ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫତୁରାନନ୍ଦ
ଶକ୍ତି ମହାନ୍ତି
ସଦାନନ୍ଦ ତ୍ରିପାଠୀ
ଅକ୍ଷୟ ମହାନ୍ତି
ସାର୍‌ ବାସୁଦେବ ସୁଢ଼ଳଦେବ
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୩୦, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ରାଜ୍ୟର ଭାଷା-ସାହିତ୍ୟର ବିକାଶ ସହିତ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବର୍ତ୍ତମାନର ଯୁବ ସାହିତ୍ୟିକମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ମହାନ୍ତି ଯୋଗଦେଇ ଭାଷା ସାହିତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ୤ ଓଡ଼ିଶାର କଳା ଓ ସଂସ୍କୃତି ସମଗ୍ର ବିଶ୍ବରେ ବେଶ୍‌ ପରିଚିତ୤ ସାହିତ୍ୟକମାନେ ନିଜର ଚିନ୍ତାଧାରା ମାଧ୍ୟମରେ ଏହାକୁ ଅଧିକ ଆଦୃତ କରିବା ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଆହ୍ବାନ ଦେଇଥିଲେ୤

ଏହି ବସରରେ ୨୦୦୭ ମସିହା ପାଇଁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ, ୨୦୦୮ ମସିହା ପାଇଁ କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁ ଓ ୨୦୦୯ ମସିହା ପାଇଁ ସାହିତ୍ୟ ଓ ସମାଲୋଚକ ପ୍ରଫେସର ଦାଶରଥୀ ଦାସଙ୍କୁ ‘ଅତିବଡ଼ି ଜଗନ୍ନାଥ’ ପୁରସ୍କାର ପ୍ରଦାନ କରାଯାଇଥିଲା୤ ଏହି ପୁରସ୍କାର ବାବଦରେ ପ୍ରତ୍ୟେକ ସାହିତ୍ୟିକଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥିଲା୤

ସେହିପରି ଏକାଡେମୀର ବିଭିନ୍ନ ବିଭାଗର ୨୦୦୯ ମସିହା ପାଇଁ ଦେବ ପ୍ରସାଦ ଦାସ, କୃପାସାଗର ସାହୁ, ପ୍ରଭାସିନୀ ମହାକୁଡ଼ ତିୱାରୀ, ପ୍ରଫେସର ସଂଘମିତ୍ରା ମିଶ୍ର, ସୀମନ୍ତ ମହାନ୍ତି, ବିଜୟ ମହାନ୍ତି, ପ୍ରେମାନନ୍ଦ ମହାପାତ୍ର, ବିଜୟ କେତନ ପଟ୍ଟନାୟକ, ଶକୁନ୍ତଳା ବଳିୟାରସିଂ, ମନସ୍ବିନୀ ଦାଶ ଓ ସଚ୍ଚି ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ୨୦୧୦ ମସିହା ପାଇଁ ମମତାମୟୀ ଚୌଧୁରୀ, ଅରବିନ୍ଦ ରାୟ, ସୌଭାଗ୍ୟବନ୍ତ ମହାରଣା, କୃତିବାସ ନାୟକ, ଧନେଶ୍ବର ସାହୁ, ବସନ୍ତ ଦାସ, କ୍ଷୀରୋଦ ପରିଡ଼ା, ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଓ ଗୌରହରି ଦଳାଇଙ୍କୁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା୤ ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା୤

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ.ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଏକାଡ଼େମୀର ସଚିବ ବିଜୟ କୁମାର ନାୟକ ସମ୍ପାଦକୀୟ ପାଠ କରିଥିଲେ୤ ବିଶିଷ୍ଟ ଅତିଥି ଭାବେ କବି ରମାକାନ୍ତ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସୁଶୀଲ କୁମାର ଦାସ ଯୋଗଦେଇଥିଲେ୤ ଶେଷରେ ଏକାଡ଼େମୀର ଉପ-ସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଅଶୋକ କୁମାର ଶତପଥୀ, ଲକ୍ଷ୍ନୌ,ଉତ୍ତର ପ୍ରଦେଶ  |  ଏପ୍ରିଲ୍ ୬, ୨୦୧୩ - ୧:୫୮ ଅପରାହ୍ନ

    “ସାହିତ୍ୟ ସଙ୍ଗୀତ କଳା ବିହୀନ ସାକ୍ଷାତ ପଶୁ ପୁଚ୍ଛ ବିଷାଣ ହୀନ” ଭର୍ତୃହରି ଙ୍କ ଏହି ନୀତି ବାକ୍ୟ ଯୁଗେ ଯୁଗେ ସାହିତ୍ୟ ର ଗୌରବ ଗାନ କରି ଆସୁଛି | ସମାଜ ରେ ସମସ୍ତେ ସାହିତ୍ୟ ସହ ଜଡିତ | ତେଣୁ ସାହିତ୍ୟ ର ସମ୍ମାନ ରେ ସମାଜ ର ସମ୍ମାନ ହୋଇଥାଏ | ଅତଃ ସାହିତ୍ୟିକ ଙ୍କ ସମ୍ମାନ ପ୍ରଶଂସନୀୟ ଅଟେ|

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤