ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ବ୍ରଜନାଥ ରଥ
ଭୂପେନ୍‌ ମହାପାତ୍ର
ନନ୍ଦ କିଶୋର ବଳ
ସାର୍‌ ବାସୁଦେବ ସୁଢ଼ଳଦେବ
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅରଣ୍ୟମୁହାଁ
  ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର
 
 
ତା: ମେ ୨୦, ୨୦୧୧  
 

ଘର ଛାଡ଼ି ଦିନସାରା ଅରଣ୍ୟମୁହାଁ

ହାତ ଠାରି ଆ’ ଆ’ ବୋଲି ଡାକିଲା
ଏ ଅରଣ୍ୟର ମୋହ
ଏତେ ବାଟ ଚାଲିଆସିଲି ଯେ
ଚିହ୍ନି ହେଉନି ପଛକୁ,
ପଥପ୍ରାନ୍ତର ଡାକମାନଙ୍କୁ, ବିସ୍ମୟର ମୀନାରମାନଙ୍କୁ୤

ଲାଗୁଛି ପଛ ବୋଲି କିଛି ନଥିଲା ବୋଧେ୤

ଆସ୍ତେ ଆସ୍ତେ ହୋଇ ଆସୁଛି ସୂର୍ଯ୍ୟାସ୍ତ
ଦୂରନ୍ତ, ଆକାଶମୁଖୀ ଗଛମାନଙ୍କ ଦେହରେ୤
ଏଇ ପାଖ ପରି ଲାଗୁଛି ତା’ର ମୁହଁ୤
ସାରା ଦିନ ଚାଲିଛି
ଯେପରି ଯୁଧିଷ୍ଠିର ଚାଲିଥିଲେ
ଯୁଦ୍ଧ ପରେ, କ୍ଷୋଭ ପରେ, ଅନୁଶୋଚନା ପରେ,
ଯୁଦ୍ଧରେ ହାରଜିତ୍‌କଥା ଇତିହାସ କହେ
ମନ କହେନି୤

ଅରଣ୍ୟ ମୁହଁରେ ଏତେ ରାସ୍ତା
ଯେପରି ତାରୁଣ୍ୟର ସ୍ବପ୍ନ ଆଗରେ୤
ଭାବିଥିଲି ଏ ଅରଣ୍ୟର
ଝାପ୍‌ସା ଝାପ୍‌ସା ଅନ୍ଧାର କ୍ଷଣିକ,
ଜୀବନର ଏ କ୍ଳେଶ କ୍ଷଣିକ,
ପୁଣି ଦେଖିବି ବିସ୍ତୀର୍ଣ୍ଣ ଖୋଲା ପୃଥିବୀ,
ପଦ୍ମକେଶର ଉପରେ ନାଚୁଥିବା ଭଅଁର,
ଆଶ୍ବାସନାର ମୁକ୍ତ ଆକାଶ,
ନଷ୍ଟ କଷ୍ଟ ଅନୁଭୂତିର ପାଉଁଶ ଉପରେ ପୁଲକ;
ସେଠି କାଳେ ସ୍ବର୍ଗଟିଏ ଅଛି
ଯେଉଁଠି ଫ୍ଲାଟ୍‌ଟିଏ ପାଇଗଲେ
ଧୋଇ ହୋଇଯାଏ ଜୀବନ ଯାକର ପାପ୤

ନା, ସେପରି କିଛି ଘଟୁନି ତ ?

ଗୋଟିଏ ରାସ୍ତାରେ ଗଲେ
ପଡ଼ିପାରେ ଅବିଶ୍ବସ୍ତ ନଈଟିଏ
ଯାହାର ନିରୋଳା ସଙ୍ଗୀତ ଶୁଣିବାକୁ
କେହି ନଥବେ,
ଖାଲି ନଈପଠା, ଗଛମାନଙ୍କ କାନ୍ଦ୤
ସେ ନଈ ପୁଣି ପାରିହେବି କେମିତି ?

ଆଉ ଗୋଟିଏ ରାସ୍ତା ମଧ୍ୟ ଅଛି
ସେଠି ହୁଏତ ଅଟକାଉଥିବ
ତ୍ରସ୍ତ ହରିଣୀର ହୃଦୟକୁ
ଅରଣ୍ୟର ପାଗଳ ନିଆଁ୤

ଅନ୍ୟ ଏକ ରାସ୍ତାରେ ଅଲଘ୍ୟଂ ପାହାଡ଼
ଯାହା ଉପରୁ ପଥରଟିଏ ଖସିଲେ
ପାଞ୍ଚ କୋଷ ଘୁଞ୍ଚିଯିବ ବନ୤

ଅଦୃଶ୍ୟ ଭୂତର ଭୟ ପରି ଏ ରାସ୍ତା ସବୁ
ଅଥଚ ଘର ଛାଡ଼ି ଅରଣ୍ୟମୁହାଁ ମୁଁ;
ପାଖରେ ମୋ ଛଡ଼ା
ବେଳେବେଳେ ଶୂନ୍ୟତାର ବିକଟାଳ ଶବ୍ଦ
ବେଳେବେଳେ ପବନର ଚୁପ୍‌ଚପ୍‌କଥା୤

ଜୀବନ କ’ଣ ଭାଗ୍ୟର ବହିଟିଏ ଧରି
ସବୁବେଳେ ଏପରି ବାଟବଣା ହୁଏ ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. subrat |  ମେ ୨୧, ୨୦୧୧ - ୩:୪୫ ପୂର୍ବାହ୍ନ

    Nice article,
    Gave some sense of momentary feeling of being in a jungle. I was reminded of a similar incident when I was kind of lost in matheran in an evening, where darkness was trying to embress me but I was least impressed, despite her best beauty coz the fear and anxiety was taking over the romance with darkness though as you said all the trees, birds and mountains were interested in befriending I was shying away for the otherwise hatred human company, the flat, the hotel and the most unwanted sound noise…
    Subrat

  • ୨. Prasanta Panda |  ମେ ୨୯, ୨୦୧୧ - ୨:୦୨ ଅପରାହ୍ନ

    Thank u for presenting such a nice poem. People should understand the charming and beautiful things about the jungle. But these people never understand and cut the trees for their need as Hotel and Flats.

  • ୩. ରାକା |  ମେ ୩୧, ୨୦୧୧ - ୮:୪୪ ଅପରାହ୍ନ

    ବାଃ….

  • ୪. Dillip Kumar Nayak |  ଜୁନ୍ ୬, ୨୦୧୧ - ୧୨:୪୦ ପୂର୍ବାହ୍ନ

    dhanyabad sir,

  • ୫. Subrart Rath |  ଜୁନ୍ ୮, ୨୦୧୧ - ୪:୪୩ ପୂର୍ବାହ୍ନ

    The poem has a deeper meaning. The journey towards the forest is symbolic of the journey in life. The forest represents Sansara. Rest one can make meaning. Wonderful poem.
    Regards to Poet.

  • ୬. Subrart Rath |  ଜୁନ୍ ୯, ୨୦୧୧ - ୨:୧୫ ପୂର୍ବାହ୍ନ

    i again read the poem. The sunset of life is approaching. At this juncture one is at the threshold of the forest not knowing which road to take. Having traversed so long one wonders if there was a past.Painful experience.

  • ୭. ପ୍ରଶାନ୍ତ କୁମାର ସାହୁ |  ଜୁଲାଇ ୧, ୨୦୧୧ - ୫:୪୮ ଅପରାହ୍ନ

    ମୁଁ ଆପଣଙ୍କ କବିତାଟି ପୁଣି ମନଦେଇ ପଢିଲି୤ ନିଶ୍ଚିତଭାବେ ଏହା ଏକ ଉଚ୍ଚକୋଟିର କଳ୍ପନା ତଥା ତୀକ୍ଷ୍ଣ ଅନୁଧ୍ୟାନ ଆଜିର ‘ଅରଣ୍ୟ ମୁହାଁ’ ଜୀବନଶୈଳୀକୁ ନେଇ୤ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ୤

  • ୮. ଅଶ୍ରୁଜିତ୍ ମହାନ୍ତି |  ଜୁଲାଇ ୫, ୨୦୧୧ - ୧୧:୫୧ ପୂର୍ବାହ୍ନ

    Matter of coincidence or perhaps human mind easily connects the dots.

    From a piece I read just the other day –

    “But the trouble is that conscious futility is something only for the young. One cannot go on “despairing life” into a ripe old age. One cannot go on being “decadent”, since decadence means falling and one can only be said to be falling if one is going to reach the bottom reasonably soon. Sooner or later one is obliged to adopt a positive attitude towards life and society. It would be putting it too crudely to say that every poet in our time must either die young, enter the Catholic Church, or join the Communist Party, but in fact the escape from the consciousness of futility is along those general lines. There are other deaths beside physical deaths, and there are other sects and creeds besides the Catholic Church and the Communist Party, but it remains true that after a certain age one must either stop writing or dedicate oneself to some purpose not wholly aesthetic.”

    Hope you continue to stay young –
    Jipy

  • ୯. saqti mohanty |  ଜୁଲାଇ ୧୮, ୨୦୧୧ - ୧:୨୦ ପୂର୍ବାହ୍ନ

    lyf is nt all abt logical living. lyf is a chaos and its d beauty of lyf. its nt lyk dat u watch it leisurely 4m ur window frame on a sunday morning with a cup of tea. then poetry wd b an entertainers pursuit.
    a poet nevr finds lyf as a school boy finds,with everything planned d nite before while packing d bag.
    d above poem is not all abt meeting lyf as it seems 2 b or as it is expected 2 b or as it is dreamt off , rather its something abt meeting d lonliness in d crowd of d railway platform where no one is there 2 receive u when u drop down with ur so called victory flag. nice poem. worthreading.

  • ୧୦. dilip kumar acharya |  ଅଗଷ୍ଟ୍ ୧୬, ୨୦୧୧ - ୪:୧୮ ପୂର୍ବାହ୍ନ

    mu apanankar kabita ti padhili .bahuta bhala ligila. apananku dhanyabad sir abam apananka kabitaku.

  • ୧୧. dilip kumar acharya |  ଅଗଷ୍ଟ୍ ୧୬, ୨୦୧୧ - ୪:୨୪ ପୂର୍ବାହ୍ନ

    aranya munha ,kabita amari aranya adarsha ku suchita kare.jaha ki sampratika samaj ra aka nikhaka pratichabi.

  • ୧୨. Bijan Ray |  ସେପ୍ଟେମ୍ବର୍ ୫, ୨୦୧୧ - ୨:୦୯ ପୂର୍ବାହ୍ନ

    ବହୁତ ଭଲ ହୋଇଛି.

  • ୧୩. ଶୁଭେନ୍ଦୁ |  ସେପ୍ଟେମ୍ବର୍ ୮, ୨୦୧୧ - ୫:୩୩ ପୂର୍ବାହ୍ନ

    ଖୁବ୍ ସୁନ୍ଦର !

  • ୧୪. Debapriya Priyadarshi Chakra |  ଅକ୍ଟୋବର୍ ୧, ୨୦୧୧ - ୧୨:୫୪ ପୂର୍ବାହ୍ନ

    nice poem sir……. u made me nostalgic

  • ୧୫. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୧୮, ୨୦୧୧ - ୧୨:୫୨ ପୂର୍ବାହ୍ନ

    ଯୁଦ୍ଧରେ ହାରଜିତ୍‌କଥା ଇତିହାସ କହେ
    ମନ କହେନି୤…ଚମତ୍କାର ଲାଗିଲା୤

  • ୧୬. ଗୌତମ ଦାସ, Rourkela |  ଅଗଷ୍ଟ୍ ୬, ୨୦୧୩ - ୯:୪୬ ପୂର୍ବାହ୍ନ

    ଭଲ କବିତI

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )