ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଲୁଅ ଛାଇ
 |- ରବି କାନୁନ୍‌ଗୋ
 
 
ତା: ଜୁଲାଇ ୨୬, ୨୦୧୨  
 

ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା |
ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା୤
ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ୤
ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ୥

ପୀରତି ନୀରବ ରତି କଳରବ ଚାନ୍ଦ ଚରିତ ନଷ୍ଟ୤
ମାଇପ କଟାଳ ଡଉଲଡାଉଲ ମା’ କଥା କଷ୍ଟ ୥
ଛଳନାର ଛବି ଛାପଛାପିକା ଲୋ ନିରିମାଖୀ ରଙ୍ଗ ଗୋରା୤
ଅହି ସୁଲକ୍ଷଣୀ ଅପରଛନିଆ ପରନାରୀ ଦିଶେ ତୋରା୥

ମିଛ ସଜାଡ଼ିବା ଅଡ଼ୁଆ ସୂତା ଲୋ ସତ ମନେ ରହେ ଛାଆଁ୤
ହଜିବାକୁ ସିନା ମନଟିଏ ଲୋଡ଼ା ଲୁଚିଲେ ଦୁଶେ ନାଁ ୥
ଗୋଟିଏ ପଦରେ ହୃଦ ପୁରିଯାଏ ଆର ପଦେ ମରେ ଅଧା୤
ପଥ ଚାଲୁଥାଏ ଅଙ୍କାବଙ୍କା ହୋଇ ପଥିକ ଚାଲଇ ସିଧା୥

ଆନଉଳି ସୋଗ ସାବତ ମା’ର-ମା ଦେଖାଏନି ସୋଗ୤
ଠାକୁରଙ୍କୁ ଦେଖି ଚିହ୍ନି ତ ପାରୁନା ଅସୁର ହାବୁଡ଼ୁ ଆଗ୥
ବିଗତ ପ୍ରେମିକା ଭେଟଘାଟ ହେଲେ କେ କାହାକୁ ଭାବେ ଦୋଷୀ୤
ଓଠ ଥରୁଥାଏ ମନ ଝୁରୁଥାଏ ଆଖି କଥା କହେ ବେଶି୥
ଆଲୁଅ ଛାଇର ମଧୁଚନ୍ଦ୍ରିକା ବିତାନ ତଳେ ତ ସିଏ୤
ଦଗ୍ଧ କଳିକା ଅଙ୍ଗାର ତଳୁ ଫୁଲ ଫୁଟେଇବ କିଏ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରବି କାନୁନ୍‌ଗୋ, ଭୁବନେଶ୍ବର
ଜଣେ ସ୍ତମ୍ଭକାର ସହିତ ସାହିତ୍ୟିକ ଭାବେ ରବି କାନୁନ୍‌ଗୋ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍‌ ପରିଚିତ୤ ସମ୍ପ୍ରତି ‘ସୂର୍ଯ୍ୟପ୍ରଭା’ ଦୈନିକ ଖବରକାଗଜର ସମ୍ପାଦକ ସହିତ ‘ପ୍ରଭାସର୍ଜନା’ ମାସିକ ସାହିତ୍ୟ ପତ୍ରିକାର ସମ୍ପାଦକଭାବେ ମଧ୍ୟ ସେ କାର୍ଯ୍ୟରତ ଅଛନ୍ତି୤ ବିଶେଷ କରି ରମ୍ୟରଚନା ବାବଦରେ ନିଜପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ କାନୁନ୍‌ଗୋଙ୍କ ଏକାଧିକ ପୁସ୍ତକ ପ୍ରକାଶିତ ହୋଇ ଅନେକ ପାଠକୀୟ ସ୍ବୀକୃତି ଲାଭ କରିଛି୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୩:୫୨ ପୂର୍ବାହ୍ନ

    ବହୁତ୍ ସୁନ୍ଦର୍ ସାର…………..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ