ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
ଶକ୍ତି ମହାନ୍ତି
ମଧୁସୂଦନ ଦାସ
ବିରଜା ବଳ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୀପଦୀପ୍ତି
 |- ରଜତ କୁମାର ମିଶ୍ର
 
 
ତା: ଫେବୃଆରୀ ୨୭, ୨୦୧୩  
 

ଦୀପଶିଖାଟିଏ,
ଅନ୍ଧାର ବୋଝରେ ନଇଁପଡ଼ିଲେବି,
ଜଳୁଥିଲା, ଦୀପ୍ତିର ହାତ ଧରି!
ଅୟୁତ ଜ୍ୟୋତିର ସୂର୍ଯ୍ୟ
ଅଦୃଶ୍ୟ ଦିଗନ୍ତ ସେପାରିରେ ତଥାପି ନିରୁଦ୍ଦିଷ୍ଟ
ଡରିଲାନି ସେ,
ତିଳ ତିଳ କରି ରାତିକୁ ଜାଳି,
କୁହୁଳୁଥିବା ‘କାଲି’ର ପ୍ରତୀକ୍ଷାରେ,
ଅମାନିଆ ପବନର କାନ୍ଧରେ,
ବେତାଳ ପରି ଝୁଲୁଥିବା ନିର୍ବାପିତ ଦୀପଶିଖାମାନେ
ହଜିଯାଉଥିବା ଧୂଆଁର ଚଦର ମାଗୁଥିଲେ ବି!
ବିକ୍ରମାଦିତ୍ୟଙ୍କ ଉତ୍ତର ସରିଲା୤
ପବନର ବନ୍ଧନରୁ ଖସିଯାଇ
ଶିଖାମାନେ,
ପାହାନ୍ତିଆ ଶିଶିରରେ ବୋଳୁଥିଲେ
ବର୍ଣ୍ଣାଳୀର ଆଭା!
ଦୀପଦୀପ୍ତିର ଶେଷ ନିଶ୍ବାସ
ଏବଂ ସୃଷ୍ଟିର ନବ ଅଙ୍କୁରଣ,
ଅନ୍ଧାରର ଚିତାଗ୍ନିରୁ ଏବେ ଜୀବନର ମଧୁ-ସୁଗନ୍ଧ,
କୃତଜ୍ଞ ଅନ୍ତରରୁ,
ଛନ୍ଦାୟିତ ଅନିନ୍ଦ୍ୟ ସଂକଳ୍ପ
ଐଶାନ୍ୟରୁ ଅଗ୍ନି ପର୍ଯ୍ୟନ୍ତ ବ୍ୟାପ୍ତ,
ସକାଳର ଅସଂଖ୍ୟ ଦୀପାଳି !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରଜତ କୁମାର ମିଶ୍ର, ରାଜସ୍ଥାନ
ରଜତ କୁମାର ମିଶ୍ର
ଓଡ଼ିଶାଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଓ ଓଡ଼ିଶାକୁ ଭଲ ପାଉଥିବା ରଜତ କୁମାର ମିଶ୍ରଙ୍କ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଶ୍ରୀ ମିଶ୍ର କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ରଚନା କରି ଜଣେ ଉଦୀୟମାନ ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤
ରଜତ କୁମାର ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. sannyasi nayak, ମନମୁନ୍ଦଦ |  ଏପ୍ରିଲ୍ ୧୮, ୨୦୧୩ - ୪:୧୬ ଅପରାହ୍ନ

    ଖୁବ୍ ସୁନ୍ଦ୍ଅର୍

  • ୨. Sawayam Brahma |  ଜୁନ୍ ୨୨, ୨୦୧୩ - ୫:୪୮ ପୂର୍ବାହ୍ନ

    Classic! my wife has memorized this poem Rajat!I quoted the last lines in one my recent classes…andhaarara chigniru ebe jibanara madhu sugandha..
    Why are you not writing often?

  • ୩. Silu, Angul,Odisha |  ଅକ୍ଟୋବର୍ ୫, ୨୦୧୩ - ୬:୧୬ ପୂର୍ବାହ୍ନ

    Rajat sir i read your some best poem in this web thank you so much I want to be a poet. I have some poem but i dont know how can i share my poem on this web. plz help me.

  • ୪. ଜଗନ୍ନଥ୍ ପ୍ରଧନ୍, ବ୍ରହମ୍ପୁର୍ ଓଦିଶ |  ନଭେମ୍ବର୍ ୨୩, ୨୦୧୪ - ୩:୫୩ ପୂର୍ବାହ୍ନ

    ରଜତ କୁମାର ମିଶ୍ର ଓଡିଆ ଲେଖିବା ପାଇଁ ଖୁବ୍ ସୁନ୍ଦ୍ଅର୍ କୃତଜ୍ଞ.

  • ୫. ମନ୍ମଥ କୁମାର ଦଲେଇ |  ସେପ୍ଟେମ୍ବର୍ ୧୩, ୨୦୧୬ - ୯:୪୦ ଅପରାହ୍ନ

    ଚମତ୍କାର ଶବ୍ଦ ସଂଜୋଜନା . ପଢି ଖୁସି ଲାଗିଲା.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )