ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଖିଳମୋହନ ପଟ୍ଟନାୟକ
ଦୀପକ ମିଶ୍ର
ରମାକାନ୍ତ ରଥ
କାଳିନ୍ଦି ଚରଣ ପାଣିଗ୍ରାହୀ
ସୁଧାଂଶୁ ଶେଖର ପାତ୍ର
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୩, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ରାଉରକେଲା: ଇସ୍ପାତ ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି୤ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍‌.ଏନ୍‌.ସିଂହ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହି ପୁସ୍ତକମେଳାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ୤ ଚଳିତ ପୁସ୍ତକମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୫୦ରୁ ଊର୍ଦ୍ଧ୍ବ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନୀ ଓ ବିତରକ ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି୤ ଏମାନଙ୍କ ମଧ୍ୟରେ ଓଡିଶାର କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର, ବିଦ୍ୟାପୁରୀ, ଗ୍ରନ୍ଥ ମନ୍ଦିର ସମେତ ବିଭିନ୍ନ ଆଧ୍ୟତ୍ମିକ ସଙ୍ଗଠନ ଯଥା- ଇସ୍କନ୍, ଦିବ୍ୟ ଜୀବନ ସଂଘ, ଗାୟତ୍ରୀ ପରିବାର ଆଦି ଅନ୍ୟତମ୤

ଆଜିଠାରୁ ମେଳା ପରିସରରେ ପ୍ରତ୍ୟେକ ସନ୍ଧ୍ୟାରେ ଲିଖିତ କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି୤ ଏହିକ୍ରମରେ ୧୦ ତାରିଖ ସନ୍ଧ୍ୟାରେ ବିଶ୍ବାସ ପ୍ରକାଶନୀ ପକ୍ଷରୁ ଓଡ଼ିଆ ସାହିତ୍ୟ ଅଭିବୃଦ୍ଧିରେ ଇଣ୍ଟରନେଟ୍‌ର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି୤ ସେହିଭଳି ୧୧ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ପ୍ରଦୋଷ ମିଶ୍ରଙ୍କୁ ଲକ୍ଷ୍ମୀଧର ନାୟକ ସାରସ୍ବତ ସମ୍ମାନ ପ୍ରଦାନ ଏବଂ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ୤ ଗତ ୨ବର୍ଷହେଲା ଉକ୍ତ ପୁସ୍ତକମେଳା ପ୍ରତି ବର୍ଷ ଜାନୁଆରୀ ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଆସୁଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤