ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭବ୍ୟ
 |- ଦିଲ୍ଲୀପ ଦାସ
 
 
ତା: ମେ ୨୫, ୨୦୧୨  
 

ଉଠ ବନ୍ଧୁ୤
ଉଠ୤
ଆଗେଇ ଚାଲ କଦମ୍‌ କଦମ୍‌
ଚାଲ ! ଚାଲ !
ଦୂର ଶେଷସୀମା ଯାଏଁ
ଯେଉଁଠି
ଅରଣ୍ୟ ଦାଢ଼ରେ
ଛୋଟ କୁଡ଼ିଆଘର ସେ’ପାଖେ
ସୂର୍ଯ୍ୟ ଅସ୍ତଯାଏ ଭୋକିଲା ପେଟରେ୤

ତମ୍ବା ପଟାଟେ ପାଇଁ
ମୁଣ୍ଡରେ ସାତକେରା ଦୁବ
ହଳଦିଆ ଅରୁଆ ଚାଉଳ ପକେଇ
ଆଉ କେତେ କାଳ
ପଢ଼ିଚାଲିଥିବ
ଛଳନାର ନାନ୍ଦୀମୁଖ
ରଙ୍ଗଶାଳା କାବ୍ୟ ମଞ୍ଚରେ ?

ନିତି
ଅସହ୍ୟ ପ୍ରଣୟ ଦୁର୍ନୀତିର୤
ଭୋକିଲା ପେଟ ପାଇଁ
ଯେଉଁ ଲୁହଝରେ
ଖାଲି ଶବ୍ଦରେ
ପଥୁରିଆ ଅଦାଢ଼ ଧ୍ବନିରେ
କାବ୍ୟ, କବିତାରେ୤
ପଙ୍କ କାଦୁଅରେ
ଚକାମାଡ଼ି
ବସି ଯାଇଥିବା ସୁବର୍ଣ୍ଣ କଙ୍କଣ ଦାନୀ
ଆମେ କଣ ସେଇ
ଛଳନାର ଅପାରଗ
ଛଳନାର ଅପାରକ
ବୃଦ୍ଧ ବାଘ ମାମୁଁ?

ଚାଲ ବନ୍ଧୁ ଚାଲ!
ସୁଦୂରର ଘନ ଆରଣ୍ୟିକା!!

ସବୁଜ ଅରଣ୍ୟରେ
ସବୁଜ ପୋଷାକ ପିନ୍ଧି
ଭୋକିଲା ମହାବଳ ହେଣ୍ଟାଳୁଛି
ଜଳ ପ୍ରପାତ ଭଳି
ଦ୍ରାବିଡ଼ ଶବ୍ଦରେ୤

କାଳକୂଟମାନେ ଜଗି ବସିଛନ୍ତି
ବନ୍ଧୁକ ହାତରେ
ରାସ୍ତା, ଘାଟୀ
ନଦୀ ଉପତ୍ୟାକା୤

ଯିବାକୁ ହେବ
ବେଳ ଥାଉ ଥାଉ୤

ଆଉ କେତେ କାଳ!
ସୂର୍ଯ୍ୟ ରତ ରତ
ଏ’ପୃଥିବୀ ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦିଲ୍ଲୀପ ଦାସ, ବ୍ରହ୍ମପୁର
ଦିଲ୍ଲୀପ ଦାସ
ଜଣେ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ଦିଲ୍ଲୀପ ଦାସ ବିଶେଷ କରି ଜଣେ କବି ଭାବେ ପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ଏହି କବିଙ୍କର ଏକାଧିକ କବିତା ଗ୍ରନ୍ଥ ପ୍ରକାଶିତ ହେବା ସହ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତା ପ୍ରକାଶିତ ହେଉଛି୤ ବିଲୁପ୍ତ ସାମ୍ରାଜ୍ୟ, ସୁଦୂରରୁ ଅନେକ ଦୂର ଓ ବୁଡ଼ିଯାଉଥିବା ଦେଶ ଆଦି ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ଅନ୍ୟତମ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Manmath Kumar Dalei |  ଅଗଷ୍ଟ୍ ୧୬, ୨୦୧୯ - ୫:୧୯ ଅପରାହ୍ନ

    Amazing. I am really captivated from beginning to end.Enjoyed.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )