାତରେ ମୁଠେ ଫଗୁ ଧର ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ଜେନା, ରାଉରକେଲା
ବିଭିନ୍ନ ପତ୍ରପତ୍ରିକାରେ ଅଶୋକ ଜେନାଙ୍କର କବିତା ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ବିଭିନ୍ନ କବିଙ୍କ ଲିଖିତ କବିତା ସମ୍ବଳିତ ‘ସାମୁକା’ ନାମକ ଏକ କବିତା ସଙ୍କଳନ ସମ୍ପାଦିତ କରିଥିବା ଶ୍ରୀ ଜେନା ସମ୍ପ୍ରତି ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଅଛନ୍ତି୤ ଶ୍ରୀ ଜେନାଙ୍କ ର କିଛି କବିତା ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଦ୍ବାରା ଇଂରାଜୀରେ ଅନୁଦିତ ହୋଇଛି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ନମିତା ଦାଶ, ବ୍ରହ୍ମପୁର,ଗଞ୍ଜମ୍..ଓଡିଶା |  ମାର୍ଚ୍ଚ୍ ୧୧, ୨୦୧୩ - ୮:୨୧ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ ମନଛୁଆଁ କବିତା………..ଧନ୍ୟବାଦ

  • ୨. Arnapurna Behera, Rourkela |  ମାର୍ଚ୍ଚ୍ ୧୨, ୨୦୧୩ - ୭:୨୨ ପୂର୍ବାହ୍ନ

    ସୁନ୍ଦର୍ …ଅଭିନନ୍ଦନ୍

  • ୩. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା |  ମାର୍ଚ୍ଚ୍ ୨୬, ୨୦୧୩ - ୩:୪୬ ପୂର୍ବାହ୍ନ

    ବହୁତ ସୁନ୍ଦର ହେଇଛି ଲେଖାଟି………….

  • ୪. ପ୍ରଦୀପ୍ତ କର, ପତ୍ରପୁର, ଆଳି, କେନ୍ଦ୍ରାପଡ଼ା |  ମେ ୧୧, ୨୦୧୮ - ୭:୩୪ ପୂର୍ବାହ୍ନ

    ପ୍ରିୟ ବନ୍ଧୁଗଣ , କବିତା ଅତିଅନ୍ତ ମଧରୁ ଅଛି। ଆଉ କିଛି ଭୀମଭୋଇ , ବଳଦେବ ରଥ କବିତା ଉପସ୍ଥାପନ କଲେ ଆମେ ଖୁସି ହେବୁ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )