ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବାମାଚରଣ ମିତ୍ର
ଅମିୟବାଳା ପଟ୍ଟନାୟକ
ସନ୍ୟାସୀ ନାୟକ
କିଶୋରୀକିଙ୍କର ଦାସ
ଅଶୋକ ଚନ୍ଦ୍ର ମହାପାତ୍ର
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୩, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଓଡ଼ିଆ ଯୁବଲେଖକ ସମ୍ମେଳନର ସାରସ୍ବତ ସମାରୋହ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ଉପଖଣ୍ଡ ବଣାଇଁ ସ୍ଥିତ ବଣାଇଗଡ଼ ମହାବିଦ୍ୟାଳୟଠାରେ ଓଡ଼ିଆ ଯୁବଲେଖକ ସମ୍ମେଳନ ପକ୍ଷରୁ ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା କବି ଡ. ଅଲେଖ ପଢ଼ିହାରୀ ଯୋଗଦେଇ ସମାଜ, ଜୀବନ ଓ ବ୍ୟକ୍ତିକୁ ନେଇ ସାହିତ୍ୟ ଗଠିତ ବୋଲି କହିଥିଲେ୤ ସାହିତ୍ୟ ହେଉଛି ସାମଜର ଦର୍ପଣ, ତେଣୁ ଏକ ଉତ୍ତମ ସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି୤ ଯେଉଁ ସାହିତ୍ୟ ମଣିଷର ମନକୁ ଯେତେ ଆନ୍ଦୋଳିତ କରିପାରେ ସେହି ସାହିତ୍ୟ ହେଉଛି ପ୍ରକୃତ ସାହିତ୍ୟ୤ ବର୍ତ୍ତମାନ ଦିନକୁ ଦିନ ମଣିଷ ପଣିଆର ଅବକ୍ଷୟ ହେଉଥିବାରୁ ଯୁବଲେଖକ ସମ୍ମେଳନର ସଦସ୍ୟମାନେ ସେମାନଙ୍କର ଲେଖା ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ଡ଼. ପଢ଼ିହାରୀ ଅହ୍ବାନ ଦେଇଥିଲେ୤

ଏଥିରେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ପତ୍ରିକାର ସମ୍ପାଦକ ଡ.ହୁସେନ୍‌ ରବିଗାନ୍ଧୀ ଯୋଗଦେଇ ବଣାଇ ହେଉଛି ଓଡ଼ିଶାର ସଙ୍ଗମସ୍ଥଳୀ ବୋଲି କହିଥିଲେ୤ ସ୍ବାଧୀନତା ପୂର୍ବର ଇତିହାସ ବାବଦରେ ସୂଚନା ଦେଇ ବଣାଇ ଏବଂ ଆଖପାଖ ଅଞ୍ଚଳଗୁଡ଼ିକରେ କିପରି ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଅନେକ ଅବଦାନ ରହିଥିଲା ସେ ବାବଦରେ ଆଲୋଚନା କରିଥିଲେ୤ ସେହିପରି ଆଞ୍ଚଳିକ ଭାଷା ଓ ସମୃଦ୍ଧ ଓଡ଼ିଶା ଶୀର୍ଷକ ଆଲୋଚନା ଚକ୍ର ବାବଦରେ ଡ. ଗାନ୍ଧୀ ସୂଚନା ଦେଇ ଓଡ଼ିଆ ମୁଖ୍ୟ ଭାଷାରେ ଆଞ୍ଚଳିକ ଭାଷାଗୁଡ଼ିକ ଶବ୍ଦ ଅଧିକରୁ ଅଧିକ ସାମିଲ ହେଲେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଥିଲେ୤ ସେହିପରି ଯେତେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଜୀବନ ଜୀବିକାର ମାଧ୍ୟମ ନ ହୋଇଛି ସେତେ ପର୍ଯ୍ୟନ୍ତ ଏହି ଭାଷାର ବିକାଶ ଅସମ୍ଭବ୤ ବିଶେଷ କରି ଏହି ଭାଷା ପ୍ରତି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମିଳୀତ ଉଦ୍ୟମ କରିବା ପାଇଁ ସେ ଆହ୍ବାନ ଦେଇଥିଲେ୤

ଉତ୍ସବରେ ଅନ୍ୟତମ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବୀତ୍‌ ତଥା ନାଟ୍ୟ କଳାକାର ଡ. ଦ୍ବାରିକାନାଥ ନାୟକ ଯୋଗଦେଇ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷାର ମହତ୍ବ ବାବଦରେ ଉଦାହରଣ ଦେଇଥିଲେ୤ ସେହିପରି ଓଡ଼ିଶାର ଆଞ୍ଚଳିକ ଭାଷାଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଯାଇ ଓଡ଼ିଆ ଭାଷା ଅଧିକରୁ ଅଧିକ ଆଦୃତି ଲାଭ କରିବ ବୋଲି ଡ.ନାୟକ କହିଥିଲେ୤ ଏହା ସହିତ ସେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପରମ୍ପରା ଓ ସଂସ୍କୃତି ମାଧ୍ୟମରେ ଅଞ୍ଚଳିକ ଭାଷା ସହିତ ଉପକୂଳ ଓଡ଼ିଶା ବା ମୁଖ୍ୟ ଓଡ଼ିଆ ଭାଷାର ସାମଞ୍ଚସ୍ୟ ରହିଛି ସେ ବାବଦରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ୤ ସେହିପରି ଅନ୍ୟତମ ବକ୍ତାଭାବେ ବିଶିଷ୍ଟ ଗାଳ୍ପିକ ରଜ୍ୟବର୍ଦ୍ଧନ ଧଳମହାପାତ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟିକମାନେ ବିଭିନ୍ନ ଆଞ୍ଚଳିକ ଭାଷାର ଶବ୍ଦଗୁଡ଼ିକୁ ସେମାନଙ୍କ ଲେଖାଗୁଡ଼ିକରେ ସାମିଲ କରିପାରିଲେ ଆଞ୍ଚଳିକ ଭାଷା ସମୃଦ୍ଧ ହେବ ବୋଲି କହିଥିଲେ୤ ଏ ବାବଦରେ ସେ କେତେକ ପ୍ରସିଦ୍ଧ ସାହିତ୍ୟିକମାନଙ୍କର ଲେଖାର ଉଦାହରଣ ମଧ୍ୟ ଦେଇଥିଲେ୤

ଓଡ଼ିଆ ଯୁବଲେଖକ ସମ୍ମେଳନର ରାଜ୍ୟ ସଭାପତି ଶଶାଙ୍କ ଚୂଡ଼ାମଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ବଣାଇଁ ବିଧାୟକ ଭୀମସେନ ଚୌଧୁରୀ ସ୍ବାଗତ ଭାଷଣ ଦେଇ ବଣାଇଁ ପରି ଏକ ଉପାନ୍ତ ଅଞ୍ଚଳରେ ଏକ ରାଜ୍ୟସ୍ତରୀୟ ସାହିତ୍ୟିକ ସମ୍ମିଳନୀର ଅୟୋଜନ ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ୤ ଏହି ଅବସରରେ ରାଉରକେଲା ସ୍ବସ୍ତି ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚିତ କରିଥିଲେ୤

ସେହିପରି ଏହି ଅବସରରେ ଏକ ମନୋଜ୍ଞ କବିତାପାଠ ଉତ୍ସବର ଆୟୋଜନ କରାଯାଇଥିଲା୤ ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମୋଟ ୯୭ ଜଣ କବି ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ୤ ଏହି କାର୍ଯ୍ୟକ୍ରମର ପ୍ରଥମ ସୋପାନରେ କବି ପୀତାମ୍ବର ତରାଇ ସଭାପତିତ୍ବ କରିଥିଲାବେଳେ ଦ୍ବିତୀୟ ସୋପାନରେ ଡ. ଅମିୟ ରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ୤ ପ୍ରଥମ ସୋପାନର କବିତା ପାଠ ଉତ୍ସବକୁ ରାଉରକେଲାର ଲେଖିକା ମୋନାଲିସା ମିଶ୍ର ଏବଂ କେନ୍ଦୁଝରରୁ ଆସିଥିବା ଲେଖକ ପିନାକୀ ମିଶ୍ର ଚମତ୍କାର ଭାବେ ସଂଯୋଜନା କରିଥିଲାବେଳେ ଦ୍ବିତୀୟ ସୋପାନର କବିତା ପାଠ ଉତ୍ସବକୁ ରାଉରକେଲାର ଲେଖିକା ଅଙ୍ଗୁରବାଳା ପରିଡ଼ା ଓ ବୌଦ୍ଧରୁ ଆସିଥିବା ଲେଖକ ସନ୍ୟାସୀ ନାୟକ ସଂଯୋଜନା କରିଥିଲେ୤ ସମଗ୍ର କାର୍ଯ୍ୟକ୍ରମକୁ ଆୟୋଜକ ଅନୁଷ୍ଠାନର ଉପସଭାପତି ତଥା ଲେଖକ ରାଜୀବ ପାଣି ସଂଯୋଜନା କରିଥିଲାବେଳେ ତାଙ୍କୁ ଅନୁଷ୍ଠାନର ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ତଥା ଲେଖକ ଗୌରାଙ୍ଗ ଦାଶ ସହାୟତା କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରାଉରକେଲା |  ଡିସେମ୍ବର୍ ୯, ୨୦୧୨ - ୮:୫୭ ଅପରାହ୍ନ

    ଏହି ସାରସ୍ବତ ସମାରୋହରେ ଯୋଗ ଦେଇ ନ ପାରି ଦୁଖିତ

  • ୨. Amarendra Madhaba Dash, Angul |  ଡିସେମ୍ବର୍ ୧୧, ୨୦୧୨ - ୬:୪୭ ପୂର୍ବାହ୍ନ

    Mote dakithile jai paarilini. Bhalare Yuva lekhak sanmmilani hela sethipain aayojakanku dhanyabad…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤