ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା: ପ୍ରଗତିଶୀଳ ସାହିତ୍ୟ ପତ୍ରିକା ଭିଡ ଭିତରେ ଭିନ୍ନ ସ୍ବର “ଅକ୍ଷର”ର ଶରତ ସ୍ବତନ୍ତ୍ର ସଂଖ୍ୟା ସ୍ଥାନୀୟ କଲଚରାଲ ଏକାଡେମୀ ପରିସରରେ ଉନ୍ମୋଚିତ ହୋଇଯାଇଛି ଏହି ଅବସରରେ ସ୍ବର୍ଗତ ସନତ ରାୟ ଏବଂ କୀର୍ତ୍ତନ ପରିଡାଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହାପରେ ଅକ୍ଷୟ ପତ୍ରିକାର ସମ୍ପାଦକ ଅମିୟ ପାଣ୍ଡବ ପତ୍ରିକାର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଏହି ଅବସରରେ “ସାହିତ୍ୟ ଓ ସାଧାରଣ ମଣିଷର ସ୍ବାର୍ଥ” ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଭୂପେନ ମହାପାତ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟର ପରିବର୍ତ୍ତିତ ଦିଗ ଉପରେ ଆଲୋକପାତ କରିଥିଲେ ଦିନକୁ ଦିନ ପରିବର୍ତ୍ତିତ ସମୟ ଓ ପରିସ୍ଥିତି ଏବଂ ପାଠକୀୟ ଋଚିକୁ ସମ୍ମାନ ଦେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ନିମନ୍ତେ ଶ୍ରୀ ମହାପାତ୍ର ଆହ୍ବାନ ଦେଇଥିଲେ ଉତ୍ସବରେ ମୁଖ୍ୟବକ୍ତା ଇତିହାସ ପ୍ରଧ୍ୟାପକ ଡ. ପ୍ରଭାତ ମଲ୍ଲିକ ଯୋଗ ଦେଇ ସାହିତ୍ୟ ଏବେ ସାଧାରଣ ମଣିଷର କଥା କହୁଛି ଏବଂ ଆଗାମୀ ଦିନରେ କହିବ ଏବଂ ଶ୍ରେଣୀ ବିଭକ୍ତ ସମାଜରେ ସାହିତ୍ୟ ବୌଦ୍ଧିକ ବିଳାସ ହେବା ଉଚିତ ନୁହେଁ ବୋଲି କହିଥିଲେ ଯେଉଁ ସାହିତ୍ୟ ସାଧାରଣ ମଣିଷର କଥା କହିବ ସାଧାରଣ ମଣିଷର ସ୍ବାର୍ଥସହ ସମ୍ପର୍କୀତ ହେବ ତାହା ହିଁ କାଳଜୟୀ ହୋଇପାରିବ ବୋଲି ଡ.ମଲ୍ଲିକ କହିଥିଲେ ଏହି ଉତ୍ସବରେ ଅମୀୟ ପାଣ୍ଡବଙ୍କର ଗଳ୍ପା ସଙ୍କଳନ “କାହା କାହାଣୀ” ଓ କବିତା ସଂକଳନ “କବି, ତା କବିତା କୋଳେ” ଲୋକାର୍ପିତ ହୋଇଥିଲା ଏଥିରେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବିଦ୍ୟାଧର ବାରିକ ସଭାପତିତ୍ବ କରିଥିବାବେଳେ କୋଏଲ ସାହିତ୍ୟ ସଂସଦର ସମ୍ପାଦକ କେଳୁ ଚରଣ ବଡଜେନା ଧନ୍ୟବାଦ ଦେଇଥିଲେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. Debapriya Priyadarshi Chakra | ଜାନୁଆରୀ ୧୦, ୨୦୧୨ - ୩:୧୧ ପୂର୍ବାହ୍ନ
ଖୁବ୍ ସୁନ୍ଦର