ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବାମାଚରଣ ମିତ୍ର
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଶାରଦା ପ୍ରସାଦ ମିଶ୍ର
ସନ୍ୟାସୀ ନାୟକ
ଭଗବତୀ ଚରଣ ପାଣିଗ୍ରାହୀ
ଗୋଦାବରିଶ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୧୦, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଜାତୀୟ ଲେଖକ ସମ୍ମିଳନୀ ଓ ପତ୍ରିକାହାଟ ଅନୁଷ୍ଠିତ
ଭୁବନେଶ୍ବର: ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ନବମ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ଚତୁର୍ଥ ପତ୍ରିକାହାଟ’ ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟ ପରିସରର ଅନୁଷ୍ଠିତ ହୋଇଯାଇଛି୤ khabaraଗୋଟିଏ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ସହିତ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ୤ ଯେଉଁ ଭାଷାର ସାହିତ୍ୟ ବଳିଷ୍ଠ ଓ ଅଧିକ ପଠନୀୟ ସେହି ଭାଷା ଅଧିକ ଗ୍ରହଣୀୟ ଓ ସମୃଦ୍ଧ୤ ଯୁଗ ଓ ସମୟ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହାକୁ ସାହିତ୍ୟିକମାନେ ସେମାନଙ୍କ ଲେଖା ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ କରୁଛନ୍ତି୤ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧି ସହିତ ତାଳ ଦେଇ ସାହିତ୍ୟିକ ଏବଂ ସାହିତ୍ୟ ଲେଖା ବୃଦ୍ଧି ପାଇବା ଆମ ଦେଶ ପାଇଁ ଏକ ଶୁଭ ସୂଚନା ବୋଲି ଜାତୀୟ ଲେଖକ ସମ୍ମିଳନୀରେ ଯୋଗଦେଇଥିବା ବକ୍ତାମାନେ ମତ ଦେଇଛନ୍ତି୤

ଏହି ଅବସରରେ ଆୟୋଜିତ ଜାତୀୟ ଲେଖକ ସମ୍ମିଳନୀକୁ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଠ ଶତପଥୀ ଉଦ୍‌ଘାଟିତ କରିଥିଲେ୤ ବରିଷ୍ଠ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସାରସ୍ବତ ସମାବେଶରେ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ସାହିତ୍ୟିକ ଯୋଗ ଦେଇ ଆଲୋଚନରେ ଭାଗ ନେଇଥିଲେ୤ ଏହି ଅବସରରେ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ କଥାକାର ଆଚ୍ୟୁତାନନ୍ଦ ପତିଙ୍କୁ ‘କାଦମ୍ବିନୀ ସାରସ୍ବତ ସମ୍ମାନ-୨୦୧୨’ ରେ ସମ୍ବର୍ଦ୍ଧିତ କରାଯାଇଥିଲା୤ ବୟୋଜ୍ୟେଷ୍ଠ ପତ୍ରିକା ସମ୍ପାଦକ ଭାବରେ ଅମୃତାୟନ ପତ୍ରିକାର ସମ୍ପାଦିକା ଗୀତା ହୋତାଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯାଇଥିଲା୤ ଅଧ୍ୟାପକ ବିଶ୍ବରଞ୍ଜନ ଉପନ୍ୟାସ ପୁସ୍ତକ ‘ଛକ’, ଅରୁନ୍ଧତୀ ସୁବ୍ରମଣିୟମ୍‌ଙ୍କ ପ୍ରବନ୍ଧ ସଙ୍କଳନ ‘ବିଶ୍ବାସର ଖେଳ’ ଓ କାଦମ୍ବିନୀ ମିଡ଼ିଆ ପ୍ରକାଶିତ ‘କାଦମ୍ବିନୀ ଆମ ରୋଷେଇ’ (ଦ୍ବିତୀୟ ଭାଗ) ପୁସ୍ତକ ଏବଂ କଥାରେ କଥାରେ ଉପନ୍ୟାସରେ ନାରୀ ଚରିତ୍ର(ଦ୍ବିତୀୟ ଭାଗ)ର ଶୁଭ ଉନ୍ମୋଚନ ହୋଇଥିଲା୤ ଅଧ୍ୟାପକ ବିଶ୍ବରଞ୍ଜନ ତାଞ୍ଜ ସଭାପତିତ୍ବ ଭାଷଣରେ ଲେଖକମାନଙ୍କୁ ଦିଗ୍‌ଦର୍ଶନ ଦେଇ ଏ ଜ୍ଞାନଭିତ୍ତିକ ସମାଜରେ ସାହିତ୍ୟ ସ୍ନେହ ଓ ସଦ୍‌ଭାବ ବଢ଼ାଇବା ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ୤ ସେହିପରି ସଭାରେ ଯୋଗଦେଇଥିବା ସାହିତ୍ୟିକମାନେ ସାହିତ୍ୟିକମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ୤ ଏଥିରେ ଆୟୋଜିତ ପତ୍ରିକା ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାହିତ୍ୟିକ ଏବଂ ପତ୍ରିକା ପ୍ରକାଶନୀ ସଂସ୍ଥା ଯୋଗଦେଇ ସେମାନଙ୍କ ପୁସ୍ତକ ଓ ପତ୍ରପତ୍ରିକାର ସମ୍ଭାର ସଜାଇଥିଲେ୤ ଏହି ଅବସରରେ ଆୟୋଜିୟ ବିଶେଷ ମନୋରଞ୍ଜନ କାର୍ଯ୍ୟକ୍ରମରେ ମନଛୁଆଁ ‘ଅକ୍ଷୟ ସଙ୍ଗୀତ’ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ସୁରେନ୍ଦ୍ର ମିସ୍ର |  ଜାନୁଆରୀ ୧୩, ୨୦୧୨ - ୧୦:୪୧ ଅପରାହ୍ନ

    ସୁନ୍ଦର

  • ୨. କିଶୋର ତ୍ରିପାଠୀ |  ଜାନୁଆରୀ ୧୪, ୨୦୧୨ - ୧୨:୧୨ ପୂର୍ବାହ୍ନ

    ଏମିତି ଏକ ସାଇଟ୍ ପାଇ; ମୁ ସତରେ ଗର୍ବିତ.

    ଅଶେଷ୍ ଅଶେଷ୍ ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤