ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମିୟବାଳା ପଟ୍ଟନାୟକ
ଗୋଦାବରିଶ ମିଶ୍ର
ସୀତାକାନ୍ତ ମହାପାତ୍ର
ନନ୍ଦ କିଶୋର ବଳ
ସୁରେନ୍ଦ୍ର ମହାନ୍ତି
ସେନାପତି ପ୍ରଦ୍ୟୁମ୍ନ କେଶରୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୩୦, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

soubhagya_mishra

ସୌଭାଗ୍ୟ ମିଶ୍ରଙ୍କ ସାରସ୍ବତ ସୃଷ୍ଟି
କବିତା ଗ୍ରନ୍ଥ :- ଆତ୍ମନେପଦୀ (୧୯୬୫), ମଧ୍ୟପଦଲୋପୀ (୧୯୭୦), ନଈ ପହଁରା (୧୯୭୩), ଅନ୍ଧ ମହୁମାଛି (୧୯୭୭), ବଜ୍ରଯାନ (୧୯୮୧), ଦ୍ବା ସୂପର୍ଣ୍ଣା (୧୯୮୪), ମଣିକର୍ଣ୍ଣିକା (୧୯୯୦), ଅନ୍ୟତ୍ର (୧୯୯୪), ଚରାଚର (୧୯୯୯), ଉଜ୍ଜୟିନୀ (୨୦୦୫), ମାତୃସ୍ପର୍ଶ (୨୦୦୯)୤

ଉଲ୍ଲେଖଯୋଗ୍ୟ ପୁରସ୍କାର ସମ୍ମାନ :-
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର
ରାଜ୍ୟପାଳଙ୍କ ସମ୍ମାନ ଫଳକ
ବିଷୁବ ପୁରସ୍କାର
ସାହିତ୍ୟ ଭାରତୀ ସମ୍ମାନ

୧) କବିତା ଲେଖିବାର ଆଦ୍ୟ ପ୍ରେରଣାର ସ୍ମୃତି କିପରି ?
ଉତ୍ତର :-ହାଇସ୍କୁଲରେ ପଢ଼ିଲା ବେଳେ (ନବମ, ଦଶମ) ମୋର କବିତା ଲେଖା ଆରମ୍ଭ୤ ପ୍ରେରଣା ଦୁଇଟି ଉତ୍ସରୁ ଆସିଥିଲା, ଗୋଟିଏ ହେଉଛି ନିଜ ଭିତର ସୃଜନ ପ୍ରବୃତ୍ତି ଏବଂ ଅନ୍ୟଟି ଓଡ଼ିଆ କାବ୍ୟ ସାହିତ୍ୟ ଅଧ୍ୟୟନ୤

୨) ଆପଣ କବିତା ଲେଖିବା ସହିତ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ବେଶ୍‌ ମଧୁର ଭାବେ ଜଡ଼ିତ- ଆପଣ କଣ ଏହାକୁ ସ୍ବୀକାର କରିବେ ?
ଉତ୍ତର :-ଗୁରୁପ୍ରସାଦ ମହାନ୍ତିଙ୍କୁ ମୁଁ କଲେଜରେ ପଢ଼ିଲା ବେଳେ ଜାଣିଲି୤ ସେ ଆମର ଅଧ୍ୟାପକ ଥିଲେ୤ ତାଙ୍କର ବ୍ୟକ୍ତିତ୍ବ ଓ କବିତା ଉଭୟ ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା୤

୩) ଆତ୍ମନେପଦୀ (୧୯୬୫) କବିତା ଗ୍ରନ୍ଥରେ ଆପଣ ବେଶ୍‌ ରୋମାଣ୍ଟିକ ଓ ବିଷର୍ଣ୍ଣତାବୋଧରେ କଷ୍ଟ ପାଇବା ପରି ମନେ ହୁଅନ୍ତି ?
ଉତ୍ତର: ଆତ୍ମନେପଦୀରେ ନିଜକୁ ପ୍ରକାଶ କରିବାର ପ୍ରବଳ ଇଛା ଏବଂ ପ୍ରକାଶ କରି ହେଉନଥିବାର ବିଡ଼ମ୍ବନା ଅନୁଭବ କରିହୁଏ୤ ସେ କଷ୍ଟ ସୃଜନ କର୍ମ ସାଙ୍ଗରେ ଥାଏ୤ ଏହି ଅନୁଭୁତି ସବୁ କବିଙ୍କର୤

୪) ଅନ୍ଧ ମହୁମାଛିରେ ଓଡ଼ିଆ ପାଠକ ପ୍ରକୃତ ସୌଭାଗ୍ୟ ମିଶ୍ରକୁ ପାଇଲେ ଓ ବିସ୍ମିତ ହେଲେ୤
କବିର ବେପରୱାପଣ, ଜୀବନକୁ ରହସ୍ୟ ଓ ଭୋଗ ଭିତରେ ଯୋଡ଼ିବାର ସୂତ୍ରଟି ଏହି କବିତା ଗ୍ରନ୍ଥରେ ମିଳିଲା୤ ଏପରି ଏକ କାବ୍ୟିକ ଉତ୍ତରଣର ପ୍ରେରଣା ଓ ପ୍ରକ୍ରିୟାଟି କଣ ?
ଉତ୍ତର :-‘ଅନ୍ଧ ମହୁମାଛି’ ରେ ଏହି ଗୁଣଟି ପ୍ରକୃତରେ ଚମକପ୍ରଦ୤ ଅନ୍ଧ ମହୁମାଛି, କ୍ବାଲାଲାମ୍ପୁର ଓ ସକାଳ ଭଳି କବିତାମାନଙ୍କରେ କାବ୍ୟ ଆବେଗ ବେଶ୍‌ ନିୟନ୍ତ୍ରିତ୤

୫) ମହୁମାଛି ଅନ୍ଧ କାହିଁକି ?
ଉତ୍ତର :- ଏଥିପାଇଁ ଯେ ସେ ସୁନ୍ଦର ଓ କୁତ୍ସିତ ମଧ୍ୟରେ ଥିବା ତଥାକଥିତ ଦୂରତ୍ବକୁ ଦେଖିପାରିବ ନାହିଁ୤

୬) ଆପଣଙ୍କ ଦ୍ବା ସୂପର୍ଣ୍ଣା ଓ ଉପନିଷଦର ସେଇ ଜୀବାତ୍ମା ପରମାତ୍ମାର ପ୍ରତୀକ ଦୁଇ ପକ୍ଷୀର ପାର୍ଥକ୍ୟ କେଉଁଠି?
ଉତ୍ତର :-ଗୋଟିଏ ଦୃଷ୍ଟିରୁ କିଛି ପାର୍ଥକ୍ୟ ନାହିଁ୤ କିନ୍ତୁ ଦ୍ବା ସୂପର୍ଣ୍ଣ ଚିତ୍ର ଜରିଆରେ ମୁଁ କେବଳ ଜୀବନର ଦ୍ବିବିଧ ରୂପପ୍ରତି ଦୃଷ୍ଟି ଆକର୍ଷଣ କରିଛି୤ କୌଣସି ଉପନିଷଦୀୟ ତାତ୍ବିକତା ଆଡ଼କୁ ନୁହେଁ୤

୭) ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ବିଫଳ ହୋଇଯାଇଛି, ତେବେ ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର :- ହଁ ଅଛି୤ ମୁଁ ଏକଥା ବାରମ୍ବାର କହିଛି୤ ମୁଁ ମୋର କୌଣସି କବିତାକୁ ନେଇ ଶତକଡ଼ା ଶହେ ଭାଗ ସନ୍ତୁଷ୍ଟ ନୁହେଁ୤ ତେବେ ଏଇ ଅସନ୍ତୋଷ ହିଁ ମୋତେ ପରବର୍ତ୍ତୀ କାବ୍ୟ କର୍ମ ପାଇଁ ପ୍ରେରିତ କରେ୤

୮) ଆପଣଙ୍କ ମତରେ ଏକ ଭଲ ‘କବିତା’ର କି କି ଗୁଣ ରହିବା ଲୋଡ଼ା ?
ଉତ୍ତର :- ମୋ ମତରେ ଗୋଟିଏ ଭଲ କବିତା ହେଲା ସେଇ କବିତା ଯାହାର ରୂପ ଗୁଣ ଥରକର ପ‍ଢ଼ାରେ କଳିହୁଏ ନାହିଁ, ଯା ପାଖକୁ ଥରକୁ ଥର ଯିବାକୁ ହୁଏ୤ ପ୍ରତିଥର ସେ ରୂପ ଗୁଣର ଅବବୋଧ କିଛି କିଛି ଅଲଗା ହେଉଥାଏ୤

୯) ବର୍ତ୍ତମାନ ଓଡ଼ିଆ କବିତା ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ଅବବୋଧଟି କଣ ?
ଉତ୍ତର :-ଅଧିକ ସୁନ୍ଦର ହୋଇ ପାରନ୍ତା ଆମର କାବ୍ୟିକ ଉଚ୍ଚାରଣ୤ କିନ୍ତୁ ଅଧିକାଂଶ କବି ଉତ୍ସାହହୀନ, କ୍ଲାନ୍ତ ମନେ ହେଉଛନ୍ତି୤ ଅବଶ୍ୟ ଏ ପରିସ୍ଥିତି ପାଇଁ ଆମର ସାମାଜିକ ବ୍ୟବସ୍ଥା ଅନେକାଂଶରେ ଦାୟୀ୤

୧୦) କାହାକୁ ଶ୍ରେୟ ମଣିବେ ଏବେ ? ‘ଅନ୍ଧ ମହୁମାଛିର ଅନ୍ଧ ଆସ୍ବାଦନ ନା’ ବଜ୍ରଯାନର ଆସକ୍ତଧ୍ୟାନ ନା ଦ୍ବା ସୁପର୍ଣ୍ଣାର ଦ୍ବନ୍ଦ୍ବପୂର୍ଣ୍ଣ ଅନ୍ବେଷଣ୤
ଉତ୍ତର :- ଏ ତିନୋଟି ଯାକ ଅବସ୍ଥା ମୁଁ ଅତିକ୍ରମ କରିଆସିଛି ବୋଲି କହିଲେ ବୋଧେ ଭଲ ହେବ୤ କିନ୍ତୁ ଏ ଅନୁଭବ ସବୁ ଅବଶ୍ୟ ମୋ ଉତ୍ତରଣ ପାଇଁ ନିଶ୍ଚେ ଅପରିହାର୍ଯ୍ୟ ଥିଲା୤ ମୋ ଚେତନାରେ ଆଉ ଦ୍ବନ୍ଦ୍ବବୋଧ ନାହିଁ, ଏ କଥା ମୁଁ ଜୋର୍‌ ଦେଇ କହିପାରିବି ନାହିଁ୤

୧୧) କବି ଜୀବନରେ ସବୁଠାରୁ ସୁଖକର ପ୍ରାପ୍ତି ଟି କଣ ?
ଉତ୍ତର :-ସୃଜନ ଆନନ୍ଦର ଉପଲବ୍ଧି୤

୧୨) ସୃଜନ ପ୍ରକ୍ରିୟାକୁ ନେଇ ପୁରସ୍କାର ରାଜନୀତି ହେଉଛି- ଏ ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ?
ଉତ୍ତର :-ରାଜନୀତି କହିଲେ ବର୍ତ୍ତମାନ ଯାହା ବୁଝାଉଛି, ସେଠୁ ମୁଁ ବହୁତ ଦୂରରେ ଏବଂ ସୁଖରେ ଅଛି୤

****************************************************************

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍‌ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ୤ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍‌ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ୤ ରୋମାଣ୍ଟିକ୍‌ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ ରଚନାରେ ସମୟ, ବାସ୍ତବତା ଓ ସାମାଜିକ ଚେତନାର ଅନ୍ତଃସ୍ବର ଭିନ୍ନ ଭାବରେ ପ୍ରତିଧ୍ବନିତ୤ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ବିଶ୍ବସ୍ତ କାବ୍ୟଶିଳ୍ପୀ ସୌଭାଗ୍ୟ ମିଶ୍ରଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ସ୍ବତନ୍ତ୍ର୤ ଏହି ବରେଣ୍ୟ କବିଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି- ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ଆରତି ମିଶ୍ର |  ଅକ୍ଟୋବର୍ ୧୬, ୨୦୧୧ - ୬:୨୨ ପୂର୍ବାହ୍ନ

    ବହୁତ ଭଲ , ବେଶୀ ସୁବିଧା

  • ୨. Debapriya Priyadarshi Chakra |  ଜାନୁଆରୀ ୧୦, ୨୦୧୨ - ୩:୧୨ ପୂର୍ବାହ୍ନ

    ଖୁବ୍ ଭଲ ଉଦ୍ୟମ

  • ୩. pranab patajoshi |  ଜୁଲାଇ ୧୧, ୨୦୧୨ - ୩:୨୧ ପୂର୍ବାହ୍ନ

    A great poem and a trend setter.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤