ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା : ଇସ୍ପାତ ସହରର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ସନ୍ଧ୍ୟା ଅବସରରେ ପାର୍ବଣ ସାହିତ୍ୟ ଓ ଶାରଦୀୟ କବିତା ପର୍ବ ଗତ ଆଠ ତାରିଖ ସନ୍ଧ୍ୟାରେ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ପ୍ରାରମ୍ଭରେ ରାଜୀବ ପାଣି ସ୍ବାଗତ ଅଭିଭାଷଣ ଦେବାପରେ କବି ବ୍ରଜ ଦାସ ପାର୍ବଣ ସାହିତ୍ୟ ପତ୍ରିକା ମାନଙ୍କର ଏକ ସୂକ୍ଷ୍ମ ସମୀକ୍ଷା କରି କହିଲେ ଯେ, ଓଡ଼ିଆ ସାହିତ୍ୟକୁ କେବଳ ସମୃଦ୍ଧ ନୁହେଁ, ଏହାର ପ୍ରଚାର ପ୍ରସାର କରି ଏହାକୁ ବନ୍ଧାଇ ରଖିବାରେ ଯେଉଁ ପ୍ରୟାସ ଓଡ଼ିଆ ପତ୍ରିକାମାନଙ୍କ ଦ୍ବାରା ଚାଲିଛି ତାହା ନିଶ୍ଚୟ ପ୍ରଶଂସନୀୟ ପ୍ରକାଶ ପାଇଥିବା ଶତାଧିକ ପତ୍ରିକାର ମୁଦ୍ରଣ ପରିପାଟୀ ଏବଂ ଏଥିରେ ସ୍ଥାନୀତ ହୋଇଥିବା ପୁରୁଣା ଲେଖକମାନଙ୍କ ସହ ବହୁ ପରିମାଣର ନୂଆ ଲେଖକ/ ଲେଖିକାମାନଙ୍କୁ ଦେଖିଲେ ଏ ଭାଷାର ସ୍ଥିତି ଓ ସ୍ଥାୟୀତ୍ବ ନେଇ ଯେଉଁ ସଂଶୟ ଆମର ଭାଷାପ୍ରେମୀଙ୍କ ଭିତରେ ଉଠିଛି, ତାହା ନିଶ୍ଚୟ ଦୂରହେଇ ପାରିବ ଲେଖକ ଲେଖକମାନଙ୍କୁ ଆହ୍ବାନଦେଇ ସେ କହିଲେ, କେବଳ ନିଜ ଲେଖାପଢ଼ି ଆତ୍ମ ବିଭୋର ନହୋଇ ଅନ୍ୟର ଲେଖାକୁ ଆଦର ସହ ପଡିଲେ ଜଣେ ସ୍ରଷ୍ଟାର ଦୃଷ୍ଟିଭଙ୍ଗୀ ପ୍ରସାରିତ ହୋଇପାରିବ ଆଲୋଚନା ପ୍ରସଙ୍ଗରେ କହିଲେ ଯେ, ରାଉରକେଲାରୁ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଶିଶିର ନାୟକ, ରାଜୀବ ପାଣି, ତ୍ରିନାଥ ସିଂ, ଦେବେନ୍ଦ୍ର ମହାନ୍ତି, ଗୀତାଞ୍ଜଳି ପତ୍ରୀ, ଭୁପେନ ମହାପାତ୍ର, ଗୌରାଙ୍ଗ ଦାଶ, ଡା. କୃପାସିନ୍ଧୁ ନାୟକ ଓ କବିବର ପରିଡା ପ୍ରଭୃତିଙ୍କର ଲେଖା ବିଭିନ୍ନ ପତ୍ରିକାରେ ଦୃଷ୍ଟିଗୋଚର ହେଉଛି ବୋଲି କହି ସେମାନଙ୍କ ଲେଖାର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ
ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ବ୍ୟଙ୍ଗକବି ରାଧୁ ମିଶ୍ରଙ୍କ ଉପସ୍ଥାପନାରେ ସ୍ବରୂପ ମହାପାତ୍ର ଡା. କୃପାସିନ୍ଧୁ ନାୟକ, ତ୍ରିନାଥ ସିଂ ଓ ଅଶୋକ ଚନ୍ଦ୍ର ମହାପାତ୍ର ଦୁଇଟି କରି କବିତା ପାଠ କରିଥିଲେ ଏଥିରେ ବିଶେଷ କବିତା ଭାବରେ ଉପେନ୍ଦ୍ର ନାଥ ଷଡ଼ଙ୍ଗୀ “ସନ୍ଧ୍ୟା” ଶୀର୍ଷକରେ ଏକ ରୀତିଧର୍ମୀ କବିତା ଆବାହନୀ କରିଥିଲେ ଉକ୍ତ କବିତାମାନ ରାଜ୍ୟସ୍ତରର ସ୍ବୀକୃତ କବିତା ହିସାବରେ ସ୍ଥାନୀତ ହେବାର ଯୋଗ୍ୟତା ରହିଛି ବୋଲି ରାଧୁ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଅବସରରେ ସାହିତ୍ୟ ସଂସଦର ସଭାପତି ବିଭୁତି ଭୂଷଣ ପଣ୍ଡା ନିଜର ମନ୍ତବ୍ୟ ରଖିବା ସହିତ ଉପସଭାପତି ସୁରେନ୍ଦ୍ର ନାଥ ଜେନା ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ