ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ ଏବଂ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ
ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ ଓ କବିତା ପାଠିତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି ଅନୁଷ୍ଠାନର ସେକ୍ଟର-୭ ସ୍ଥିତ ସଂସଦ ଭବନ ଠାରେ ଆୟୋଜିତ ଉତ୍ସବରେ ରାଉରକେଲାର ବହୁ ବିଶିଷ୍ଟ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନ ସଦସ୍ୟସଦସ୍ୟାଗଣ ଏଥିରେ ଯୋଗ ଦେଇଥିଲେ ଯୋଗାଣ ମନ୍ତ୍ରୀ ସାରଦା ନାୟକ, ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ଉତ୍ସବରେ ସାହିତ୍ୟ ସଂସଦର ମୁଖପତ୍ର ସ୍ତବକ ର ବାର୍ଷିକ ସଙ୍କଳନକୁ ଯୋଗାଣ ମନ୍ତ୍ରୀ ଉନ୍ମୋଚନ କରିଥିଲେ ଏହା ସହିତ କବି ନୃସିଂହ ବିଶ୍ବାଳଙ୍କ ଜହ୍ନି ଫୁଲ ଠୋ ଠା, ସୁରେନ୍ଦ୍ର ପାଢୀଙ୍କର ସକାଳର ସୁରୂଜ, ନିତ୍ୟାନନ୍ଦ ନାୟକଙ୍କ ରାହୁଗ୍ରସ୍ତ ସୂର୍ଯ୍ୟ, ତ୍ରିଲୋଚନ ମଥାନଙ୍କର ଆମ ଠିକଣା, ଶଙ୍କର ପ୍ରସାଦ ପତିଙ୍କ କବିତା କଦମ୍ବ, ମନସ୍ବିନୀ ଦାସଙ୍କର ଏବଂ ପ୍ରଥମ ଓ ବ୍ରଜ ବିହାରୀ ଦାସଙ୍କ ଲିପି ବୁଝିଗଲା ପୁସ୍ତକକୁ ଅତିଥିଗଣ ଉନ୍ମୋଚିତ କରିଥିଲେ
ସହରର ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ର ଓ କବି ଭଗବାନ ଚନ୍ଦ୍ର ରାଉତଙ୍କୁ ସେମାନଙ୍କର ସାମଗ୍ରିକ କୃତି ନିମନ୍ତେ ଚଳିତ ବର୍ଷ ଇସ୍ପାତ ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ବ୍ୟାସକବି ପୁରସ୍କାର ସହିତ ମାନପତ୍ର ଏବଂ ଉପଢ଼ୌକନରେ ସମ୍ମାନିତ କରାଯାଇଥିଲା ଏହା ବ୍ୟତୀତ ଅନ୍ୟନ୍ୟ ସାରସ୍ବତ ସମ୍ମାନରେ ମୋଟ ୯ ଜଣ ସାହିତ୍ୟିକଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ଏକ ମନୋଜ୍ଞ କବିତାପାଠ ଉତ୍ସବରେ ୩୦ରୁ ଊର୍ଦ୍ଧ କବି କବିତା ପାଠ କରିଥିଲେ