ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ପ୍ରଦୀପ ନାୟକ
ଭକ୍ତକବି ମଧୁସୂଦନ ରାଓ
ଜଗଦୀଶ ମହାନ୍ତି
ବୈକୁଣ୍ଠନାଥ ପଟ୍ଟନାୟକ
ଶୈଳେନ୍ଦ୍ର କୁମାର ଜେନା
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭାଗ
 |- ଅମରେଶ ବିଶ୍ବାଳ
 
 
ତା: ଅକ୍ଟୋବର୍ ୧୮, ୨୦୧୨  
 

ନ୍ୟାୟ ନିଶାପ ସରିଲା
ଚଉପାଢ଼ିରେ ଭାଗ ହୋଇଗଲା ଜୀବନ
ଚା ପାନ ଖାଇ ହିସାବ ଦେଲେ ସାଆନ୍ତମାନେ
ବର୍ଷ ବର୍ଷର ଶ୍ରଦ୍ଧାର ଦୁଆରେ
ଉଠିଲା ଈର୍ଷାର ପାଚେରି

ଘର କଣର ଗୋଟି ଗୋଟି ଜିନିଷ
ଥୁଆଗଲା ଦାଣ୍ଡରେ
ଫିତା ପଡ଼ିଲା
ସୂତେ ସୂତେରେ ମାପ ହେଲା
ଜମିବାଡି, ଘରଡିହ, ହୃଦୟ

ବହୁ ଦିନରୁ ବାପାଙ୍କ ସଞ୍ଚିତ ସିନ୍ଧୁକ
ହରକୁଲେସ୍ ସାଇକେଲ, ହାତଘଡ଼ି
ଅନେକ ଆଶା, ଆକାଙ୍କ୍ଷା
ସବୁକିଛି ମଝିରୁ ଦି ଭାଗ ହେଲା

ଭଲରେ ଭଲରେ ଚାଲିଥିବା ଜୀବନ
ବେଳେବେଳେ ଲଘୁଚାପ ପରି ଦିଗ ବଦଳାଏ
କପାଳର ବଳିରେଖା କୁଞ୍ଚିତ ହୁଏ
ମନ ଚାହେଁ ସମୁଦ୍ରରୁ ଦୁଇ ଆଞ୍ଜୁଳା ଜଳ
ଇଚ୍ଛା ହୁଏ ଚାଳରୁ ଗଡୁଥିବା ବର୍ଷାପାଣିରେ
ଘଷି ମାଜି ଧୋଇ ଦେବାକୁ ହୃଦୟ

କିନ୍ତୁ ଏସବୁ ସ୍ବପ୍ନର ଧାର୍ ଧାରନ୍ତି ନାହିଁ ସାଆନ୍ତେ
ଚଉପାଢ଼ିରେ ଚା-ପାଣି ଖାଇ
ସାହି ମାମଲତକାର ଉଠାଇଲେ ବୁଝାମଣାର ନୂଆ ପାଚେରି

କିନ୍ତୁ ସମସ୍ତେ ତାଟକା
ଶେଷରେ ବଳିଲା ଗୋଟିଏ ଜିନିଷ
ଆରେ ! ଇଏ କୋଉଠି ଥିଲା ?
ମାପ.. ମାପ.. ଫିତା ପକାରେ..

କିଛି ଦୂରରେ ଦାଣ୍ଡପିଣ୍ଡାର
ଠିକ୍ ସେଇ ଜାଗାରେ
କାନ୍ଥକୁ ଆଉଜି ବସିଥିଲା ବୋଉ
ଯେଉଁଠି ଉଠିବାର ଥିଲା ଈର୍ଷାର ପାଚେରି |

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମରେଶ ବିଶ୍ବାଳ, ଭୁବନେଶ୍ବର
ଅମରେଶ ବିଶ୍ବାଳ
ଜଣେ ବୈଦୁତ୍ୟିକ ଗଣମାଧ୍ୟମର ସାମ୍ବାଦିକ ଭାବେ କାର୍ଯ୍ୟରତ ଅମରେଶ ବିଶ୍ବାଳ ଜଣେ ଗାଳ୍ପିକ ଭାବେ ଜଣାଶୁଣା୤ ଏହା ବ୍ୟତୀତ ସେ ସାମ୍ପ୍ରତିକ ବିଷୟ ଉପରେ କବିତା ଓ ସ୍ତମ୍ଭ ମଧ୍ୟ ଲେଖା ଜାରି ରଖିଛନ୍ତି୤ ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଅବକ୍ଷୟ ମୁଖୀ ଜାତୀୟ ଚରିତ୍ର’ ଓ ‘ବୟସ୍କ ଲୋକର ସମୟ’ ଅନ୍ୟତମ୤ ସାମ୍ବାଦିକତା ସହିତ ସାହିତ୍ୟ ପାଇଁ ଶ୍ରୀ ବିଶ୍ବାଳ ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ଟାଇମ୍‌ ପାସ୍‌ ପୁସ୍ତକ ପୁରସ୍କାର ଆଦିରେ ସମ୍ମାନିତ ହୋଇଛନ୍ତି୤
ଅମରେଶ ବିଶ୍ବାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ଅରୁନ୍ଧତି ମିଶ୍ର ପଟନାୟକ |  ଅକ୍ଟୋବର୍ ୧୯, ୨୦୧୨ - ୧୧:୨୯ ଅପରାହ୍ନ

    ଏତେ ସୁନ୍ଦର୍ ଲେଖା, ପଢି ମନ ଭରି ଗଲା, ସତେ ଯେମିତି ଆଖି ଆଗରେ ଉଭା ହେଇଗଲା ପିଲା ଦିନ… ହୃଦୟ ଭାରି ହୋଇଗଲା…

  • ୨. ସୁନ୍ଦର୍ କବିତ, ଭଞ୍ଜନଗର୍ |  ଅକ୍ଟୋବର୍ ୨୭, ୨୦୧୨ - ୧୧:୧୯ ପୂର୍ବାହ୍ନ

    ଅତି ସୁନ୍ଦର୍

  • ୩. sannyasi nayak, ମନମୁ |  ଏପ୍ରିଲ୍ ୧୮, ୨୦୧୩ - ୪:୨୪ ଅପରାହ୍ନ

    ଖୁବ୍ ସୁନ୍ଦର

  • ୪. deepsha |  ମେ ୧୭, ୨୦୧୩ - ୬:୫୬ ଅପରାହ୍ନ

    it is a good poem. earlier I remember I had read it. what I really like about it is the smoothness in presenting such a sentimental issue. very strong indeed. regards

  • ୫. Sangram Keshari Behera, cuttack |  ମେ ୨୧, ୨୦୧୩ - ୬:୨୧ ପୂର୍ବାହ୍ନ

    I read and it is very good and real reflection of society

  • ୬. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା : ରାୟଗଡ, ଓଡିଶା  |  ମାର୍ଚ୍ଚ୍ ୭, ୨୦୧୬ - ୧୦:୨୬ ପୂର୍ବାହ୍ନ

    ପୈତୃକ ଭାଗ ଶ୍ମଶାନର ଜୁଇ
    ଝାଳବୁହା ଭାଗ ଯେ କୋରାଖଇ
    ଆଜିର ଶିକ୍ଷିତ ସନ୍ତାନ ପାଇଁ
    ମା’ ଭାଗ କିଛି ଅସମ୍ଭବ ନାହିଁ ॥

  • ୭. ମନ୍ମଥ କୁମାର ଦଳେଇ, NTPC, kaniha |  ସେପ୍ଟେମ୍ବର୍ ୧୪, ୨୦୧୬ - ୧୧:୪୫ ଅପରାହ୍ନ

    କବିତାଟି ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରୁଛି । ଅତି ଚମତ୍କାର ଉପସ୍ଥାପନା । ଆପଣଙ୍କ କଲମ ଆଗକୁ ଆହୁରି ଅନେକ କବିତା ଲେଖୁ, ଏହା ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )