ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କେ.ଶ୍ୟାମବାବୁ ଦୋରା
ବିପ୍ର ଆଚାର୍ଯ୍ୟ
କାମାକ୍ଷୀ ପ୍ରସାଦ ଦାଶ
ନୀଳକଣ୍ଠ ଦାସ
ରଜତ କୁମାର ମିଶ୍ର
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦର୍ପଣ ଦେଖିଲେ ଲାଗେ
 |- ଅଶୋକ ଚନ୍ଦ୍ର ମହାପାତ୍ର
 
 
ତା: ଅକ୍ଟୋବର୍ ୨୧, ୨୦୦୯  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ବଞ୍ଚିବାର ସରଳ ଅଭ୍ୟାସ
ଯେତେଥର ହଜିଛି ସେତେଥର
ଆମେ ଅଚିହ୍ନା ବାରିଛୁ ପରସ୍ପରକୁ
ମୋର ଦର୍ପଣ ଓ ମୁଁ

ଦର୍ପଣ ଦେଖିଲେ ଲାଗେ
ଲୋକଟିକୁ ଦେଖିଛି କେଉଁଠି ବୋଧେ

ଦର୍ପଣ ଆଗକୁ ଗଲେ
ବିକଟାଳ ମୁହଁଟିଏ ପ୍ରତିଥର
ସମୁଦ୍ର ଭଳି କୂଳକୁ ସେ ଫିଙ୍ଗେ
ମଡା ଓ କଙ୍କାଳ ପ୍ରତିଟି ଲହଡି ସହିତ
ଅଂଧାର ଭଳି ଫେରାଇଦିଏ ଛାଇ
ଆଲୁଅ ଯାହା ଅଲଗା କରିଥିଲା ମୋ ଠାରୁ

ମୋର ବିଂବ ଧରି ରଖିବାକୁ
ଦର୍ପଣ ସକ୍ଷମ କି ନା ଜାଣେନି
ଅଥବା କେଜାଣି ମୁଁ ନିଜେ ହିଁ
ଧାରେ ଅଦୃଶ୍ୟ ରେଖା କି
ଝାପ୍‌ସା ବିନ୍ଦୁଟିଏ ଭଳି ସବୁଥର
ହଜିଯାଇଛି ଦର୍ପଣ ଭିତରେ

ଏତେ ବର୍ଷ ପରେ ବି
ଚିହ୍ନି ହେଲାନି ନିଜକୁ୤
ଦର୍ପଣ ଦେଖିଲେ ଲାଗେ, ହଁ
ଲୋକଟିକୁ ଦେଖିଛି କେଉଁଠି ନିଶ୍ଚେ
ନିଜର ହିଁ ବିଂବକୁ ଅଚିହ୍ନା ବାରିବା ଭଙ୍ଗୀ
କେମିତି ଦିଶେ ପ୍ରତିଫଳନରେ

ବେଶୀରୁ ବେଶୀ ଦୋଦୋଚିହ୍ନା ମୁହଁଟିଏ
ପ୍ରତିଥର ଦର୍ପଣ ଦେଖିଲେ
ଦର୍ପଣ ଦେଖିଲେ ଲାଗେ, ହଁ
ଲୋକଟିକୁ ଦେଖିଛି କେଉଁଠି ବୋଧେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ଚନ୍ଦ୍ର ମହାପାତ୍ର, ରାଉରକେଲା
ଅଶୋକ ଚନ୍ଦ୍ର ମହାପାତ୍ର
କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି୤ ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ୤ ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ... [ କ୍ରମେ ସବିଶେଷ ]
ଅଶୋକ ଚନ୍ଦ୍ର ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. admin |  ଡିସେମ୍ବର୍ ୨, ୨୦୦୯ - ୧୦:୧୫ ଅପରାହ୍ନ

    ଅପ୍ରାନ୍ତ ସମ୍ପାଦକ ବ୍ୟବହାର କରି ଲେଖା ବିଷୟରେ ଓଡିଆରେ ମତାମତ ଦେଇପାରିବେ-ଏହା ଏକ ଉଦାହରଣ ମାତ୍ର୤

  • ୨. srinibas |  ଡିସେମ୍ବର୍ ୬, ୨୦୦୯ - ୪:୩୮ ଅପରାହ୍ନ

    ନଥି ପଞ୍ଜିକରଣର ଅର୍ଥ ବୁଝିହେଲାନି୤ ବାରମ୍ବାର ଚେଷ୍ଟା ପରେ ବି ଲେଖା ପଠାଇ ପାରିଲିନି୤
    ଏ ସଂପର୍କରେ କିଛି ତଥ୍ୟ ଲୋଡା,

  • ୩. admin |  ଡିସେମ୍ବର୍ ୬, ୨୦୦୯ - ୭:୨୪ ଅପରାହ୍ନ

    ଉକ୍ତ ପୃଷ୍ଠାରେ କିଛି ତୃଟି ଥିବାରୁ ତାହା ଠିକ୍‌ଭାବେ କାମ କଲା ନାହିଁ୤ ପୁଣିଥରେ ଚେଷ୍ଟା କରିବା ପାଇଁ ନିବେଦନ୤

  • ୪. biswalsurya |  ଜାନୁଆରୀ ୧୭, ୨୦୧୦ - ୯:୪୨ ପୂର୍ବାହ୍ନ

    ଭଲ ହୋଇଛି କବିତାଟି୤

  • ୫. ktripathy |  ଜାନୁଆରୀ ୨୭, ୨୦୧୦ - ୪:୪୯ ପୂର୍ବାହ୍ନ

    କବିତାଟି ବେଶ୍‌ ଭଲ ହୋଇଛି୤

  • ୬. ÄÛÑñÜÈ ³ÝÌÚÏ ÌØÚÈÚÂõ999999 |  ଜାନୁଆରୀ ୨୯, ୨୦୧୦ - ୧୨:୨୯ ଅପରାହ୍ନ

    କବିତାଟି ବହୁତ ଭଲ ହୋଇଛି୤ କବିଙ୍କୁ ମୋର ଧନ୍ୟବାଦ୤

  • ୭. ÂÆðÍü ÌÛÕõ |  ଜାନୁଆରୀ ୩୦, ୨୦୧୦ - ୩:୨୪ ପୂର୍ବାହ୍ନ

    ବହୁତ ଭଲ ହୋଇଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )