ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଅଶୋକ ଚନ୍ଦ୍ର ମହାପାତ୍ର
ଗଣେଶ୍ୱର ମିଶ୍ର
କମଳା ଶତପଥି
ମଧୁସୂଦନ ଦାସ
କୃଷ୍ଣପ୍ରସାଦ ମିଶ୍ର
ବ୍ରହ୍ମାନନ୍ଦ ପଣ୍ଡା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦାମ୍ପତ୍ୟ
 |- ସୂର୍ଯ୍ୟ ମିଶ୍ର
 
 
ତା: ଜୁନ୍ ୨୯, ୨୦୧୦  
 

ଲୁହ ଡବଡବ ଆଖିରେ ଅପମାନ ଦିଅନା
ଡହକୁଥିବା ଭୋକରେ ମୋତେ ଆଉ ଜାଳନା,
ଏଠିକୁ ଆସ, ଦେଖିବ
ଆମର ଗତାନୁଗତିକ ବସ୍ତୁକୈନ୍ଦ୍ରିକ ଦୃଶ୍ୟଗୁଡିକ!

ଲୋଭନୀୟ କୋଠରୀ
ତୁମର ଲହୁଣୀଭଳି ଦେହ
ତୁଳାର ଶେଯ
ବାସ୍ନା ବାହାରୁଥିବା ରଙ୍ଗୀନ୍‌ ଚାଦର,
ସେଥିକୁ ପୁଣି ଆମେ ଦୁହେଁ୤

ପରସ୍ପର ଦେହକୁ ଜାବୁଡି
ନାମ ରୂପର ଜୀବନକୁ ଦୃଶ୍ୟରେ ପରିଣତ କରି
ଦୁଇଟି ପଦାର୍ଥ ପରି ପଡିରହିବା
ଇଚ୍ଛା ମୁତାବକ୤

କେହି କାହାକୁ ଜଣାଇବାନାହିଁ କୃତଜ୍ଞତା,
କେହି କାହାକୁ କହିବାନାହିଁ – ଧନ୍ୟବାଦ୤
ଇଚ୍ଛା ସେତେବେଳକୁ ଫେରାର୍,
ଘରର ଅନ୍ୟ ଅନେକ ଉପକରଣ ପରି
ଆମର ଆଉ ସ୍ବାଧୀନତା ନ ଥିବ
ବସ୍ତୁଟିଏ ହୋଇଯାଇଥିବା
ତୁମେ ଆଉ ମୁଁ୤

ତେଣିକି ପଦାର୍ଥ ପରି
ଆମର ତଥାକଥିତ ଚୁମ୍ବନ, ଆଲିଙ୍ଗନ
ଅଳିଅର୍ଦ୍ଦଳି ଅଭିଯୋଗଭରା ଆୟୁଷ,
ନିରର୍ଥକ ପରାଧୀନତାରେ ଆମର ସମ୍ଭୋଗ,
ନିଜନିଜର ଉତ୍ତାପ, ଉଲ୍ଲାସମାନଙ୍କୁ
ଖଟେଇ ସର୍ତ୍ତ ପୂରଣରେ,
ଶରୀର-ସଙ୍ଗୀତ ଗାଇ
ରାତିସାରା ଉଜାଗର
ରତିସୁଖସାର୤

ସକାଳୁ ଶେଯ ତଳେ
ଝର୍କା କଡେ, ଦରଜା ସେପାଖେ
ସବୁଠି ସନ୍ତକ ହୋଇ ରହିଥିବ
ନିର୍ବାକ ମୌନ ପରାଜୟ ଆମର୤
କେବଳ ପରାଧୀନତା ପରି ପଦାର୍ଥମାନଙ୍କର୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୂର୍ଯ୍ୟ ମିଶ୍ର, ସମ୍ବଲପୁର
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସୂର୍ଯ୍ୟ ମିଶ୍ର ଜଣେ କବି ଭାବେ ସୁପରିଚିତ୤ ସାମ୍ପ୍ରତିକ ବିଷୟ ଉପରେ କବିତା ଲେଖୁଥିବା ଶ୍ରୀ ମିଶ୍ରଙ୍କ ଅଦ୍ୟାବଧି ‘ସପ୍ତବର୍ଣ୍ଣର ସକାଳ’, ‘ପାଗଳ ପ୍ରେମିକ ଦଳ’, ‘ମୃଦୁ ମୃଦୁ ମୃତ୍ୟୁ’ ଆଦି କବିତା ସଙ୍କଳନ ଅନେକ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଜଣେ କବି ବ୍ୟତୀତ ଶ୍ରୀ ମିଶ୍ର ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷଭାବେ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ପ୍ରଚାର ଓ... [ କ୍ରମେ ସବିଶେଷ ]
ସୂର୍ଯ୍ୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. áÄÊÚÕÛÖ999999 |  ଜୁଲାଇ ୨୭, ୨୦୧୦ - ୪:୪୦ ପୂର୍ବାହ୍ନ

    ବହୁତ ଭଲ

  • ୨. dear_saroj |  ଜୁଲାଇ ୨୯, ୨୦୧୦ - ୫:୫୫ ପୂର୍ବାହ୍ନ

    ମତେ ବହୁତ ଭଲ ଲାଗିଲା,,,

    ଧନ୍ୟବାଦ

  • ୩. Lalit |  ମାର୍ଚ୍ଚ୍ ୧୭, ୨୦୧୨ - ୨:୨୬ ଅପରାହ୍ନ

    BHUTA BHAL HA E CHHI

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )