ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

୨୦୧୩
 |- ଗିରିଜାକୁମାର ବଳୀୟାରସିଂହ
 
 
ତା: ମାର୍ଚ୍ଚ୍ ୨୭, ୨୦୧୩  
 

ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
ପ୍ରଜନ୍ମର ପ୍ରଜ୍ଜ୍ବଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ
ଆରବୀୟ ଅନ୍ଧକାର ଆବୋରୁ ଏ ଇନ୍ଦ୍ରପ୍ରସ୍ଥ ଆଗ
ୟା’ପରେ ମୋ ହଂସୀ ହାୟ ହସ୍ତିନାରେ ହଜିଲେ ହଜନ୍ତା!

ମାସମାସ ମାମଲାରେ ମସିହାର ମୃତ୍ୟୁ ଦଣ୍ଡାଦେଶେ
ଆକୁମାରୀ ହିମାଚଳ କୁମାରୀ କୁମାୟୁନ୍‌ କରେ
ଏଠି ଏକ ଉଇହୁଙ୍କା; ଉପଦ୍ରୁତ ଉପମହାଦେଶ
ସର୍ପାହତ ସ୍ବପ୍ନରେ ମୁଁ ସର୍ବସ୍ବାନ୍ତ ସର୍ବୋତ୍ତଭାବରେ !

ଆମ କ୍ଷତଚିହ୍ନତକ ଆମେ କ’ଣ ଖୋଜି ପାଇଲୁଣି ?
ଦୁଃଖିତ ଦ୍ରାବିଡ଼ଖଣ୍ଡ ୤ ଆର୍ଯ୍ୟାବର୍ତ୍ତ ଆଶ୍ଚର୍ଯ୍ୟଚକିତ
ପାତାଳରେ ପୋତାହୁଏ ପତାକାର ପତିଆରା ପୁଣି
ଜାତିର ଏ ଜେହାଦରେ ଜର୍ଜରିତ ଜାତୀୟସଙ୍ଗୀତ !

ଫାଇଲର ଫିତା ଫିଙ୍ଗେ ଫାଲ୍‌ଗୁନର ଫାଶୀଆଳ ଫେର୍
ଦ୍ବିଖଣ୍ଡିତ ଦେଶରେ ମୋ ଦିଶହରା ଦିହଜାର ତେର୍ !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗିରିଜାକୁମାର ବଳୀୟାରସିଂହ, କଲ୍ୟାଣୀ ନଗର, କଟକ
ବିଶେଷତଃ ଜଣେ କବି ଭାବେ ଗିରିଜା କୁମାର ବଳୀଆରସିଂହ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ‘କାଲିର କବିତା’, ‘କ୍ରୌଞ୍ଚମିଥୁନ’, ‘ତୃଷାତର୍ପଣ’ ଓ ‘ଭାରତବର୍ଷ’ ଆଦି ତାଙ୍କର କବିତା ସଙ୍କଳନ ମଧ୍ୟରୁ ଅନ୍ୟତମ୤ ସମ୍ପ୍ରତି ଏକ ପ୍ରକାଶନ ସଂସ୍ଥା ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ବଳୀଆର୍‌ସିଂହ କାର୍ଯ୍ୟରତ ଅଛନ୍ତି୤ ସେ କବିତା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଅନ୍ୟାନ୍ୟ ପୁରସ୍କାର ଓ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଛନ୍ତି୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ମାର୍ଚ୍ଚ୍ ୩୦, ୨୦୧୩ - ୧୨:୩୮ ପୂର୍ବାହ୍ନ

    ଶବ୍ଦର ଯାଦୁକର କବିଙ୍କର କବିତାରେ ଯାଦୁକରି ସ୍ପର୍ଶ.

  • ୨. ବିମଲ, ଭୁବନେସ୍ବର୍ |  ଏପ୍ରିଲ୍ ୧, ୨୦୧୩ - ୧୦:୨୪ ଅପରାହ୍ନ

    ଅତି ସୁନ୍ଦର୍

  • ୩. rupadhar, hyderabad |  ସେପ୍ଟେମ୍ବର୍ ୩୦, ୨୦୧୪ - ୨:୧୨ ପୂର୍ବାହ୍ନ

    ଚମତ୍କାର ଶବ୍ଦର ଝଙ୍କାର

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ