ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ଅନନ୍ତ ପଟ୍ଟନାୟକ
ସ୍ବଭାବ କବି ଗଙ୍ଗାଧର ମେହେର
ଫତୁରାନନ୍ଦ
ସନତ୍‌ ରାୟ
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଗିଚା
 |- ସେନାପତି ପ୍ରଦ୍ୟୁମ୍ନ କେଶରୀ
 
 
ତା: ନଭେମ୍ବର୍ ୧୨, ୨୦୧୧  
 

ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି
ଏବେ ପଡ଼ିଚି ବଗିଚା !

ଗାଈ :
ଯା’ର କ୍ଷୀରରୁ ତିଆରି
ଦହି, ଛେନା, ଲହୁଣି ଓ ଘିଅ ଖାଇ
ବଢ଼ିଚି ଆମର ଫୁଟାଣି୤

ସେଇ ଗାଈଟି
ବୁଢ଼ୀ ହେଲାପରେ
ଆମର ନଗାନାଇଁ କି ପଘାନାଇଁ !

ଏବେ ସେଇ ବଗିଚାର
ନୁଖୁରା ଚର୍ମର ବାଡ଼ ଡେଇଁ
ମାଡ଼ିଆସେ ମରୀଚିକା
ମଲାଘାସରେ ଘର କରିବାକୁ
ଦଳଦଳ ଊଈ ଓ ଧୂଳିଜନ୍ଦା !

କାମରୁ ଫେରିଲାବେଳେ
ଅଣ୍ଟିରେ ଭୁଜା, ଚୁଡ଼ା ନଥିଲେ
ଭୋକିଲା ପିଲାଙ୍କ ଆଗରେ
ଯେମିତି ଦୋଷୀଟେ ପରି ଛିଡ଼ାହୁଏ
ଗୋଟେ ଗରିବ ମାଆ
ସେମିତି ଦିଶୁଚି ଏବେ ସାରାଟା ବଗିଚା
ସତେ କି ଘୂର୍ଣ୍ଣି ମୁହଁରେ
ଗୋଟେ ସାତସିଆଁ ଦିହଲୁଗା !

କେଜାଣି, କୁଆଡ଼େଗଲେ
ସେ ତରକା ପ୍ରଜାପତିମାନେ ?
କୁଆଡ଼େଗଲେ
କାଉ, କୋଇଲି, କଜଳପାତି
ଫୁଲମାନଙ୍କୁ ଗେଲ କରିବାକୁ ଆସୁଥିବା
ଇନ୍ଦ୍ରଧନୁମାନେ ?
କୁଆଡ଼େ ବାଟ ହୁଡ଼ିଲେ
ନାଲି ଗୁଲୁଗୁଲୁ ସାଧବ ବୋହୂମାନେ ??

ଏବେ ଯୋଉ ଗଛକୁ
ଟେକିବ ଭୂଇଁରୁ
ସବୁଯାକ ଚେର ଦଇଛିଣ୍ଡା…
ମୂଳରୁ ଉପୁଡ଼ା !
ଗଣଗଣ ହେଉଥିବା
ୟେ’ କେଇଟା ଗୁହ ମାଛିଙ୍କ ଉପରେ
କି ଭରସା ?
ନା ସେମାନେ ବଗିଚାରେ
ଭରିପାରିବେ ମିଠା କାକଳି
ନା ଗଛରେ ବାନ୍ଧିପାରିବେ ମହୁଫେଣା !

ଘରର ଭେଣ୍ଡିଆ ପୁଅମାନେ
ଯେ’ ଯୁଆଡ଼େ ଦୂରେଇ ରହିଲେ
ରୁଗୁରୁଗୁ ହୋଇ ପୋଡ଼ିଉଠେ
ବୁଢ଼ାବୁଢ଼ୀଙ୍କ ଛାତି ତଳର
ଯେଉଁ ଅଦେଖା ଜାଗା
ତା’ରି ନାଆଁତ ବଗିଚା !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସେନାପତି ପ୍ରଦ୍ୟୁମ୍ନ କେଶରୀ, କଟକ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ କବି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି୤ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କବିତା ଲେଖା ଉପରେ ନିବନ୍ଧ ଲେଖି ନିଜର ପିଏଚ୍ଡି ହାସଲ କରିଥିବା ପ୍ରଦ୍ୟୁମ୍ନ କେଶରୀଙ୍କ ଏଯାବତ୍ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤ ଏକାଧିକ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ସେନାପତିଙ୍କ ଲେଖାରେ ମୁଖ୍ୟତଃ ସାମାଜିକ ବ୍ୟବସ୍ଥା ଉପରେ ଅନୁଶୀଳନ ପ୍ରତିଫଳିତ ହୋଇଥାଏ୤
 

ମତାମତ ସଂଖ୍ୟା - ୨୦ ଆପଣଙ୍କ ମତାମତ ?

  • ୧. ସୁମନ୍ |  ନଭେମ୍ବର୍ ୧୫, ୨୦୧୧ - ୯:୩୪ ପୂର୍ବାହ୍ନ

    it’s a wonderful poem…….my greetings to the poet…….a heart touching poem

  • ୨. swagat |  ନଭେମ୍ବର୍ ୧୫, ୨୦୧୧ - ୯:୩୮ ପୂର୍ବାହ୍ନ

    very very fine nd touching lines by the poet……..keep writing sir…..

  • ୩. RAJESH |  ନଭେମ୍ବର୍ ୧୫, ୨୦୧୧ - ୯:୪୨ ପୂର୍ବାହ୍ନ

    AWESOME POEM

  • ୪. ଖାଋଟୀଖ୍ |  ନଭେମ୍ବର୍ ୧୫, ୨୦୧୧ - ୯:୪୭ ପୂର୍ବାହ୍ନ

    BAHUT VALA KABITA TIYE HEICHI.KABI MAHODAYA NKU MORA ANEK ANEK SUBECHA

  • ୫. ଅଞ୍ଜଲି |  ନଭେମ୍ବର୍ ୧୫, ୨୦୧୧ - ୯:୫୮ ପୂର୍ବାହ୍ନ

    କବିତା ତି ବହୁତ୍ ଭଲ ହେଇଛି,,କବିଙ୍କୁ ଶୁଭେଚ୍ଛା

  • ୬. ରମେଶ୍ |  ନଭେମ୍ବର୍ ୧୫, ୨୦୧୧ - ୧୦:୦୭ ପୂର୍ବାହ୍ନ

    BEAUTIFUL POEM……GREETINGS TO THE POET

  • ୭. soni |  ନଭେମ୍ବର୍ ୧୬, ୨୦୧୧ - ୮:୨୬ ପୂର୍ବାହ୍ନ

    kabitati jugopojogi hoichi.bartamanara santanmane swarthapara hoi bapa maanku jepari bhuli jauchanti, tahara eka sundar o karuna chitra kabitare pratiphalita.kabinku aneka aneka dhanyabad.

  • ୮. ହରପ୍ରସାଦ ମହାପାତ୍ର |  ନଭେମ୍ବର୍ ୧୬, ୨୦୧୧ - ୧୧:୩୩ ପୂର୍ବାହ୍ନ

    କବି ହାଲକୁ ଦେଖିଲେ ବୁଢ଼ାବୁଢ଼ୀଙ୍କ ଛାତି ଭିତର। ଆଜିର ବଗିଚା। ରୁଗୁରୁଗୁ ପୋଡ଼ି ସାରିଥିବା ପୋଡ଼ି ଚାଲିଥିବା ବଗିଚା। ଭେଣ୍ଡିଆ ପୁଏ ଯେ ଯ଼ାହାର ଯ଼େଣେ ତ ଅଲବତ ହିଁ ରହିବେ। ରହିତ ଆସିଛନ୍ତି। ନୂଆ ଅବା କଣ? ତଥାପି ଥିଲା ବୋଧେ ଆଶା ବଗିଚାରେ ଗଛମାନେ ପାଇ ଚାଲିଥିବେ ପାଣି ଆଉ କମଣି। ଫୁଲ ଫୁଟୁଥିବ। ପତ୍ର ଝଡ଼ୁଥିବ ପୁଣି ବସନ୍ତ ଲାଗୁଣୁ କଅଁଳିବାକୁ। କଅଁଳୁଥିବ। ବଗିଚା ଉଜୁଡ଼ି ଗଲା। ଭୂଇଁ ତ ଅଛି। ଫେର ମଞ୍ଜି କିଏ କେବେ ପକେଇବ ଯ଼େବେ? ଋତୁ ଯ଼ଦି ପାଳିଲେ? କବି ମନରେ ବାନ୍ଧି ବସିଥାନ୍ତୁ ଆଶା। ସ୍ବପ୍ନ ?
    ବଢ଼ିଆ!!

  • ୯. Saswat |  ନଭେମ୍ବର୍ ୧୬, ୨୦୧୧ - ୧୨:୩୫ ଅପରାହ୍ନ

    Very wonderful poem…….

  • ୧୦. Sandeep Biswal |  ନଭେମ୍ବର୍ ୧୭, ୨୦୧୧ - ୧୨:୦୩ ପୂର୍ବାହ୍ନ

    This is a lively poem which talks about the feelings of suffering parents at the old age. Hats up to the poet who has gifted us such a fanstastic poem.

  • ୧୧. Pratikshya |  ନଭେମ୍ବର୍ ୧୭, ୨୦୧୧ - ୧୨:୧୧ ପୂର୍ବାହ୍ନ

    Lot of emotion is attached to this poem. I got tears in my eyes while reading this peom. Many thanks to the poet the way he has expressed his feelings in this poem. I love this poem. My regards to the poet.

  • ୧୨. Bijan Ray |  ନଭେମ୍ବର୍ ୧୮, ୨୦୧୧ - ୬:୧୫ ପୂର୍ବାହ୍ନ

    ବହୁତ ଭଲ ଲାଗିଲା.

  • ୧୩. shyama prasad sahu |  ନଭେମ୍ବର୍ ୧୮, ୨୦୧୧ - ୧୦:୩୯ ଅପରାହ୍ନ

    ଅଦ୍ଭୁତ ଏମିତି କବିତା padhiba uchit. Kabiknu namaskar.

  • ୧୪. ଚନ୍ଦନ ମହାରଣା |  ନଭେମ୍ବର୍ ୨୩, ୨୦୧୧ - ୧୧:୦୦ ପୂର୍ବାହ୍ନ

    ୧୯୯୭ ମସିହା,ବି.ବି. କଲେଜ୍, ଚଣ୍ଡିଖୋଲ୍, +୨ ସାଇନ୍ସ୍, ୧ମ ବର୍ଷ, ପ୍ରଦ୍ୟୁମ୍ନ ସାର୍ ଆମକୁ ସାହିତ୍ୟ ପଢାଉଥାନ୍ତି, ବିନୋଦ କାନୁନଗୋଙ୍କ “ଗ୍ରାମପଥ”, ସେଇବର୍ଷ କବିତା ସମ୍ମିଳନୀ ରେ ସାର୍ ଆବୃତ୍ତି କରିଥିଲେ ଏକ ବ୍ୟଙ୍ଗ କବିତା, ଆଜି ବି ମନେଅଛି ସାର୍ ଙ୍କ ସ୍ମୃତି, ବାସ୍ତବିକ୍ ଅବିସ୍ମରଣୀୟ, ଚଣ୍ଡିଖୋଲ୍ କଲେଜ୍ ର ବାର୍ଷିକ ମୁଖପତ୍ର “ଶଇଳଜା” ର ମୁଖ୍ୟ ସମ୍ପାଦକ ଥିଲେ ସେ, କଲେଜ୍ ରେ କବିତା ପ୍ରତିଯୋଗିତା କରୁଥିଲେ ସେ, ସେ ଦିନ ଆଉ ଆଜି ଏ ଦିନ, ଭାବି ହେଉନି, କେତେ ତଫାତ୍, ସାର୍ ଙ୍କ କବିତା ଯେତେବେଳେ ପଢେ, ଚଣ୍ଡିଖୋଲ୍ କଲେଜ୍ କଥା ମନକୁ ଆପେ ଆପେ ଆସିଯାଏ, ସାର୍ ଙ୍କ ସୃଜନଶିଳତା କୁ ଧନ୍ୟବାଦ୍, ଉତ୍ତରୋତ୍ତର ଭବିଷ୍ୟତ କାମନା କରୁଛି…

  • ୧୫. ମାନସ ରଞ୍ଜନ ଦେବତା |  ନଭେମ୍ବର୍ ୨୫, ୨୦୧୧ - ୧୨:୨୨ ପୂର୍ବାହ୍ନ

    ମୁଁ ଜଣେ ଓଡିଆ୤ ମୁଁ ଓଡିଆ ବୋଲି ବହୁତ ଗର୍ବ ଅନୁଭବ କରେ୤

  • ୧୬. ରଞ୍ଜନ କୁମାର ପଣ୍ଡା |  ଡିସେମ୍ବର୍ ୧, ୨୦୧୧ - ୯:୪୮ ପୂର୍ବାହ୍ନ

    ବହୁତ ସୁନ୍ଦର କବିତା

  • ୧୭. ରଞ୍ଜନ କୁମାର ପଣ୍ଡା |  ଡିସେମ୍ବର୍ ୧, ୨୦୧୧ - ୧୦:୦୦ ପୂର୍ବାହ୍ନ

    ବହୁତ ସୁନ୍ଦର କବିତା ବହୁତ ଭଲ ଲାଗିଲା. ସୃଜନଶିଳତା କୁ ଧନ୍ୟବାଦ୍, ଉତ୍ତରୋତ୍ତର ଭବିଷ୍ୟତ କାମନା କରୁଛି….> କବିଙ୍କୁ ଚେତାବନୀ ର ଶୁଭେଚ୍ଛା

  • ୧୮. ସତ୍ୟାନନ୍ଦ ସ୍ବାଇଁ |  ଡିସେମ୍ବର୍ ୧, ୨୦୧୧ - ୧୦:୩୧ ପୂର୍ବାହ୍ନ

    ଏ କବିତା ଟି ଏକ ଦୀର୍ଘ ଚିତ୍ରକଳ୍ପ ୤ ଆଜି ର ପ୍ରୌଢ ହୃଦୟ ଏକ ଉଜୁଡି ଯାଇ ଥିବା ବଗିଚା୤ କିନ୍ତୁ କବି ଙ୍କ଼ର ମନ ରାଜ୍ୟ ର ଏକ ଭରପୂର ଫୁଲ ବଗିଚା ର ସ୍ମୃତି ର ଫଳଶ୍ରୁତି ଜୀବ ନ୍ୟାସ ଲାଭ କରିଛି ଏହି କବିତା ରେ୤
    ଅଭିନନ୍ଦନ

  • ୧୯. ଦିଲ୍ଲିପ କୁମାର ମହାପାତ୍ର |  ଫେବୃଆରୀ ୮, ୨୦୧୨ - ୧୧:୪୦ ପୂର୍ବାହ୍ନ

    ବହୁତ ବଡିଆ ! ଖୁବ୍ ମନକୁ ଛୁଈଁଛି !

  • ୨୦. manashi sahoo |  ଏପ୍ରିଲ୍ ୨, ୨୦୧୨ - ୯:୦୯ ଅପରାହ୍ନ

    ବହୁତ ଭଲ ଲାଗିଲା। ସୁନ୍ଦର କବି ଙ୍କ ଅଭିବ୍ୟକ୍ତି॥

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )