ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା: ସ୍ଥାନୀୟ ରାଉରକେଲା କ୍ଲବ୍ ପରିସରରେ ସ୍ବର୍ଗତ ସ୍ବାହା ଶୁକ୍ଳଙ୍କର ରଚିତ ଗଳ୍ପ ସଙ୍କଳନ “ବିପଞ୍ଚି” ଓ କବିତା ସଙ୍କଳନ “ମନ୍ଦାକିନୀ” ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି ବିଶିଷ୍ଟ ଲେଖକ ଅସୀମ ବସୁ ଓ ବାମପନ୍ଥି ନେତା ଜନାର୍ଦ୍ଦନ ପତି ଏହି ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ ସ୍ବର୍ଗତ ସ୍ବାହା ଶୁକ୍ଳଙ୍କର ଲେଖନୀରେ ସାଧାରଣ ମଣିଷର ଜୀବନଜୀବିକା, ଅନ୍ଧବିଶ୍ବାସ ଓ କୁସଂସ୍କାର ଆଦି ବେଶ ମର୍ମସ୍ପର୍ଶୀ ବୋଲି ଏହି ଅବସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ମତ ଦେଇଥିଲେ ଲେଖିକା କନକଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଗାଳ୍ପିକ ଓ ସ୍ତମ୍ଭକାର ଦେବେନ୍ଦ୍ର ମହାନ୍ତି ଏବଂ ପୂର୍ଣ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ
ଗତବର୍ଷ ଲେଖିକା ସ୍ବହା ଶୁକ୍ଳଙ୍କର ଅକାଳ ବିୟୋଗ ଘଟିଥିଲା ତାଙ୍କର ଅପ୍ରକାଶିତ ଲେଖାଗୁଡିକୁ ତାଙ୍କ ପତି ସୀମାଞ୍ଚଳ ଶୁକ୍ଳଙ୍କ ଉଦ୍ୟମରେ ଏକତ୍ରିତ ହୋଇ ପ୍ରକାଶନ ନିମନ୍ତେ ପ୍ରସ୍ତୁତ ହୋଇଥିଲା ଏହାର ଫଳସ୍ବରୂପ ଏବଂ ଲେଖିକା କନକଲତା ମିଶ୍ରଙ୍କର ସମ୍ପାଦନାରେ ଉକ୍ତ ପୁସ୍ତକ ଦୁଇଟି ପ୍ରକାଶ ପାଇଛି