ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ଅଖିଳମୋହନ ପଟ୍ଟନାୟକ
ବିରଜା ବଳ
ନୀଳମଣି ବିଦ୍ୟାରତ୍ନ
ନିତ୍ୟାନନ୍ଦ ମହାପାତ୍ର
ପ୍ରଦୀପ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭାବର ଶିହରଣ
 |- ସନ୍ୟାସୀ ନାୟକ
 
 
ତା: ମାର୍ଚ୍ଚ୍ ୨୭, ୨୦୧୩  
 

ଆସ ପ୍ରିୟା ହୋଇଯିବା
ମିଥୁନ ମୁଦ୍ରାରେ
ଶିଳାରେ ଖୋଦିତ
ମୂର୍ତ୍ତି ମନୋରମ,
ନିହଣ ମୁନରେ ଫୁଟି ଉଠିବ
ସୃଷ୍ଟିର ସୂକ୍ଷ୍ମ ଅନୁପମ ୤ ୧ ୤

ମନ୍ଦିର କାନ୍ଥରେ
ଜୀବନ୍ତ ନାଚିବା
ପ୍ରେମ ପ୍ରଣୟର ତାଳେ ତାଳେ
ସ୍ବର୍ଗୀୟ ଶୃଙ୍ଗାର,
ଶୀଳ୍ପି କାରୁକାର୍ଯ୍ୟେ
ଆଦିମ ଯୁଗକୁ ଫେରିଯିବା
ଭବିଷ୍ୟତ କରୁଥିବ
ଅତିବ ଆଦର ୤ ୨ ୤

ଭକ୍ତଠାରୁ ଭାବୁକେ
ନିର୍ବାକେ ଦେଖିବେ
ସଂସାରର ଶ୍ରେଷ୍ଠ ଶିହରଣ,
ସୃଷ୍ଟି ପାଇଁ-
ଆମେ ଅର୍ପଣ ହୋଇଯିବା
ଖୋଲିଦେଇ ମାନବ ମନର
ଯେତେ ସବୁ ମିଛ ଆବରଣ ୤ ୩ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନ୍ୟାସୀ ନାୟକ, ମନମୁଣ୍ଡା,ବୌଦ୍ଧ
ସନ୍ୟାସୀ ନାୟକ
ବେଶ୍‌ କିଛିବର୍ଷ ଧରି କବିତା ଲେଖି ଆସୁଥିବା ସନ୍ୟାସୀ ନାୟକଙ୍କ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤ ସମ୍ପ୍ରତି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ଚିକିତ୍ସା ସହକାରୀଭାବେ କାର୍ଯ୍ୟରତ ଶ୍ରୀ ନାୟକ କବିତା ରଚନାକୁ ତାଙ୍କର ନିଶା ଭାବେ ଗ୍ରହଣ କରିଛନ୍ତି୤ ଶ୍ରୀ ନାୟକଙ୍କର କୌଣସି ସଙ୍କଳନ ପ୍ରକାଶିତ ହୋଇ ନଥିଲେ ମଧ୍ୟ ତାଙ୍କର ନିଆରା କବିତା ରଚନା ଶୈଳୀ ତାଙ୍କୁ ଜଣେ କବିଭାବେ ପରିଚିତ କରାଇଛି୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Sambit Kumar Panda, Singapore |  ମାର୍ଚ୍ଚ୍ ୨୯, ୨୦୧୩ - ୮:୦୧ ଅପରାହ୍ନ

    Good inspiration …

  • ୨. SUSANTA MISHRA, Bangalore |  ଏପ୍ରିଲ୍ ୧୪, ୨୦୧୩ - ୧୦:୪୮ ଅପରାହ୍ନ

    Bhala heichi.

  • ୩. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୫, ୨୦୧୩ - ୧୨:୫୧ ପୂର୍ବାହ୍ନ

    ବଢ଼ିଆ ହୋଇଛି କଳା, ଶୃଙ୍ଗାର ଏବଂ ଜୀବନର ଏକ ଜୀବନ୍ତ କବିତା |

  • ୪. ପ୍ରସେନଜିତ ସେଠୀ, ଜଗତସିଂହପୁର , ବାଲିଆ  |  ଅକ୍ଟୋବର୍ ୨୮, ୨୦୧୩ - ୧:୨୫ ଅପରାହ୍ନ

    ଅତି ସୁନ୍ଦର ଏବଂ ମନୋରମ |

  • ୫. Dillip Kumar Nayak, F/89, NIT Campus Rourkela |  ଡିସେମ୍ବର୍ ୫, ୨୦୧୩ - ୧୧:୪୫ ଅପରାହ୍ନ

    sanskruti helani rasatala paschatya pathare ! Jeebanta paribaki gadhi nihana munare

  • ୬. ନମିତା ଦାଶ, ବ୍ରହ୍ମପୁର..ଗଞ୍ଜାମ୍ |  ମାର୍ଚ୍ଚ୍ ୫, ୨୦୧୪ - ୧୦:୫୦ ପୂର୍ବାହ୍ନ

    ଭଲ ଲାଗିଲା….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )