ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଲୁହ ଡବଡବ ଆଖିରେ ଅପମାନ ଦିଅନା
ଡହକୁଥିବା ଭୋକରେ ମୋତେ ଆଉ ଜାଳନା,
ଏଠିକୁ ଆସ, ଦେଖିବ
ଆମର ଗତାନୁଗତିକ ବସ୍ତୁକୈନ୍ଦ୍ରିକ ଦୃଶ୍ୟଗୁଡିକ!
ଲୋଭନୀୟ କୋଠରୀ
ତୁମର ଲହୁଣୀଭଳି ଦେହ
ତୁଳାର ଶେଯ
ବାସ୍ନା ବାହାରୁଥିବା ରଙ୍ଗୀନ୍ ଚାଦର,
ସେଥିକୁ ପୁଣି ଆମେ ଦୁହେଁ
ପରସ୍ପର ଦେହକୁ ଜାବୁଡି
ନାମ ରୂପର ଜୀବନକୁ ଦୃଶ୍ୟରେ ପରିଣତ କରି
ଦୁଇଟି ପଦାର୍ଥ ପରି ପଡିରହିବା
ଇଚ୍ଛା ମୁତାବକ
କେହି କାହାକୁ ଜଣାଇବାନାହିଁ କୃତଜ୍ଞତା,
କେହି କାହାକୁ କହିବାନାହିଁ – ଧନ୍ୟବାଦ
ଇଚ୍ଛା ସେତେବେଳକୁ ଫେରାର୍,
ଘରର ଅନ୍ୟ ଅନେକ ଉପକରଣ ପରି
ଆମର ଆଉ ସ୍ବାଧୀନତା ନ ଥିବ
ବସ୍ତୁଟିଏ ହୋଇଯାଇଥିବା
ତୁମେ ଆଉ ମୁଁ
ତେଣିକି ପଦାର୍ଥ ପରି
ଆମର ତଥାକଥିତ ଚୁମ୍ବନ, ଆଲିଙ୍ଗନ
ଅଳିଅର୍ଦ୍ଦଳି ଅଭିଯୋଗଭରା ଆୟୁଷ,
ନିରର୍ଥକ ପରାଧୀନତାରେ ଆମର ସମ୍ଭୋଗ,
ନିଜନିଜର ଉତ୍ତାପ, ଉଲ୍ଲାସମାନଙ୍କୁ
ଖଟେଇ ସର୍ତ୍ତ ପୂରଣରେ,
ଶରୀର-ସଙ୍ଗୀତ ଗାଇ
ରାତିସାରା ଉଜାଗର
ରତିସୁଖସାର
ସକାଳୁ ଶେଯ ତଳେ
ଝର୍କା କଡେ, ଦରଜା ସେପାଖେ
ସବୁଠି ସନ୍ତକ ହୋଇ ରହିଥିବ
ନିର୍ବାକ ମୌନ ପରାଜୟ ଆମର
କେବଳ ପରାଧୀନତା ପରି ପଦାର୍ଥମାନଙ୍କର
bhalo lekha ti.
( kiran kumar lenka ) →
people admire your social critics,
Thank you sir, Jarirahu
( ମୁରଲିଧର କବି ) →
khub sundar
( ମୁରଲିଧର କବି ) →
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. áÄÊÚÕÛÖ999999 | ଜୁଲାଇ ୨୭, ୨୦୧୦ - ୪:୪୦ ପୂର୍ବାହ୍ନ
ବହୁତ ଭଲ୨. dear_saroj | ଜୁଲାଇ ୨୯, ୨୦୧୦ - ୫:୫୫ ପୂର୍ବାହ୍ନ
ମତେ ବହୁତ ଭଲ ଲାଗିଲା,,, ଧନ୍ୟବାଦ