ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ଭାନୁଜୀ ରାଓ
ରାଧାନାଥ ରାୟ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ରବି ଶତପଥୀ
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୨୬, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଅବସରରେ ସ୍ବାଭାବକବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ଏବଂ ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି୤ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୩ ଜଣ ବ୍ୟକ୍ତିତ୍ବଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି୤ ସେମାନେ ହେଉଛନ୍ତି କୃଷ୍ଣ ମୋହନ ମହାନ୍ତି, ମୁରଲୀଧର ପ୍ରଧାନ, ଗୌରଗୋପାଳ ଜେନା, ପ୍ରହ୍ଲାଦ ଚରଣ ମହାନ୍ତି, ସ୍ନେହଲତା ମହାପାତ୍ର, ଦୁର୍ଗାଚରଣ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ, କାଳୀପ୍ରସନ୍ନ ପରିଜା, ଗୌରହରି ଦଳାଇ, ଗୌରରଞ୍ଜନ ଦାଶ, ଶ୍ରୀଧର ପୁହାଣ, ନଟବର ସାହୁ, ନୀଳକଣ୍ଠ ମିଶ୍ର, ମୃତ୍ୟୁଞ୍ଜୟ ନାରାୟଣ ବଳ, ଶ୍ରୀବତ୍ସ ପ୍ରଧାନ, ନିଖିଳାନନ୍ଦ ପାଣିଗ୍ରାହୀ, ବୀଣାପାଣି ସିଂ, ବାସୁଦେବ ପାତ୍ର, ଶଶିଭୂଷଣ ଦାଶ, ଚକ୍ରଧର ରାଉତ, ଶୁକେଦବ ସାହୁ, କପିଳେଶ୍ବର ପ୍ରସାଦ ମହାପାତ୍ର, ରାମ ପ୍ରସାଦ ପୁରୋହିତ, କୃଷ୍ଣ ସିଂହ, ଜୟନାରାୟଣ ତ୍ରିପାଠୀ, ଗୋବର୍ଦ୍ଧନ ଦୋରା, ବିଷ୍ଣୁ ଚରଣ ବେହେରା, ସୁଧୀର କୁମାର ବିଜେନ୍ଦ୍ର ନାରାୟଣ, ରମାବହ୍ଲବ ମିଶ୍ର, ଉତ୍ତମ ନାୟକ, ବିଦ୍ୟାଧର ବାରିକ, ସାହିଦ୍‌ ଓମର ଏବଂ ଲକ୍ଷ୍ମଣ ମାନଦୋରା ପ୍ରମୁଖ୤

ସେହିପରି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ପିଲାଙ୍କୁ ନେଇ ଅନୁଷ୍ଠିତ କବିତା, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା୤ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରସ୍ବତ ସମ୍ମାନ ପ୍ରଦାନ କରିବା ସହିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅବଦାନ ଏବଂ ସ୍ମୃତିକୁ ସମଗ୍ର ଓଡ଼ିଆ ଜାତି କେବେ ଭୁଲି ପାରିବ ନାହିଁ ବୋଲି କହିଥିଲେ୤ ଗଙ୍ଗାଧର ତାଙ୍କ କବିତାରେ ଓଡ଼ିଆ ଭାଷା ଏବଂ ଜାତିର ଜୟଗାନ କରିବା ସହିତ ବିଜୟର ବାର୍ତ୍ତା ପ୍ରଦାନ କରିଯାଇଛନ୍ତି୤ ଜାତୀୟ ଚେତନାକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ୤ ତେଣୁ ତାଙ୍କ ସ୍ମୃତିକୁ ସ୍ମରଣୀୟ କରି ରଖିବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ୤

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଂସ୍କୃତି ସଚିବ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଡ.ରାମଚନ୍ଦ୍ର ବେହେରା, ସଚିବ ବିଜୟ କୁମାର ନାୟକ ଏବଂ ଉପସଭାପତି ଗିରି ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤