ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କମଳା ଶତପଥି
ମନୋଜ ଦାସ
ଅକ୍ଷୟ ମହାନ୍ତି
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଶୈଳେନ୍ଦ୍ର କୁମାର ଜେନା
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ
କରିଛି ସପଥ ଧରିବି ତା ହାତ
ଦେଇଛି ମୋ ମନ ନେଇଛି ତା ମନ
କରିବି ତା’କୁ ମୋ ଜୀବନ ଧନ |

ସରିଛି ଆମର ଦେଖା ଜାତକ
ପଡ଼ିଛି ଆମର ରାଜଜୋଟକ
ଫଗୁଣ ‘ଆଠ’କୁ ରହିଛି ତିଥି
ପଡ଼ିବ ସେଦିନ ହାତର ଗଣ୍ଠି |

ଗଢ଼ିଛି ହରଡ଼ ଫାଳିଆ ହାର
ନାକ ନୋଥ ସାଙ୍ଗେ କାନେ କୁଣ୍ଡଳ
ବାହାକୁ ବାହୁଟି ହାତେ କଙ୍କଣ
ପାଦକୁ ପାଉଁଜୀ ରଣ, ଝଣ |

ବନାରସି ପାଟ ଆଣିଛି କିଣି
ଆଣିଛି ମୁଁ ଲଖନଉ ଓଢ଼ଣୀ
କଲିକତି ଶଙ୍ଖା କେଡ଼େ ସୁନ୍ଦର
ଆଗ୍ରାରୁ ଆଣିଛି ଚପଲ ତାର |

ଦୁନିଆ ଦିଶଇ ରଙ୍ଗିନ ମୋତେ
ଆଖିମୋର ବୁଣେ ସପନ କେତେ
ମନ ଛକପକ ଛାତି ମୋ ଥରେ
ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ |

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୧୯ ଆପଣଙ୍କ ମତାମତ ?

  • ୧. ଦିଲ୍ଲୀପ୍ କୁମାର୍ ନାୟକ |  ଫେବୃଆରୀ ୩, ୨୦୧୨ - ୮:୫୧ ପୂର୍ବାହ୍ନ

    ଖୁବ୍ ଭଲ ଲାଗିଲା

  • ୨. kamakshya jena |  ଫେବୃଆରୀ ୩, ୨୦୧୨ - ୮:୧୨ ଅପରାହ୍ନ

    Atee sundar o paramparika barnana/rachana .Ashlilata na thai ebhali kavita rachana pain kabinku mo tarafaru dhanyabad.

  • ୩. nityananda swain |  ଫେବୃଆରୀ ୪, ୨୦୧୨ - ୧:୩୩ ଅପରାହ୍ନ

    bhala lagila kavita ti….

  • ୪. ashok kumar dash |  ଫେବୃଆରୀ ୪, ୨୦୧୨ - ୭:୨୮ ଅପରାହ୍ନ

    sarala o sundar

  • ୫. ମୁରଲିଧର କବି |  ଫେବୃଆରୀ ୫, ୨୦୧୨ - ୧୨:୨୦ ପୂର୍ବାହ୍ନ

    khub sundar

  • ୬. ବଦ୍ରିନାଥ ବେହେରା |  ଫେବୃଆରୀ ୧୦, ୨୦୧୨ - ୨:୩୮ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୭. ସୁରଥ କୁମାର ପାଢ଼ୀ |  ଫେବୃଆରୀ ୧୨, ୨୦୧୨ - ୮:୪୯ ଅପରାହ୍ନ

    ବିନା ଅଳଙ୍କାରରେ, ବିନା ସଜବାଜେ
    ଏଡ଼ିକି ସୁନ୍ଦର ଛବି
    ଏଇଥିରୁ ଜାଣେ ସୌନ୍ଦର୍ଯ କ’ଣ
    ଧନ୍ୟ ଧନ୍ୟ ତୁମେ କବି

  • ୮. ସୁକାନ୍ତ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୬:୦୩ ପୂର୍ବାହ୍ନ

    ବହୁତ ଭଲ କବିତା -ଧନ୍ୟବାଦ୍ ବିଜନ୍ ବାବୁ

  • ୯. ଆଲୋକ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୬:୧୮ ପୂର୍ବାହ୍ନ

    ହା ହା ହା ହା ………………….

  • ୧୦. Arup kumar sahoo |  ଫେବୃଆରୀ ୧୯, ୨୦୧୨ - ୩:୦୩ ପୂର୍ବାହ୍ନ

    Bahut sundar o sarala

  • ୧୧. ଅକ୍ଷୟ୍ କୁମାର ସି |  ଫେବୃଆରୀ ୨୧, ୨୦୧୨ - ୧୧:୪୮ ପୂର୍ବାହ୍ନ

    …ଖୁବ୍ ଭଲ ହୋଇଛି୤

  • ୧୨. Sumanta panda |  ଫେବୃଆରୀ ୨୨, ୨୦୧୨ - ୩:୩୧ ପୂର୍ବାହ୍ନ

    Dhanya dhanya tume kabi bibaha purba ru prema ku dekhucha tuma pari mu hebi

  • ୧୩. Narayan Behera |  ମାର୍ଚ୍ଚ୍ ୨, ୨୦୧୨ - ୧୧:୪୨ ଅପରାହ୍ନ

    Bahut Bahut Bhala Lagila.Dhanyabad.

  • ୧୪. sudamsethi |  ମାର୍ଚ୍ଚ୍ ୩, ୨୦୧୨ - ୧୨:୦୭ ପୂର୍ବାହ୍ନ

    aprant jogu odiya lekhiba sahaj hoichi

    thankyuou
    aprant

  • ୧୫. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୬ ପୂର୍ବାହ୍ନ

    ସେତେ ଖାସ୍ ଲାଗିଲନି, ଏଭଳି ଆହୁରି ଭଲ ଲୋକ କବିତ ଦିଅନ୍ତୁ,
    ଧନ୍ୟବାଦ I

  • ୧୬. ସତ୍ୟପ୍ରିୟ |  ଏପ୍ରିଲ୍ ୩, ୨୦୧୨ - ୬:୨୭ ପୂର୍ବାହ୍ନ

    ଛନ୍ଦ ନ ଜାଣି ବି ଛନ୍ଦା ପାଖରେ ମୁଁ ଛନ୍ଦି ହୋଇଗଲି

  • ୧୭. ମନୋଜ କୁମାର ବେଉରା |  ଏପ୍ରିଲ୍ ୧୩, ୨୦୧୨ - ୨:୨୫ ପୂର୍ବାହ୍ନ

    ଆପଣ ପୂର୍ବ ପ୍ରକାଶିତ ଗଳ୍ପ ଗ୍ରହଣ କରନ୍ତି କି ?
    ଶୁଭେଚ୍ଛା ସହିତ
    ମନୋଜ

  • ୧୮. kailas Chandra Guru |  ମେ ୧୨, ୨୦୧୨ - ୯:୧୪ ଅପରାହ୍ନ

    ବହୁତ୍ ଭଲ ଲାଗିଲା

  • ୧୯. ପ୍ରକାଶ ଚ୍ନ୍ଦ୍ର୍ ନାୟକ, ଭୁବନେଶ୍ବର |  ଜୁଲାଇ ୨୬, ୨୦୧୩ - ୧୧:୦୩ ପୂର୍ବାହ୍ନ

    ବଢିଆ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )