ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କମଳା ଶତପଥି
ଗୋପାଳ ଚନ୍ଦ୍ର ପ୍ରହରାଜ
ଭୁବନେଶ୍ବର ବେହେରା
ଫତୁରାନନ୍ଦ
ମନମୋହନ ମିଶ୍ର
ଅଚ୍ୟୁତାନନ୍ଦ କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୧୧, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୧ତମ ବାର୍ଷିକୋତ୍ସବ, ସାରସ୍ବତ ସମ୍ମାନ, ପୁସ୍ତକ ଲୋକାର୍ପଣ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି୤ ସେକ୍ଟର-୭ ମଧୁମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ସହର ଏବଂ ଆଖପାଖ ଅଞ୍ଚଳର ଶତାଧିକ ସାହିତ୍ୟିକ ଓ ସାଂସ୍କୃତିକ ସଙ୍ଗଠନମାନଙ୍କର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ୤ ଏଥିରେ ଓଡ଼ିଶା ଲେଖକ ପରିଷଦର ମୁଖ୍ୟ ସଂଯୋଜକ ତଥା ବୋକାରୋ ଇସ୍ପାତ କାରଖାନାର ମହାପ୍ରବନ୍ଧକ ଭୁବନାନନ୍ଦ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥଲେ୤ ଏହା ସହିତ ବର୍ଷିୟାନ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ପତିତପାବନ ମଣ୍ଡଳ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ୤ ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରଘୁବର ଧଳ, ହରମୋହନ ମିଶ୍ର, ଭଗବାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ୤ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ସାହିତ୍ୟିକମାନଙ୍କର ଲେଖାଗୁଡ଼ିକ ପାଠକର ମନ, ପ୍ରାଣ ଓ ହୃଦୟକୁ ଛୁଇଁବା ଉଚିତ୍‌ ତଥା ଭଲ ଲେଖାକୁ ପ୍ରଶଂସା ଓ ମନ୍ଦକୁ ସମାଲୋଚନା କରିବା ପାଇଁ ଆହ୍ବାନ ଦେଇଥିଲେ୤ ପ୍ରତ୍ୟେକ ସାହିତ୍ୟିକ ନିଜର ଲେଖାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବା ନିମନ୍ତେ ମଧ୍ୟ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ୤ ମୁଖ୍ୟବକ୍ତା ଶ୍ରୀ ପତି ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ସାମାଜିକ ଓ ସାଂସ୍କୃତିକ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ଦିଗରେ ସାହିତ୍ୟିକମାନଙ୍କର ଦାୟିତ୍ବ ଉପରେ ଆଲୋଚନା କରିଥିଲେ୤ ସେହିପରି ସମାଜକୁ ଦିଗ୍‌ଦର୍ଶନ ଦେବାପାଇଁ ଲେଖକମାନେ ଲେଖନୀ ଚାଳନା କରିବାକୁ ସମ୍ମାନିତ ଅତିଥି ଡ.ମଣ୍ଡଳ ଆହ୍ବାନ ଦେଇଥିଲେ୤

ଏହି ଅବସରରେ ଆୟୋଜକ ଅନୁଷ୍ଠାନର ମୁଖପତ୍ର- ‘ସ୍ତବକ’ର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ନୋଚନ କରିବା ସହିତ ରାଉରକେଲାର ଲେଖିକା ବିନୋଦିନୀ ନନ୍ଦଙ୍କ ଗଳ୍ପ ସଙ୍କଳନ ‘ନଷ୍ଟ ବସୁଧା’ ଓ ମନ୍ଦାକିନୀ ଜେନାଙ୍କ ଗଳ୍ପ ସଙ୍କଳନ ‘ତୃଷାର୍ତ୍ତ ମାଟିର ମହକ’ ପୁସ୍ତକକୁ ଲୋକାର୍ପଣ କରିଥିଲେ୤ ଏ ଅବସରର ସାରସ୍ବତ ସାଧକ ଅଧ୍ୟାପକ ଦାମୋଦର ବେହେରା, ନାରୀ କବି ରଶ୍ମିବାଳା ରାଉତରାୟଙ୍କୁ ସଂସଦର ବ୍ୟାସକବି ପୁରସ୍କାର ସହିତ ମଞ୍ଜୁଳା କୁମାରୀ ରଥଙ୍କୁ କବି ରେବତୀ ସାହୁ ସମ୍ମାନ, କାଳନ୍ଦୀ ଚରଣ ଜେନାଙ୍କୁ ଅନନ୍ତ ସ୍ମୃତି ସମ୍ମାନ, ବାବାଜୀ ଚରଣ ଜେନାଙ୍କ ଗୁରୁ ପାଗଳ ପଣ୍ଡା ସ୍ମୃତି ସମ୍ମାନ, ସୌଭାଗିନୀ ରାୟଙ୍କୁ କବି କୁନ୍ତଳା କୁମାରୀ ଦେବୀ ସ୍ମୃତି ସମ୍ମାନ, ଡ.ରବୀନ୍ଦ୍ର ମାଝୀଙ୍କୁ ଗୁରୁ ପଦ୍ମଚରଣ ମଥାନ ସ୍ମୃତି ସମ୍ମାନ, ଭଗବାନ ମହାନ୍ତିଙ୍କୁ ଧନେଶ୍ବର ନାୟକ ସ୍ମୃତି ସମ୍ମାନ, ସୁରେନ୍ଦ୍ର ପାଢ଼ୀଙ୍କୁ ପଦ୍ମଚରଣ ମହାପାତ୍ର ସ୍ମୃତି ସମ୍ମାନ, ହରିହର ବେହେରାଙ୍କୁ ଡ.ଶ୍ରୀନିବାସ ଧଳ ସ୍ମୃତି ସମ୍ମାନ, ଆଖଣ୍ଡଳମଣି ପଣ୍ଡାଙ୍କୁ ବିଜୟ କ୍ରିଷନ୍‌ ଲାଲ ସ୍ମୃତି ସମ୍ମାନ, ଶିବ ପ୍ରସାଦ ବେହେରାଙ୍କୁ ରଘୁନାଥ ବିଶ୍ବାଳ ସ୍ମୃତି ସମ୍ମାନ ଓ ଭବାନୀ ଶଙ୍କର ପଣ୍ଡାଙ୍କୁ ସ୍ବତନ୍ତ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା୤ ସଂସଦର ଉପଦେଷ୍ଟା କବି ହରମୋହନ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ନାୟକ ଲୋକାର୍ପିତ ପୁସ୍ତକଗୁଡ଼ିକର ସମୀକ୍ଷା କରିଥିଲେ୤ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଙ୍ଗଠନର ସଭାପତି ବିଦ୍ୟାଧର ବାରିକ ଅଧ୍ୟକ୍ଷତା କରି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇଥିଲେ୤ ସେହିପରି ଅନୁଷ୍ଠାନର ସାଧାରଣ ସମ୍ପାଦକ ତ୍ରିଲୋଚନ ମଥାନ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ୤

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ମନୋଜ୍ଞ କବି ସମ୍ମିଳନୀରେ ରାଉରକେଲା ଓ ଆଖପାଖ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ୤ କେତେକ କବିତା ସଙ୍ଗୀତର ତାଳେ ତାଳେ ପାଠ କରାଯାଇଥିବାରୁ ଏଥିରେ ଉପସ୍ଥିତ ଶ୍ରୋତାଗଣ ବେଶ୍‌ ଆମୋଦିତ ହୋଇଥିଲେ୤ ସେହିପରି ସଭାର ଶେଷ ପର୍ଯ୍ୟାୟରେ ମଧ୍ୟ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା୤ ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟପିକା ଜ୍ୟୋତିର୍ମୟୀ ଜେନା, ହରମୋହନ ମିଶ୍ର, ରଶ୍ମିତ ସାହାଣୀ ପ୍ରମୁଖ ସଂଯୋଜନା କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤