ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସହଦେବ ସାହୁ
ବ୍ରଜନାଥ ରଥ
ତରୁଣକାନ୍ତି ମିଶ୍ର
ବିପ୍ର ଆଚାର୍ଯ୍ୟ
ଗୋଦାବରୀଶ ମହାପାତ୍ର
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୨, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ୨୦୦୯ ଓ ୨୦୧୦ ବର୍ଷ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୁରସ୍କାର ପାଇଁ ୨୧ଜଣ ଲେଖକଙ୍କୁ ଚୟନ କରାଯାଇଛି୤ ଏ ନେଇ ଏକାଡ଼େମୀର ସଭାପତି ରାମଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି୤ ଏକାଡ଼େମୀ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଆ ସାହିତ୍ୟର ନଅଗୋଟି ବିଭାଗରେ ଏହି ଲେଖକମାନଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି୤ ୨୦୦୯ ମସିହା ପାଇଁ ୧୨ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ୨୦୧୦ ପାଇଁ ୯ଟି ବିଭାଗରେ ୯ଜଣଙ୍କୁ ଚୟନ କରାଯାଇଛି୤ ୨୦୦୯ ମସିହା ପାଇଁ ଯୋଗ୍ୟ ବିବେଚିତ ଲେଖକମାନଙ୍କ ମଧ୍ୟରେ ନାଟକ ଓ ଏକାଙ୍କିକା ବିଭାଗରେ ୩ଜଣଙ୍କୁ ଚୟନ କରାଯାଇଥିବାବେଳେ ଜୀବନୀ ଓ ଭ୍ରମଣକାହାଣୀ ବିଭାଗରେ ଦୁଇଜଣଙ୍କୁ ଚୟନ କରାଯାଇଛି୤ ସେହିପରି ୨୦୧୦ ମସିହା ପାଇଁ ଗୋଟିଏ ବିଭାଗ ପାଇଁ ଜଣେ ଲେଖାଁଏ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି୤

ସୂଚନା ମୁତାବକ ଉପନ୍ୟାସ ବିଭାଗରେ କୃପାସାଗର ସାହୁ ତାଙ୍କ ଉପନ୍ୟାସ ‘ଶେଷ ଶରତ’ ପାଇଁ ମନୋନୀତ ହୋଇଥିଲାବେଳେ କ୍ଷୁଦ୍ରଗଳ୍ପ ବିଭାଗରେ ଦେବପ୍ରସାଦ ଦାଶ ତାଙ୍କର କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭୋର’ ପାଇଁ ପୁରସ୍କାର ପାଇବେ୤ କବିତା ବିଭାଗରେ ପ୍ରଭାଶିନୀ ମହାକୁଡ଼ ତିୱାରୀ ତାଙ୍କ ପୁସ୍ତକ ‘ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତା’ ପାଇଁ ପୁରସ୍କାର ପାଇବେ୤ ଅନ୍ୟପକ୍ଷରେ ନାଟକ ଓ ଏକାଙ୍କିକା ବିଭାଗରେ ଏକାଡ଼େମୀ ପୁରସ୍କାର ତିନିଜଣଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି୤ ଏହି ବିଭାଗରେ ସଂଘମିତ୍ରା ମିଶ୍ର ତାଙ୍କ ପୁସ୍ତକ ‘ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ’, ସୀମାନ୍ତ ମହାନ୍ତି ତାଙ୍କ ପୁସ୍ତକ ‘ଆସରେ ଆମେ ବଣକୁ ଯିବା’ ଓ ବିଜୟ ମହାନ୍ତି ତାଙ୍କ ପୁସ୍ତକ ‘ଅଜାତି’ ପାଇଁ ଏହି ପୁରସ୍କାର ପାଇବେ୤

ପ୍ରବନ୍ଧ ଓ ସମାଲୋଚନା ପାଇଁ ଉମେଶ ପତ୍ରୀଙ୍କ ‘ଆର୍ଯ୍ୟଙ୍କ ଆଦିନିବାସ’କୁ ଚୟନ କରାଯାଇଛି୤ ଭ୍ରମଣ ସାହିତ୍ୟ ଓ ଜୀବନୀ ବିଭାଗରେ ବିଜୟ କେତନ ପଟ୍ଟନାୟକଙ୍କ ‘ଅରଣ୍ୟଯାତ୍ରୀ’ ଓ ପ୍ରେମାନନ୍ଦ ମହାପାତ୍ରଙ୍କ ‘ମନସ୍ବୀ ସାଧକ: ପଣ୍ଡିତ ବିନାୟକ ମିଶ୍ର’, ଅନୁବାଦ ପାଇଁ ଶକୁନ୍ତଳା ବଳିଆରସିଂହଙ୍କ ‘ପୁଣି ସେ ଫେରିନି’, ଶିଶୁ ସାହିତ୍ୟ ପାଇଁ ମନସ୍ବିନୀ ଦାଶଙ୍କୁ ତାଙ୍କ ପୁସ୍ତକ ‘ଅକଲମକଲ ଟକଲ ଟିଆଁ’ ଗୀତି କବିତାରେ ସଚ୍ଚି ମହାନ୍ତିଙ୍କୁ ତାଙ୍କ କବିତା ପୁସ୍ତକ ‘ଅପରାହ୍ନର ଛାଇ’ ପାଇଁ ଚୟନ କରାଯାଇଛି୤

ସେହିପରି ୨୦୧୦ ମସିହା ପାଇଁ ମମତାମୟୀ ଚୌଧୁରୀଙ୍କ ଉପନ୍ୟାସ ବୈଶ୍ରାବଣୀ(ଉପନ୍ୟାସ), ଅରବିନ୍ଦ ରାୟଙ୍କ କ୍ଷୁଦ୍ରଗଳ୍ପ ‘ବାଟ ବସାଘର’, ସୌଭାଗ୍ୟବନ୍ତ ମହାରଣାଙ୍କ ‘ମାଟିପର୍ବ’, କୃତିଦାସ ନାୟକଙ୍କ ‘ପାଠଶାଳା’ (ନାଟକ ଓ ଏକାଙ୍କିକା), ପ୍ରବନ୍ଧ ସମାଲୋଚନାରେ ଧନେଶ୍ବର ସାହୁଙ୍କୁ ତାଙ୍କ ‘ସଂସ୍କୃତି ଓ ସର୍ବୋଦୟ’ ପୁସ୍ତକ ପାଇଁ ଚୟନ କରାଯାଇଛି୤ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ‘ଯେଦେଶ ଯାଇ ସେ ଫଳ ଖାଇ’ ପୁସ୍ତକ ପାଇଁ ବସନ୍ତ ଦାସ, କ୍ଷିରୋଦ ପରିଡ଼ାଙ୍କୁ ତାଙ୍କ ଅନୁବାଦ ପୁସ୍ତକ ‘ନିର୍ବାଚିତ ଶ୍ରେଷ୍ଠଗଳ୍ପ’, ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନସିଂହଙ୍କ ତାଙ୍କ ‘ଟିକିପରି ପୁସ୍ତକ’ (ଶିଶୁ ସାହିତ୍ୟ) ଏବଂ ଗୀତିକବିତାରେ ଗୌରହରି ଦଳାଇଙ୍କୁ ତାଙ୍କ ‘ପାଦପଦ୍ମ’ ପୁସ୍ତକ ପାଇଁ ଚୟନ କରାଯାଇଛି୤ ଏହି ସମସ୍ତ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଏକାଡେମୀର ସଚିବ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤