ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଭୁବନେଶ୍ବର: ଭାରତୀୟ ବିଦ୍ୟାଭବନଠାରେ ୧୧ ତାରିଖ ସନ୍ଧ୍ୟାରେ ‘ସିସୋର ସାହିତ୍ୟ ଏକାଡ଼େମୀ’ ପକ୍ଷରୁ ଦ୍ବିତୀୟ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଶିଷ୍ଠ କଥାକାର ତଥା ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସାହିତ୍ୟର ଉପଲବ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏହା ସହିତ ବର୍ତ୍ତମାନ ଯୁଗରେ ଓଡିଆ ଭାଷା ସାହିତ୍ୟର ମହାନ ସଂସ୍କୃତି ଏବଂ ପରମ୍ପରା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ନିଜ ଜୀବନାଭୁତିର କିଛି ବାସ୍ତବ ତଥ୍ୟ ସାହିତ୍ୟ ପ୍ରେମୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ଏହି ସଭାରେ ସଭାପତିତ୍ବ କରୁଥିବା ପ୍ରଖ୍ୟାତ କଥାକାର ନାରୁ ମହାନ୍ତିଙ୍କ କଥା ଗଳ୍ପରେ କାହାଣୀ କେତେ ଓ କେମିତି ଉପରେ ଅରବିନ୍ଦ ରାୟ, ପ୍ରକାଶ ମହାପାତ୍ର ଏବଂ ନିଜେ ନାରୁ ମହାନ୍ତି ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଏକାଡେମୀର ସଭାପତି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍ଘାଟନୀ ଭାଷଣ ଦେଇଥିବାବେଳେ ଏକାଡେମୀର ପ୍ରମୁଖ ସଚିବ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ସଭା ଶେଷରେ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ