ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: ଗତକାଲି ରଜ ଉତ୍ସବ ଉପଲକ୍ଷେ ଉଦିତ୍ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକଦିନାତ୍ମକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ (ରାଉରକେଲା) ଓ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ (ପୁରୀ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ରାଜ୍ୟର ୧୦ଜଣ କୃତୀ ସାହିତ୍ୟିକଙ୍କୁ ବେଦବ୍ୟାସ ସାରସ୍ବତ ସମ୍ମାନ ୨୦୧୦ ରେ ସମ୍ମାନିତ କରାଯାଇଥିଲା ସେହିପରି ପୁରୀର ସାହିତ୍ୟିକ ସଦାଶିବ ମିଶ୍ର ଏବଂ କଟକର ଗିରିଜାଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା କବି ଅଜୟ ବିଶ୍ବାଳଙ୍କୁ ସୁଲେଖା ସାରସ୍ବତ ସମ୍ମାନ ଓ ଚିତ୍ରଶିଳ୍ପୀ ରଶ୍ମୀରେଖା ଧଳଙ୍କୁ ସୁଲେଖା ସାରସ୍ବତ ଶିଳ୍ପୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା
ଏହି ଅବସରରେ ଆଜିର ଓଡିଆ ଗଳ୍ପ ପାଠକଠାରୁ ଦୂରଉଛି କାହିଁକି ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ଉକ୍ତ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଓଡିଆ ଭାଷାର ପ୍ରାଧ୍ୟାପକ ଆଦିକନ୍ଦ ସାହୁ ଯୋଗଦେଇ ଆମ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ଭିତ୍ତିକରି ସାହିତ୍ୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପାନପୋଷ ଉପ-ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ ଆଜିର ସାହିତ୍ୟ ଅବକ୍ଷୟକୁ ଦୂର କରିବା ପାଇଁ ସାହିତ୍ୟିକମାନେ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ ଉକ୍ତ କାର୍ଯ୍ୟକ୍ରମରେ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ଡାକ୍ତର ରାହାସ ବିହାରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଞ୍ଚାଳନ ପରିଷଦର ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାସ କରିଥିଲେ