ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗତ ତିନିବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ସହର ବିରମିତ୍ରପୁରରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ଶିଳ୍ପାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ ହୋଇଯାଇଛି ଅଧ୍ୟାପକ ହରିହର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ କୁମାର୍ ହସନ୍, ସଞ୍ଜୟ ରାଉଳ, ପ୍ରଫୁଲ୍ଲ ସାହୁ ପ୍ରମୁଖ, ଗଳ୍ପ ବିଭାଗରେ ଗିରି ଦଣ୍ଡସେନା, ସତ୍ୟବ୍ରତ ଦାସ, ବିବିଧ ବିଶ୍ବ ପ୍ରମୁଖ ଲମ୍ବ କବିତା ବିଭାଗରେ ଅଶୋକ ଚନ୍ଦ୍ର ମହାପାତ୍ର, ରାଜୁ ଷଡଙ୍ଗୀ, ଅଜୟ ବିଶ୍ବାଳ, ତ୍ରିନାଥ ସିଂହ, ସୂର୍ଯ୍ୟ ମିଶ୍ର, ଗୌରାଙ୍ଗ ଚନ୍ଦ୍ର ଦାଶ ପ୍ରମୁଖ ଆହୁରି ଅନେକ ତରୁଣ ଓ ପ୍ରବୀଣ ଲେଖକଙ୍କର ଲେଖା ସ୍ଥାନିତ ହୋଇଛି ପ୍ରଚ୍ଛଦ ଓ ମୁଦ୍ରଣ ଆକର୍ଷଣୀୟ ପତ୍ରିକାଟି ପାଠକୀୟତା ହାସଲ ଆଶା କରାଯାଏ