ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ବରେନ୍ଦ୍ର କୃଷ୍ଣ ଧଳ
ଗନ୍ତାୟତ ଶିବପ୍ରସାଦ
ବିଷ୍ଣୁପ୍ରିୟା ମହାପାତ୍ର
ସନ୍ୟାସୀ ନାୟକ
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମେ ୯, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ ଏବଂ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ
ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ ଓ କବିତା ପାଠିତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି୤ ଅନୁଷ୍ଠାନର ସେକ୍ଟର-୭ ସ୍ଥିତ ସଂସଦ ଭବନ ଠାରେ ଆୟୋଜିତ ଉତ୍ସବରେ ରାଉରକେଲାର ବହୁ ବିଶିଷ୍ଟ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନ ସଦସ୍ୟସଦସ୍ୟାଗଣ ଏଥିରେ ଯୋଗ ଦେଇଥିଲେ୤ ଯୋଗାଣ ମନ୍ତ୍ରୀ ସାରଦା ନାୟକ, ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ୤ ଉତ୍ସବରେ ସାହିତ୍ୟ ସଂସଦର ମୁଖପତ୍ର ସ୍ତବକ ର ବାର୍ଷିକ ସଙ୍କଳନକୁ ଯୋଗାଣ ମନ୍ତ୍ରୀ ଉନ୍ମୋଚନ କରିଥିଲେ୤ ଏହା ସହିତ କବି ନୃସିଂହ ବିଶ୍ବାଳଙ୍କ ଜହ୍ନି ଫୁଲ ଠୋ ଠା, ସୁରେନ୍ଦ୍ର ପାଢୀଙ୍କର ସକାଳର ସୁରୂଜ, ନିତ୍ୟାନନ୍ଦ ନାୟକଙ୍କ ରାହୁଗ୍ରସ୍ତ ସୂର୍ଯ୍ୟ, ତ୍ରିଲୋଚନ ମଥାନଙ୍କର ଆମ ଠିକଣା, ଶଙ୍କର ପ୍ରସାଦ ପତିଙ୍କ କବିତା କଦମ୍ବ, ମନସ୍ବିନୀ ଦାସଙ୍କର ଏବଂ ପ୍ରଥମ ଓ ବ୍ରଜ ବିହାରୀ ଦାସଙ୍କ ଲିପି ବୁଝିଗଲା ପୁସ୍ତକକୁ ଅତିଥିଗଣ ଉନ୍ମୋଚିତ କରିଥିଲେ୤

ସହରର ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ର ଓ କବି ଭଗବାନ ଚନ୍ଦ୍ର ରାଉତଙ୍କୁ ସେମାନଙ୍କର ସାମଗ୍ରିକ କୃତି ନିମନ୍ତେ ଚଳିତ ବର୍ଷ ଇସ୍ପାତ ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ବ୍ୟାସକବି ପୁରସ୍କାର ସହିତ ମାନପତ୍ର ଏବଂ ଉପଢ଼ୌକନରେ ସମ୍ମାନିତ କରାଯାଇଥିଲା୤ ଏହା ବ୍ୟତୀତ ଅନ୍ୟନ୍ୟ ସାରସ୍ବତ ସମ୍ମାନରେ ମୋଟ ୯ ଜଣ ସାହିତ୍ୟିକଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା୤ ଶେଷରେ ଏକ ମନୋଜ୍ଞ କବିତାପାଠ ଉତ୍ସବରେ ୩୦ରୁ ଊର୍ଦ୍ଧ କବି କବିତା ପାଠ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤