ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୧ Back to Vote Screen

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ବିପ୍ର ଆଚାର୍ଯ୍ୟ
ସଦାନନ୍ଦ ତ୍ରିପାଠୀ
ସୁଧାଂଶୁ ଶେଖର ପାତ୍ର
ଗୋଦାବରୀଶ ମହାପାତ୍ର
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିରଳ ପ୍ରଜାତି
 |- ବିରଜା ବଳ
 
 
ତା: ସେପ୍ଟେମ୍ବର୍ ୨୩, ୨୦୧୧  
 

ପ୍ରେମ ବଦଳି ଯାଉଚି ଗୀତରେ
ଗୀତ ବଦଳି ଯାଉଚି ପ୍ରେମରେ
ଗଛରେ ଗଛେ ପକ୍ଷୀ
ଗଛେ ଗୀତ
ଗଛେ ପ୍ରେମ୤

ମଣିଷ ପକ୍ଷୀଠୁ ଶିଖିଥିଲା ଘରତୋଳା
ମଣିଷ ପକ୍ଷୀଠୁ ଶିଖିଥିଲା ଗୀତ
ମଣିଷ ପକ୍ଷୀଠୁ ଶିଖିଥିଲା
ସବୁ ବିଫଳତାରେ ସଫଳ ହବାର ରହସ୍ୟ୤

ମଣିଷକୁ ଶିଖେଇଥିଲା
ନିଆଁର କଣିକାକୁ ଖାଇ
କେମିତି ବଞ୍ଚିବାକୁ ହୁଏ
ଘନଘୋର ବର୍ଷା ଓ ବତାସୀ ପବନରେ୤

ଆଉ, ତାର କୁନି କୁନି ଶାବକମାନଙ୍କୁ ଶିଖେଇଥିଲା
କେମିତି ବଞ୍ଚିବାକୁ ହୁଏ
ପକ୍ଷୀ-ଶାବକ ମଣିଷମାନଙ୍କ ଗହଳରେ୤

ପକ୍ଷୀର ଘର ଅଛି, ଦେଶ ନାହିଁ
ପକ୍ଷୀର କଣ୍ଠ ଅଛି, ପରିଚୟ ନାହିଁ
ପକ୍ଷୀର ଡେଣା ଅଛି, ପରିତ୍ରାଣ ନାହିଁ
ନିଜ ଦେଶରେ ପକ୍ଷୀ ଦେଶାନ୍ତର
ସ୍ବାଧୀନତା ହୀନ ସ୍ବାଧୀନତା ଝୁଲୁଥିବା ବରଗଛର ଫଳ୤

ଗୀତ କି ସୌନ୍ଦର୍ଯ୍ୟ ପାଇଁ ଯେତିକି ନୁହେଁ
ପ୍ରେମ ଓ ସୌହାର୍ଦ୍ଦ୍ୟ ପାଇଁ ଯେତିକି ନୁହେଁ
କଅଁଳ ମାଂସର ସ୍ବାଦ ପାଇଁ ପକ୍ଷୀ ମଣିଷର ପ୍ରିୟ୤

ପ୍ରିୟ ପକ୍ଷୀ
ଆନନ୍ଦ ବେଦନା ପାରି ହୋଇ
ଜୀବନର ଅନ୍ତ ସହିତ ଗୋଳେଇ ହୋଇ
ପରିତୃପ୍ତିର ହାକୁଟିଟିଏ ହୋଇ ବଞ୍ଚିରହେ୤

ଆଦିମ ଯୁଗର ସଭ୍ୟ ପକ୍ଷୀ
ସଭ୍ୟ ଯୁଗର ଆଦିମ ମଣିଷ
ପକ୍ଷୀ ପାଇଁ ରଖିଚି କ’ଣ
କଳା ଧୂଆଁ
କଳା ପାଣି
କଳା ଅଙ୍ଗାର
କଳା ଅଙ୍ଗାରକାମ୍ଳ
ଶିଶାର ଗୁଳି
ରଙ୍ଗଦିଆ ଧାତବ ପଞ୍ଜୁରୀ?

ଅଗଣତାନ୍ତ୍ରିକ ତେଲ କରେଇରେ
ରା-ରା କରେ
ଗଣତାନ୍ତ୍ରିକ ପକ୍ଷୀ
ଉଠେଇ ଦବାକୁ ଦାବୀ କରେ ସମ୍ବିଧାନିକ ସଂରକ୍ଷଣ୤

ପ୍ରେମ ବଦଳି ଯାଉଚି କଳିରେ
କଳି ବଦଳି ଯାଉଚି ହିଂସାରେ
ଦେଶରେ ଦେଶେ ମଣିଷ
ଦେଶେ କଳି
ଦେଶେ ହିଂସା୤

ପଞ୍ଜୁରୀ ଭିତରେ ପକ୍ଷୀ ଗୀତ ଗାଉଚି
ଗୀତ ଭୁଲି ଯାଇଚି ପ୍ରଜାତି ମଣିଷ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିରଜା ବଳ, ଯାଜପୁର
ବିରଜା ବଳ
୧୯୬୩ ମସିହାରେ ଯାଜପୁରରେ ଜନ୍ମିତ ବିରଜା ବଳ ସାମ୍ପ୍ରତିକ ଓଡ଼ିଆ କବିଙ୍କ ମଧ୍ୟରେ ଏକ ପରିଚିତ ନାମ୤ ମୁଖ୍ୟତଃ କବିତା ଲେଖୁଥିବା କବି ଶ୍ରୀ ବଳ ସମସାମୟିକ ବିଷୟକୁ ନେଇ କବିତା ଲେଖୁଥିଲେ ମଧ୍ୟ ତାଙ୍କ କବିତାରେ ଏକ ନିଆରା ଭାବ ଦେଖିବାକୁ ମିଳିଥାଏ୤ ବର୍ତ୍ତମାନ ସୁଦ୍ଧା “ନାଚ”,“ପ୍ରାଚୀନ ଏକ ପୋଲ ଉପରୁ”,“ଜନମନର କ୍ରିୟାପଦ” ଏବଂ “ବିରଳ ପ୍ରଜାପତି” ପରି କବିତା ସଂଗ୍ରହ ପୁସ୍ତକ ହେଉଛି କବିଙ୍କ ଉଲ୍ଲେଖନୀୟ କୃତି୤ ୧୯୯୯ ମସିହାରୁ ବିଭିନ୍ନ ଅନୁଷ୍ଠାନ ଯଥା “ଅଖିଳ ଚକ୍ର କବିତା ସମ୍ମାନ”,... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସୁର୍ୟ ନରୟନ ରଥ |  ଅକ୍ଟୋବର୍ ୩, ୨୦୧୧ - ୪:୦୦ ପୂର୍ବାହ୍ନ

    ଅତି ସୁନ୍ଦର

  • ୨. SRIKANTA TRIPATHY, |  ଅକ୍ଟୋବର୍ ୪, ୨୦୧୧ - ୩:୩୮ ପୂର୍ବାହ୍ନ

    THANK YOU

  • ୩. parth |  ଅକ୍ଟୋବର୍ ୧୮, ୨୦୧୧ - ୬:୧୭ ପୂର୍ବାହ୍ନ

    nischit bhabe eka nua bhabana jaha dekha jauchhi kintu ame dekhi nathile………
    kabita re taha swata pratihata

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )