ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୁଲି
  ପ୍ରମିଳା ଶତପଥୀ, ବାଲେଶ୍ବର
 
 
ତା: ମେ ୧୩, ୨୦୧୦  
 

ମରିଯାଇଛି ଭୋକ,
ଲିଭିଯାଇଛି ନିଆଁ,
ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି
କ୍ଷୟ ହେଇନି ଚୁଲି ଭିତରର ଆଶା୤

ଅତୀତର ଉପହାସ,
ସ୍ମୃତିର କଟାଳ,
ଚୁଲିର ଖୋଜିଲା ଖୋଜିଲା ଆଖି,
ବିଡ଼େ କାଠ, ଝୁଲେ ନିଆଁ,
ଯାହାର ଉଷୁମ ସ୍ପର୍ଶରେ
ସହଜ ହୁଅନ୍ତା ମୁକ୍ତିତୀର୍ଥରେ ପହଞ୍ଚିବା୤
ଅତୀତର କଳ୍ପନା ନାହିଁ,
ଅବଲୁପ୍ତର ଅନୁରୂପ ନାହିଁ୤
ପୁରୁଣା ଚୁଲି, ପୁରୁଣା ଦେହ
ଝିଙ୍କା, କନ୍ଧା, ସବୁ ଫୁରୁସିଗଲାଣି୤

ନୂଆ ଗଢଣଟିଏ ତିଆରିଚାଲିଛି
ସମୟ ସିନ୍ଦୁକ ଭିତରେ,
ଅତି ଗୋପନୀୟ ଭାବରେ୤
କିନ୍ତୁ, ଚୁଲି କଣ ପାଶୋରିପାରୁଛି
ସେଇ ଫୁଟାଭାତର ଉଷୁମ ବାସ୍ନା,
ଉତୁରିଲା ପେଜର ସିଁ ସିଁ ଗୀତ୤

ଭୋକ ମରିଯାଇଛି, ଲିଭିଯାଇଛି ନିଆଁ
ଏବେ ନିଆଁର ଉଷ୍ମ ଆମୋଦକୁ
ଚୁଲିର ବାହୁନିବା ହିଁ ସାର୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରମିଳା ଶତପଥୀ, ବାଲେଶ୍ବର
author photo
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Purna chandra acharya |  ସେପ୍ଟେମ୍ବର୍ ୯, ୨୦୧୧ - ୮:୧୩ ପୂର୍ବାହ୍ନ

    Awesome.

  • ୨. Goutam Das |  ଡିସେମ୍ବର୍ ୨୪, ୨୦୧୨ - ୪:୫୬ ପୂର୍ବାହ୍ନ

    ଭଲ ଲାଗିଲା…..

  • ୩. M K Dalei |  ସେପ୍ଟେମ୍ବର୍ ୧୪, ୨୦୧୬ - ୮:୪୦ ପୂର୍ବାହ୍ନ

    Madam, Your title is well justified. Total poem is enriched with odia literature. Enjoyed evry line. Thank u for sharing such a beautiful poem…….Regards.

  • ୪. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୨୯, ୨୦୧୬ - ୫:୪୦ ପୂର୍ବାହ୍ନ

    ବହୁତ ସୁନ୍ଦର ଉପସ୍ଥାପନା ।”ସେଇ ଫୁଟାଭାତର ଉଷୁମ ବାସ୍ନା,
    ଉତୁରିଲା ପେଜର ସିଁ ସିଁ ଗୀତ” ଏହି ଦୁଇ ଧାଡି କବିତାର ଶୀର୍ଷକକୁ ଯଥାର୍ଥ କରିବାରେ ସହାୟକ ହେଇଛନ୍ତି । ବହୁତ ଭଲ ଲାଗିଲା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )