ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ୨୦୧୧ ବର୍ଷ ପାଇଁ ଅନୁବାଦ ସାହିତ୍ୟ, ୨୦୧୧ ବର୍ଷ ପାଇଁ ଯୁବ ସାହିତ୍ୟିକ ପୁରସ୍କାର ସହିତ ଦେଶର ଭିନ୍ନଭିନ୍ନ ଭାଷାର କବିମାନଙ୍କୁ ନେଇ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ସମାରୋହର ପ୍ରଥମ ଦିନରେ ଜୟଦେବ ଭବନଠାରେ ଅନୁଷ୍ଠିତ ୨୦୧୧ ବର୍ଷ ପାଇଁ ୨୫ଟି ଭାଷାର ଅନୁବାଦ ସାହିତ୍ୟିକମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା ଏଥିରେ ଅନ୍ୟ ଭାଷାର ଲେଖକଙ୍କ ମଧ୍ୟରେ ଓଡ଼ିଆ ଭାଷାର ସଂଗ୍ରାମ ଜେନାଙ୍କୁ ଉର୍ଦ୍ଦୁ ଭାଷାର ଉପନ୍ୟାସ ‘ଉମରାଓ ଜାନ ଆଦା’ର ଓଡ଼ିଆ ଅନୁବାଦ ପାଇଁ ପୁରସ୍କୃତ କରାଯାଇଥିଲା ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗୋପାଧ୍ୟାୟ ଯୋଗ ଦେଇ ଆମ ଦେଶର ବିଭିନ୍ନ ଅଞ୍ଚଳର ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଜ୍ଞାନର ଆଦାନପ୍ରଦାନ ପାଇଁ ଅନୁବାଦ ସାହିତ୍ୟର ଭୂମିକା ଅନନ୍ୟ ବୋଲି କହିଥିଲେ ଏଥିରେ ଅନ୍ୟତମ ଅତିଥି ଭାବେ ଏକାଡ଼େମୀର ଉପସଭାପତି ବିଶ୍ବନାଥ ତିୱାରୀ ଯୋଗ ଦେଇ ଓଡ଼ିଆ ଏକ ଜୀବନ୍ତ ଭାଷା ଏବଂ ସମକାଳୀନ ଓଡ଼ିଆ ଭାଷାରେ ଅନୁବାଦ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ
୨୫ ତାରିଖ ଦିନ ସ୍ଥାନୀୟ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ପୁରସ୍କୃତ ଅନୁବାଦକମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ସେହିଦିନ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନ ଠାରେ ୨୨ ଜଣ ଯୁବ ଲେଖକମାନଙ୍କୁ ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓଡ଼ିଆ ସାହିତ୍ୟିକ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୃଷ୍ଟି ପାଇଁ ବୟସ ବାଧକ ନୁହେଁ ବୋଲି କହିଥିଲେ ଏହା ସହିତ ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ଅନ୍ୟାନ୍ୟ କାର୍ଯ୍ୟ ପରି ସୃଜନାତ୍ମକ ସୃଷ୍ଟି ପାଇଁ ମଧ୍ୟ ସମୟ ଦେବା ଆବଶ୍ୟକ ଏଥିରେ ଏକାଡେମୀର ସଭାପତି ଶ୍ରୀ ଗଙ୍ଗୋପାଧ୍ୟାୟ ସଭାପତିତ୍ବ କରି ଯୁବ ସାହିତ୍ୟିକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିଲେ ସେମାନେ ଉତ୍ସାହିତ ହୋଇ ଭଲ ଲେଖା ଲେଖିବେ ବୋଲି କହିଥିଲେ ଏହି ଅବସରରେ ମୋଟ ୨୨ଟି ଭାଷାର ଯୁବ ସାହିତ୍ୟିକମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ଗାୟତ୍ରୀବାଳା ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ ଅବସରରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବେ ‘ଗାଁ’ କବିତା ସଙ୍କଳନ ପୁରସ୍କୃତ ହୋଇଥିବା ଗାୟତ୍ରୀବାଳା ଏହି ଅବସରରେ ନିଜର ସାହିତ୍ୟ ଜୀବନର ଅନୁଭବ ବିଷୟରେ କହିଥିଲେ
ସମାରୋହର ଶେଷ ଦିନରେ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ରେ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା ‘ଅଭିବ୍ୟକ୍ତି’ ଶୀର୍ଷକ କବିତା ପାଠୋତ୍ସବ ଏଥିରେ ବିଭିନ୍ନ ଭାଷାର ମୋଟ ୧୭ ଜଣ କବି ତିନୋଟି ଅଧିବେଶନରେ କବିତା ପାଠ କରିଥିଲେ ସେମାନଙ୍କ ମଧ୍ୟରେ ୭ ଜଣ ଓଡ଼ିଆ କବି ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ, ଯେଉଁଥିରେ ଅନ୍ୟତମ ଥିଲେ ଓଡ଼ିଆ ସାହିତ୍ୟ ଡଟ୍ କମ୍ର ଅତିଥି ସମ୍ପାଦକ ଡ.ହରପ୍ରସାଦ ପରିଚ୍ଛା ପଟନାୟକ ଅନ୍ୟ ଓଡ଼ିଆ କବିମାନଙ୍କ ମଧ୍ୟରେ ସୀତାକାନ୍ତ ମହାପାତ୍ର, ଡ.ସୌଭାଗ୍ୟ ମିଶ୍ର, ପ୍ରତିଭା ଶତପଥୀ, ପ୍ରଦୀପ ବିଶ୍ବାଳ ପ୍ରମୁଖ ରହିଥିଲେ ଡ.ପରିଛା ପଟ୍ଟନାୟକଙ୍କ କବିତା ଅନ୍ଧାର, କଳିଙ୍ଗା ଘାଟିର ବାଘ ଓ ଦୁଲ୍ମିଆଁ ପ୍ରତି କୁକୁଡ଼ାର ଉକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିଭୋର କରିଥିଲା ୨୬ ତାରିଖ ଦିନ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଯୋଗଦେଇଥିବା ବକ୍ତାମାନେ ଓଡ଼ିଶା ହିଁ କବିତାର ଭୂମି ବୋଲି କହିବା ସହ ଏହି ମାଟିରୁ ଜନ୍ମ ନେଇଥିବା ପୁରାତନ କବିତାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା କବିତାଗୁଡ଼ିକ କାଳଜୟୀ ବୋଲି କହିଥିଲେ ଓଡ଼ିଶାର ଆଦିକବି ଶାରଳା ଦାସ, ସନ୍ଥକବି ଭୀମ ଭୋଇ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପରି କବିଙ୍କ ପାଇଁ ଓଡ଼ିଶାର ମାଟି ଗର୍ବିତ ବୋଲି ମଧ୍ୟ ବକ୍ତାମାନେ କହିଥିଲେ
ଓଡ଼ିଶାରେ ପ୍ରଥମଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଉକ୍ତ ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ଶତାଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ମୃତ୍ୟୁଞ୍ଜୟ ସାମଲ, କଟକ, ଓଡିଶା | ମାର୍ଚ୍ଚ୍ ୧୯, ୨୦୧୩ - ୧:୪୦ ପୂର୍ବାହ୍ନ
ଏ” ଇ-ପତ୍ରିକା” ଖୁବ୍ ଭଲ ହେଉଛି.ବଧେଇ ଆପଣଙ୍କୁ. ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରାଯାଉଥିବା ସାହିତ୍ୟ ପତ୍ରିକା କାର୍ୟକ୍ରମ ପ୍ରତି ମାସର ଦ୍ବିତୀୟ ମଙ୍ଗଳବାର ରାତି ୯ଟା ୩୦ମିନିଟ୍ ରେ ଶୁଣନ୍ତୁ .ଏବଂ ମତାମତ ଦିଅନ୍ତୁ.