ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କନକଲତା ସାହୁ
ବିଦ୍ୟୁତପ୍ରଭା ଦେବୀ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୧୨, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ଓଡ଼ିଆ ଭାଷାରେ ଦିନକୁ ଦିନ ସଂଖ୍ୟାଧିକ ସାହିତ୍ୟ ପତ୍ରିକା ପ୍ରକାଶିତ ହେବାରେ ଲାଗିଛି୤ ଏହିସବୁ ପତ୍ରିକାଗୁଡ଼ିକ ଓଡ଼ିଆପାଠକମାନଙ୍କୁ ଆକର୍ଷିତ କରୁଛି କି ନାହିଁ ତାହା ଭିନ୍ନ କଥା୤ ଏହିସବୁ ସାହିତ୍ୟ ପତ୍ରିକା ପ୍ରକାଶନ କରିବା ପଛରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଗୋଟିଏ ଗୋଟିଏ ପ୍ରୟାସ ବୋଲି କୁହାଯାଇପାରେ୤ ଏହି କ୍ରମରେ ଭୁବନେଶ୍ବରର ସତ୍ୟମ୍‌ ପ୍ରକାଶନ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରଥମ ଥର ପାଇଁ ଏକ ରଙ୍ଗୀନ ମାସିକ ପତ୍ରିକା ‘ସାହିତ୍ୟ ସମାଚାର’ ର ଶୁଭାରମ୍ଭ ହୋଇଛି୤ ବିଭିନ୍ନ ସାହିତ୍ୟ ସମ୍ପର୍କୀତ ଖବର ଓ ସୂଚନା ଆଦି ଏହି ପତ୍ରିକାରେ ପ୍ରତିମାସରେ ପ୍ରକାଶ ପାଇବ ବୋଲି ଏହାର ସମ୍ପାଦକ ସତ୍ୟବ୍ରତ ବାରିକ ସୂଚନା ଦେଇଛନ୍ତି୤ ଏହି ପତ୍ରିକାର ପ୍ରଥମ ସଂଖ୍ୟାରେ ବିଶ୍ବ ସାହିତ୍ୟ ସମାଚାର ସହିତ ଜାତୀୟ ଓ ରାଜ୍ୟସ୍ତରର ଅନେକ ସାହିତ୍ୟ ସମ୍ପର୍କୀତ ଖବର ପ୍ରକାଶିତ ହୋଇଛି୤ ଆଗାମୀ ଦିନରେ ଏହି ପତ୍ରିକା ମାଧ୍ୟମରେ ଓଡ଼ିଆ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ଖବର ପ୍ରକାଶିତ ହୋଇ ସାହିତ୍ୟପ୍ରେମୀ ପାଠକମାନଙ୍କ ଆଶାପୂରଣ ହୋଇପାରିବ ବୋଲି ଏହାର ପ୍ରକାଶକ ଓ ସମ୍ପାଦକ ଶ୍ରୀ ବାରିକ ସୂଚନା ଦେଇଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ |  ସେପ୍ଟେମ୍ବର୍ ୧୨, ୨୦୧୨ - ୧:୨୦ ଅପରାହ୍ନ

    ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ୤ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ହେତୁ ସାହିତ୍ୟ ପତ୍ରିକାର ଉପାଦେୟତାକୁ ସବୁବେଳେ ପ୍ରାଧାନ୍ୟ ଦିଆଯିବା ଉଚିତ୤ ସାଂପ୍ରତିକ ସମୟରେ ଓଡ଼ିଆ ଭାଷା ସାହିତ୍ୟର ପାଠକ ସଂଖ୍ୟା କମ ହେଉଥିବା ସମୟରେ ଏହି ପରି ଏକ ପଦକ୍ଷେପ ଫଳରେ ଅଧିକରୁ ଅଧିକ ପାଠକ ସୃଷ୍ଟି କରିବା ସମ୍ଭବ ହେବ୤

    ବାରିକ ବାବୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି୤

    ଧନ୍ୟବାଦ

    ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
    ସମ୍ପାଦକ, ଆହ୍ବାନ ଓଡ଼ିଆ ଇ-ପତ୍ରିକା

  • ୨. ବିକାଶ ବିଶ୍ବାଳ |  ସେପ୍ଟେମ୍ବର୍ ୧୫, ୨୦୧୨ - ୨:୨୩ ପୂର୍ବାହ୍ନ

    ମୁଁ ବହୁତ ଗର୍ବିତ ଯେ କି ମୁଁ ଅନ୍ ଲାଇନ୍ ଇନଟରନେଟ୍ ମାଧ୍ୟମରେ ଓଡ଼ିଆ ଲେଖିପାରୁଛି.

  • ୩. akshaya kumar rout |  ଅକ୍ଟୋବର୍ ୪, ୨୦୧୨ - ୭:୧୪ ପୂର୍ବାହ୍ନ

    eha eka swagata jogya padakshepa.
    Odia sahityara unnati digare eha nichita sahayaka heba….dhanyabad

  • ୪. ରବି ମେହେର, ନବି ମୁମ୍ବାଇ ମହାରାଷ୍ଚ |  ଫେବୃଆରୀ ୨୦, ୨୦୧୫ - ୧୧:୫୫ ଅପରାହ୍ନ

    ଆପଣଂକ ପ୍ରୟାସ ବହୁତ ପ୍ରଶଂସନୀୟ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤