ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ମୃଣାଳ
ଭୁବନେଶ୍ବର ବେହେରା
ସୀତାକାନ୍ତ ମହାପାତ୍ର
ଗନ୍ତାୟତ ଶିବପ୍ରସାଦ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଦ୍ରୋହ
 |- ଦୁର୍ଗା ପ୍ରସାଦ ପଣ୍ଡା
 
 
ତା: ଜୁଲାଇ ୪, ୨୦୧୨  
 

ଗାରପକା ରଫ୍‌ଖାତା ପୃଷ୍ଠାରେ
ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି
ଶବ୍ଦର ଅନେକ ଡବାନେଇ
ଠିଆହୋଇଥିବା ବାକ୍ୟଟିଏ

ହଠାତ୍‌ ଧାଇଁବାକୁ ଆରମ୍ଭ କରେ
ପାଗଳ ପରି ତୀବ୍ର ବେଗରେ,
ବ୍ୟାକରଣ ଆଉ ଅଭିଧାନର
ସମାନ୍ତରାଳ ଲୁହାଧାରଣା ଉପରେ

ନାଲିବତୀର ଆକଟକୁ ବେଖାତିର କରି
କମା, ପୂର୍ଣ୍ଣଛେଦ, ବିସ୍ମୟଚିହ୍ନ ଆଦିର
ସିଗ୍‌ନାଲ୍‌ ଖୁଣ୍ଟକୁ ଧ୍ବସ୍ତବିଧ୍ବସ୍ତ କରି

ଅଟକେଇବାକୁ ଆସୁଥିବା ପ୍ରଶ୍ନଚିହ୍ନମାନଙ୍କୁ
ଜୋର୍‌ରେ ଧକ୍‌କା ଦେଇ
ସବୁ ବନ୍ଧନୀର ବାଧାକୁ ଭାଙ୍ଗି ଚୁର୍‌ମାର୍‌ କରି
ମାଡ଼ିଚାଲିଥାଏ ପ୍ରବଳବେଗରେ ଆଗକୁ ଆଗକୁ

ଆଉ ମଞ୍ଜଥରା ଶବ୍ଦକରି ଧୂଳି ଉଡ଼େଇ
ପରିଶେଷରେ ଲାଇନଚ୍ୟୁତ ହେଇଯାଏ
ନିଜର ପ୍ରକୃତ ଅର୍ଥ ଖୋଜିବାକୁ ଯାଇ !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର
ସମ୍ବଲପୁରର ମୂଳ ନିବାସୀ ଏବଂ ସମ୍ପ୍ରତି ଭବାନୀପାଟଣାରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାରେ କାର୍ଯ୍ୟରତ ଦୁର୍ଗା ପ୍ରସାଦ ପଣ୍ଡା ଜଣେ ଯୁବ କବି ଭାବେ ପରିଚିତ୤ ପ୍ରଥମରୁ ଇଂରାଜୀ କବିତା ଲେଖା ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ଓଡ଼ିଆ କବିତା ଲେଖାରେ ଅଧିକ ଧ୍ୟାନ ଦେଇଛନ୍ତି ଶ୍ରୀ ପଣ୍ଡା୤ ବର୍ତ୍ତମାନ ସୁଦ୍ଧା ତାଙ୍କର ‘ନିଆଁ ଭିତରେ ହାତ’ ‘ପୋଷ୍ଟକାର୍ଡ କବିତା’ ଏବଂ ନିକଟରେ ପ୍ରକାଶିତ ‘ରାତି ଆଉଟିକେ ଅଧିକ ହେଲେ’ ପରି ତିନୋଟି କବିତା ସଙ୍କଳନଗୁଡ଼ିକ ପାଠକମାନଙ୍କ ଦ୍ବାରା ଆଦୃତ ହୋଇଛି୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Namita Dash, Bramhapur. Ganjam.  |  ଜୁନ୍ ୨୦, ୨୦୧୫ - ୨:୦୧ ଅପରାହ୍ନ

    au gote kabita padhibaku pai anek khusi lagila.. bahut sundar

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )