ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ମେ ୧୩, ୨୦୧୦  
 

ମରିଯାଇଛି ଭୋକ,
ଲିଭିଯାଇଛି ନିଆଁ,
ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି
କ୍ଷୟ ହେଇନି ଚୁଲି ଭିତରର ଆଶା୤

ଅତୀତର ଉପହାସ,
ସ୍ମୃତିର କଟାଳ,
ଚୁଲିର ଖୋଜିଲା ଖୋଜିଲା ଆଖି,
ବିଡ଼େ କାଠ, ଝୁଲେ ନିଆଁ,
ଯାହାର ଉଷୁମ ସ୍ପର୍ଶରେ
ସହଜ ହୁଅନ୍ତା ମୁକ୍ତିତୀର୍ଥରେ ପହଞ୍ଚିବା୤
ଅତୀତର କଳ୍ପନା ନାହିଁ,
ଅବଲୁପ୍ତର ଅନୁରୂପ ନାହିଁ୤
ପୁରୁଣା ଚୁଲି, ପୁରୁଣା ଦେହ
ଝିଙ୍କା, କନ୍ଧା, ସବୁ ଫୁରୁସିଗଲାଣି୤

ନୂଆ ଗଢଣଟିଏ ତିଆରିଚାଲିଛି
ସମୟ ସିନ୍ଦୁକ ଭିତରେ,
ଅତି ଗୋପନୀୟ ଭାବରେ୤
କିନ୍ତୁ, ଚୁଲି କଣ ପାଶୋରିପାରୁଛି
ସେଇ ଫୁଟାଭାତର ଉଷୁମ ବାସ୍ନା,
ଉତୁରିଲା ପେଜର ସିଁ ସିଁ ଗୀତ୤

ଭୋକ ମରିଯାଇଛି, ଲିଭିଯାଇଛି ନିଆଁ
ଏବେ ନିଆଁର ଉଷ୍ମ ଆମୋଦକୁ
ଚୁଲିର ବାହୁନିବା ହିଁ ସାର୥

ତୁଣ୍ଡ ବାଇଦ :
 
ପ୍ରମିଳା ଶତପଥୀ, ବାଲେଶ୍ବର
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Purna chandra acharya  |  ସେପ୍ଟେମ୍ବର୍ ୯, ୨୦୧୧ - ୮:୧୩ ପୂର୍ବାହ୍ନ

    Awesome.
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤